ଉପଖଣ୍ଡସ୍ତରୀୟ ଚାଇଲଡ଼ ଲାଇନ ସେ ଦୋସ୍ତି କାର୍ଯ୍ୟକ୍ରମ ଉଦଯାପିତ

ସମ୍ବଲପୁର,(ନୃପଲାଲ ଦେବ ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ରେ କାର୍ଯ୍ୟକରୁଥିବା ରୋପ ଚାଇଲଡ଼ ଲାଇନ ସମ୍ବଲପୁର କୁଚିଣ୍ଡା ଶାଖା ତରଫରୁ ଗତ ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଅବସରରେ କୁଚିଣ୍ଡା ଅରୁଣଦୋୟ ବିଦ୍ୟାଳୟ ଠାରେ ଚାଇଲଡ଼ ଲାଇନ ସେ ଦୋସ୍ତି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ନାଏକ ଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ଶିଶୁ,ସ୍କୁଲ ଛାତ୍ରଛାତ୍ରୀ, ଅଭିଭାବକ, ଯୁବକ ଯୁବତୀ,ଜନ ପ୍ରତିନିଧି, ଆଇନଜୀବୀ,ସାମ୍ବାଦିକ,ସରକାରୀ କର୍ମଚାରୀ, ସ୍ୱୟଂ ସହାୟକ ଦଳ ର ସଦସ୍ୟା ମାନଙ୍କୁ ସାମିଲ କରି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ଗୁଡିକ କୁଚିଣ୍ଡା ବିଜ୍ଞାପିତ ଅଞ୍ଚଳ ପରିଷଦ, ଜମନକିରା,ବାମରା ଏବଂ କୁଚିଣ୍ଡା ବ୍ଲକ ଠାରେ କରାଯାଇଥିଲା।ପ୍ରଥମ ଦିବସରେ ଶିଶୁ ସଂଘର ସଦସ୍ୟ ମାନଙ୍କୁ ନେଇ ଶିଶୁ ମହୋତ୍ସବ ପାଳିତ ହୋଇଥିଲା। ଏହା ସହିତ ଅରୁଣଦୋୟ ବିଦ୍ୟାଳୟ କୁଚିଣ୍ଡା ଠାରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା, ସ୍ୱେଚ୍ଛାକୃତ ରକ୍ତଦାନ,ମାଗଣା ଔଷଧ ପ୍ରଦାନ,ଚକ୍ଷୁ ଚିକିତ୍ସା ଓ ସ୍ୱାସ୍ଥ୍ୟ ସଚେତନ ଶିବିର ଶିଶୁମାନଙ୍କ ପାଇଁ ଅନୁଷ୍ଠିତ ହୋଇଥିଲା। ଦ୍ଵିତୀୟ ଦିବସରେ ପାରୁଆଭାଡ଼ି ର ବୀର ସୁରେନ୍ଦ୍ର ସାଏ ଶିଶୁ ସଂଘ ଠାରେ କିଶୋରୀ ବଳିକାମାନଙ୍କ ସଚେତନତା ସଭା କରାଯାଇଥିଲା।ତୃତୀୟ ଦିବସ ରେ କୁଟୁରାଚୁଆଁ କଲେଜ ଠାରେ ଡା.ଜ୍ୟୋସ୍ନା ପ୍ରଧାନଙ୍କ ଦ୍ୱାରା କିଶୋରୀ ବାଳିକା ମାନଙ୍କର କୋଭିଡ-୧୯ ସମୟରେ କିଶୋରୀଙ୍କ ସ୍ୱାସ୍ଥ୍ୟ ସଚେତନ ଏବଂ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହିତ ମାଗଣା ଔଷଧ ପ୍ରଦାନ କରାଯାଇଥିଲା। ଚତୁର୍ଥ ଦିବସରେ ଲାଡ଼ ର ସ୍ୱାମୀ ବିବେକାନନ୍ଦ ଶିଶୁ ସଙ୍ଘର ସଦସ୍ୟ ସଦସ୍ୟା ଙ୍କୁ ନେଇ ଏକ ରାଲି କାର୍ଯ୍ୟକ୍ରମ କରାଯାଇଥିଲା।ପଞ୍ଚମ ଦିବସରେ ଜମନକିରା ବ୍ଲକ,ଷଷ୍ଠ ଦିବସ ରେ ବାମରା ବ୍ଲକ ଏବଂ ସପ୍ତମ ଦିବସ ରେ କୁଚିଣ୍ଡା ଵିଜ୍ଞାପିତ ଅଞ୍ଚଳ ପରିଷଦ ର ବିଡ଼ିଓ,ସିଡିପିଓ, ଥାନା ଅଧିକାରୀ, ଏସଡିପିଓ ସମେତଙ୍କ ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ଚାଇଲଡ ଲାଇନ ସେ ଦୋସ୍ତି ର ହସ୍ତବନ୍ଧନ କରାଯାଇଥିଲା। ଆଜି ତା ୨୧.୧୧.୨୦୨୦ ରିଖ ଦିନ ତଥା ଚାଇଲଡ଼ ଲାଇନ ସେ ଦୋସ୍ତି ସପ୍ତାହ ଉଦଯାପନି ଉତ୍ସବ ରେ କୁଚିଣ୍ଡା,ଜମନକିରା ଏବଂ ବାମରା ବ୍ଲକ ର ସମସ୍ତ ସରକାରୀ ଅଧିକାରୀ ଏବଂ ସାମ୍ବାଦିକ ମାନଙ୍କର ଏକ କର୍ମଶାଳା କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ବିଶ୍ଵରଞ୍ଜନ ନାୟକ ଉଦଘାଟନ କରିଥିବା ବେଳେ ସଭାକୁ ଚାଇଲଡ଼ ଲାଇନ ର ଉପଦେଷ୍ଟା ତଥା ଜିଲ୍ଳା ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଉପଖଣ୍ଡ ଚିକିତ୍ସାଧିକାରୀ ଡା.କ୍ଷେତ୍ର ମୋହନ କାଣ୍ଡ, ଶିଶୁ ରୋଗ ବିଶେଷଜ୍ଞ ଡା.ଶରତ ଗୌନ୍ତିଆ,ଚାଇଲଡ଼ ଲାଇନ ନିର୍ଦେଶକ ପ୍ରଦୀପ କୁମାର ,ହସ୍ପିଟାଲ ମ୍ୟାନେଜର ଶିବାନି ପାଣିଗ୍ରାହୀ,ଅଗ୍ନିଶମ ବିଭାଗ ଅଧିକାରୀ ଶ୍ରୀ ପାଉଲୁସ କୁଜୁର,ଏନଏସି ଡା.ସୁଜ୍ଞାନୀ ପଟେଲ,ପୋଲିସ ଏସ ଆଇ ଯାଜ୍ଞସେନି ନାୟକ,ବାମରା ସାମ୍ବାଦିକ ସଂଘ ସଭାପତି ପ୍ରଦୀପ କୁମାର ମିଶ୍ର,ସାମ୍ବାଦିକ ମନୋଜ ରାଜ,ଜମନକିରା ସାମ୍ବାଦିକ ସଂଘ ସଭାପତି କ୍ଷୀତିରଞ୍ଜନ ପ୍ରଧାନ, ସାମ୍ୱାଦିକ ଲିପନ ନାଏକ,କୁଚିଣ୍ଡା ସାମ୍ବାଦିକ ସଂଘ ସହ ସମ୍ପାଦକ ତନୟ ମହାପାତ୍ର, ସାମ୍ବାଦିକ ବିଜୁ ସାହୁ, ସାମ୍ବାଦିକ ନୃପଲାଲ ଦେବ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।ଶେଷରେ ଚାଇଲଡ଼ ଲାଇନ ଟିମ ଲିଡର ତୃପ୍ତିମୟୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ଚାଇଲଡ଼ ଲାଇନ ଟିମ ମେମ୍ବର ନାମାନି ହେମରମ,ଶ୍ୱେତାଙ୍ଗିନୀ ବାରିକ, ମିଲି ବାଦି ଏବଂ ଭୂମିଶ୍ୱେତା ଧୁରୁଆ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ