ଉତ୍କଳ କେଶରୀ ମହୋତ୍ସବର ୩ୟ ସନ୍ଧ୍ୟା

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ଆଗରପଡା ହେମପଦ୍ମ ଗାଲାକ୍ସି ଠାରେ ଚାଲିଥିବା ତ୍ରୟୋଦଶତମ ଉତ୍କଳ କେଶରୀ ଆଗରପଡା ମହୋତ୍ସବର ୩ୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଯୋଗ ଦେଇ ଆଗରପଡା କଳା, ସାହିତ୍ୟ, ସଂସ୍କୃତି, ରାଜନୈତିକ ଓ ସାମ୍ବାଦିକତାର ମାଟି । ନବ ଉତ୍କଳର ନିର୍ମାତା ଡ.ହରେକୃଷ୍ଣ ମହତାବଙ୍କ ପାଇଁ ଏ ମାଟି ଗର୍ବିତ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବିକା ସୁଶ୍ରୀ ଅନୁପମା ଦାଶ ଯୋଗ ଦେଇ ଗାଁ ଗହଳିରେ ଥିବା ସୁନ୍ଦର ପ୍ରତିଭା ମାନଙ୍କୁ ମହୋତ୍ସବ ମଞ୍ଚରେ ସୁଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିବା ସହ ମହାପୁରୁଷଙ୍କ ଗାରିମାମୟ ଗାଥାକୁ ସ୍ମରଣ କରିବା ନେଇ ଏହା ଏକ ଶ୍ରେଷ୍ଠ ମଞ୍ଚ ବୋଲି କହି ଏ ମାଟିରେ ପାଦ ଥାପି ଗର୍ବିତ ବୋଲି କହିଥିଲେ । ମହୋତ୍ସବ କମିଟିର ସଭାପତି ଆଇନଜିବୀ ମନୋଜ ରାୟ ସାଂସ୍କୃତିକ ସଭାରେ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ବିଜେଡି ଉପ ସଭାପତି ପ୍ରଶାନ୍ତ ଦାଶ, ଭଦ୍ରକ ବ୍ଲକ ଉପାଧ୍ୟକ୍ଷ ତଥାଗତ ସାମଲ, ପୂର୍ବତନ ସରପଞ୍ଚ ସତ୍ୟ ସାଧନ ବେଜ, ଉପଦେଷ୍ଟା ସୁବୋଧ କୁମାର ସାହୁ, ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ସଭାପତି କୈଳାସ ଚନ୍ଦ୍ର ଧଳ, ସଭ୍ୟ ଗୋଲକ ପୃଷ୍ଟି ପ୍ରମୁଖ ଅତିଥି ଭାବେ ଯୋଗଦେଇ ମହୋତ୍ସବ ଖୁସି ବାଣ୍ଟିବାର ମାଧ୍ୟମ ବୋଲି କହିଥିଲେ । ସମ୍ପାଦକ ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ରଖିଥିବା ବେଳେ ସହ ସମ୍ପାଦକ ଗଦାଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ପଞ୍ଚାନନ ପୃଷ୍ଟି ଅତିଥିଙ୍କୁ ମଞ୍ଚକୁ ଆହ୍ୱାନ କରିଥିବା ବେଳେ ଅଧ୍ୟାପିକା ପ୍ରତିମା ସାହୁ ମାନପତ୍ର ପାଠନ କରିଥିଲେ । ଏହି ଅବସରରେ ସମାଜସେବିକା ଅନୁପମା ଦାଶ, ଏମ୍ ଏମ୍ ଡ୍ୟାନ୍ସ ଏକାଡେମୀର ଅଧ୍ୟକ୍ଷା ଦେବୀଦତ୍ତା ହୋତା, ଯୁବ ସାମ୍ବାଦିକ ଶୁଭ୍ରକାନ୍ତ ରାଉତରାୟଙ୍କୁ ମାନପତ୍ର, ସଂବେଗ ଫଳକ, ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିର୍ତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଚିତ୍ରଶିଳ୍ପୀ ନମିତା ବେହେରା, ନୃତ୍ୟଗୁରୁ ସନାତନ ସାହୁ, ନିହାର ରଞ୍ଜନ ସାହୁ, କରନ କୁମାର ଜେନା, ଚିତ୍ତରଞ୍ଜନ ଦାସ, ପଦ୍ମନାଭ ସେଠୀ, ମାମୁନି ସିଂହ, ଦୀପକ ପୁରୀ, ପବିତ୍ର ଜେନା, ରାଜେଶ ଦାସ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ