୩୮୫ ଜଣ ଛାତ୍ରଛାତ୍ରୀ ଦେଲେ ଜାତୀୟ ଆୟ ଭିତିକ ମେଧାବୃତ୍ତି ପରୀକ୍ଷା
ହାଟଡିହି(ଓ୍ବାଇଏନଏସ): ଆଜି ହାଟଡିହି ବ୍ଲକର ଦୁଇଟି ପରୀକ୍ଷା କେନ୍ଦ୍ରରେ ଜାତୀୟ ଆୟ ଭିତିକ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ୩୮୫ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି। ହାଟଡିହି ପରୀକ୍ଷା କେନ୍ଦ୍ରରେ ୨୦୦ ପରୀକ୍ଷାର୍ଥିଙ୍କ ମଧ୍ୟରୁ ୬ ଜଣ ଅନୁପସ୍ଥିତ ରହିଥିବା ବେଳେ ୧୯୪ଜଣ ପରୀକ୍ଷାଦେଇଛନ୍ତି । ସେହିପରି ବଞ୍ଚୋ ବରାହୀ ହାଇସ୍କୁଲରେ ଅନୁଷ୍ଠିତ ପରୀକ୍ଷା କେନ୍ଦ୍ରରେ ୨୦୦ ପରୀକ୍ଷାର୍ଥିଙ୍କ ମଧ୍ୟରୁ ୯ ଜଣ ଅନୁପସ୍ଥିତ ରହିଥିବା ବେଳେ ୧୯୧ଜଣ ପରୀକ୍ଷାଦେଇଛନ୍ତି । ହାଟଡିହି ହାଇସ୍କୁଲରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପରମାନନ୍ଦ ପରିଡା ଓ ବଞ୍ଚୋ ବରାହୀ ହାଇସ୍କୁଲରେ ନରସିଂହ ମୁର୍ମୁ ପରୀକ୍ଷା ପରିଚାଳନାକରିଥିଲେ ।


