ପୁଅ ବୋହୁଙ୍କ ନିର୍ଯାତନା ର ଶିକାର ଘର ଛାତରୁ ଡେଇଁ ପ୍ରାଣ ହରାଇଲେ ୬୫ବର୍ଷ ବୃଦ୍ଧ

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ଦିନକୁ ଦିନ ଅସହ୍ୟ ହେଲା ନିର୍ଯାତନା ସହିନପାରି ରବିବାର ଦିନ ଛାତରୁ ଡେଇଁପଡି ପ୍ରାଣ ହାରିଛନ୍ତି ଜଣେ ବୃଦ୍ଧ | ମୃତ ବ୍ୟକ୍ତି ଜଣକ ହେଲେ ତିର୍ତ୍ତୋଲ ଥାନା ଅଧିନ ଇବ୍ରିସିଂଅଞ୍ଚଳ ର ଝାଟୁ ନାୟକ( ୬୫) ପୂର୍ବରୁ ସେ ପୁଅ -ବୋହୁ ଙ୍କ ଗଞ୍ଜଣା ରେ ମାନସିକ ଭାବେ ଗଭୀର ଆଘାତ ପାଇଥିଲେ ଅବସାଦ ରେ ଥିଲେ ରବିବାର ଦିନ ଧାନ ବିକ୍ରି କରିବା କଥାକୁ କେନ୍ଦ୍ର କରି ଘରେ ଗଣ୍ଡଗୋଳ ହୋଇଥିଲା ପୁଅ ବୋହୁ ତାଙ୍କୁ ମାଡମାରିବା ସହ ଜୀବନରୁ ମାରିଦେବା ପାଇଁ ଗୋଡ଼ାଇ ଥିଲେ |ଜୀବନ ବିକଳରେ ସେ ଛାତ ଉପରକୁ ଉଠି ଆସିଥିଲେ କିନ୍ତୁ ଝାଟୁ ଅନ୍ୟ ଉପାୟ ନ ପାଇ ତଳକୁ ଡେଇଁ ପଡ଼ିଥିଲେ ଝାଟୁ ଙ୍କ ନାକ ଓ କାନରୁ ପ୍ରବଳ ରକ୍ତସ୍ତାବ ହେଉଥିଲା ଓ ମୁଣ୍ଡ ଫାଟିଯାଇଥିଲା।ପରେ ତାଙ୍କୁ ଗାଁ ଲୋକଙ୍କ ସାହାଯ୍ୟ କ୍ରମେ ତାଙ୍କୁ କଟକ ବଡ ମେଡିକାଲ କୁ ନିଆଯାଇଥିଲା ପରେ ତାଙ୍କର ସେହିଦିନ ମୃତ୍ୟୁହୋଇଥିଲା।ଏ ନେଇ ତିର୍ତ୍ତୋଲ ଥାନାରେ ମୃତ ଝାଟୁ ଙ୍କ ପତ୍ନୀ।ମଝିଆଁ ପୁଅ ଓ ବୋହୁ ଙ୍କ ନା ରେ ସିଧା ସଳଖ ଅଭିଯୋଗକାରିଣୀ, ମା,ଶ୍ରୀମତୀ ନାୟକ ଏତେଲା ଦେଇଛନ୍ତି ସୂଚନା ମୁତାବକ ତାଙ୍କ ମଝିଆଁ ପୁଅ ହେଉଛନ୍ତି ପ୍ରସନ୍ନ ନାୟକ(ପପି)ପପି ପତ୍ନୀ ହେଉଛନ୍ତି ଗଜଲଷ୍ମୀ ସେନାପତି କୋୖଣସି କାରଣରୁ ପପି ଓ ତାଙ୍କ ପତ୍ନୀ ଘର ଠାରୁ ଅଲଗା ହୋଇ ଚଳୁ ଥିଲେ ତଥାପି ଏହି ଦମ୍ପତି ଅନେକ ସମୟରେ ଝାଟୁ ଓ ତାଙ୍କ ପତ୍ନୀ ଉପରେ ଆକ୍ରମଣ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇ ଆସୁଥିଲେ ତେବେ ରବିବାର ଦିନ୮ସମୟରେ ଧାନ ବିକ୍ରି କୁ ନେଇ ପପି ଓ ଗଜଲଷ୍ମୀ ଅତର୍କିତ ଭାବେ ଆକ୍ରମଣ କରିବାରୁ ସେ ଉପାୟ ଶୂନ୍ୟ ହୋଇ ଛାତରୁ ଡେଇଁ ମୃତୁ ବରଣ କରିଛନ୍ତି ତିର୍ତ୍ତୋଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରି ପୁଅ ଓ ବୋହୁ ଙ୍କୁ ଅଟକ ରଖି ଥିବା ଜଣାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ