୪ ଦିନିଆ ଜାତୀୟ ଯୁବ ସଂସଦ କାର୍ଯ୍ୟକ୍ରମ ଉଦଘାଟିତ

କୋଣାର୍କ (ଗଣେଶ ଚନ୍ଦ୍ର ବେହେରା) ବିଶ୍ବପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଯାତ୍ରୀ ନିବାସ ବାଙ୍କୁଏଟ ହଲ ଠାରେ ସାମାଜିକ ଆନୁଷ୍ଠାନ ପ୍ରୋଜେକ୍ଟ ପଏଣ୍ଟ ଆନୁକୁଲ୍ୟରେ ୪ଦିନିଆ ଜାତୀୟ ଯୁବ ସଂସଦ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଯୁବ ନେତୃତ୍ୱ ଓ ଭାଗିଦାରୀ ଗଣତନ୍ତ୍ରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ  ପ୍ରୋଜେକ୍ଟ ପଏଣ୍ଟର ଅଧ୍ୟକ୍ଷ ଡ଼ଃ  ସଂଗ୍ରାମ କେଶରୀ ସାମନ୍ତରାୟ କାର୍ଯ୍ଯକ୍ରମର ରୂପରେଖ ଉପରେ ଆଲୋଚନା କରିଥିଲେ। ନେହେରୁ ଯୁବ କେନ୍ଦ୍ରର ପୂର୍ବତନ ନିର୍ଦେଶକ ସତ୍ୟପ୍ରକାଶ ପଟ୍ଟନାୟକ ତଥା ଏହି କାର୍ଯ୍ୟକ୍ରମ ଅଧ୍ୟକ୍ଷ ସମାଜରେ ଗ୍ରାମାଞ୍ଚଳର ଯୁବକ ମାନଙ୍କର ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହିତ ବିକଶିତ ଭାରତକୁ କିଭଳି ଆଗକୁ ବଢ଼ିବାରେ ସହଯୋଗ କରିପାରିବେ ସେ ବିଷୟରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ଯୁବ ସଂସଦ କାର୍ଯ୍ୟକ୍ରମର ଉପାଧ୍ୟକ୍ଷ ଶୁଭ୍ରୋ ରାଓ କାର୍ଯ୍ୟକ୍ରମର ନିର୍ଦେଶକ ତଥା ବରିଷ୍ଠ ସମାଜସେବୀ ରାମକୃଷ୍ଣ ମହାନ୍ତି ଓ ସାମାଜିକ ସଂଗଠନ ୟଙ୍ଗ ଇଣ୍ଡିଆର ସଭାପତି ଏନଏ ଶାହା ଅନସାରୀ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ୪ଦିନିଆ କାର୍ଯ୍ୟକ୍ରମରେ ଭାରତବର୍ଷର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୮୧ ଜଣ ଯୁବ ପ୍ରତିଭା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।  ଗଣତାନ୍ତ୍ରିକ ଯୋଗାଯୋଗ, ନେତୃତ୍ୱ ବିକାଶ, ସାଂସ୍କୃତିକ ବିନିମୟ ଏବଂ ଅଭିନବ ନୀତି ଆଲୋଚନାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି । ଯୁବ ସଂସଦ, ଜଳବାୟୁ ପରିବର୍ତ୍ତନ, ନିଯୁକ୍ତି, ଡିଜିଟାଲ ଉଦ୍ଭାବନ, ନେତୃତ୍ବରେ ମହିଳା, ଆଦିବାସୀ ସଂସ୍କୃତି ଏବଂ ପର୍ଯ୍ୟଟନ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗ ଉପରେ ସଂସଦୀୟ ବିତର୍କର ଅଧିବେଶନକୁ ଅନୁକରଣ ଓ ଆଲୋଚନା କରାଯିବା ନେଇ ପ୍ରସ୍ତାବ ମାନ ରହିଛି । ଏହି କାର୍ଯ୍ୟକ୍ରମକୁ ସ୍ଵାଧୀନ ନାୟକ, ବିକ୍ରମ କେଶରୀ ସାମନ୍ତରାୟ, ନିରଞ୍ଜନ ତ୍ରିପାଠୀ,ଅଭିନୀତ ସ୍ୱାଇଁ, ରାକେଶ ମଲ୍ଲିକ, ସୁଭଦ୍ରା ସାହୁ ଓ ରାଜଶ୍ରୀ ନାଥ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ