ଆନ୍ଧ୍ର ସୀମାନ୍ତରେ 4 ଟିକିଆ ଜଙ୍ଗଲୀ ହାତୀପଲ: ଭୟରେ ଆତଙ୍କିତ ଅଞ୍ଚଳବାସୀ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର କାଶୀନଗର ତହସିଲର ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ 4 ଟିକିଆ ଜଙ୍ଗଲୀ ହାତୀପଲ ବିଚରଣ କରୁଥିବାରୁ ସାଧାରଣରେ ଭୟ ଆତଙ୍କ ପ୍ରକାଶ ପାଇଛି. ଏହି ହାତୀପଲ କାଶୀନଗର ତହସିଲର ବୁଦୁରା ପଞ୍ଚାୟତର ୱାନା, ଗୌରୀ ଓ କୁରୁଟିଗୁଡା ଗ୍ରାମ ନିକଟସ୍ଥ ସୀମାନ୍ତ ଆନ୍ଧ୍ରପ୍ରଦେଶରୁ ଚାରିଟିକିଆ ହାତୀପଲ ବଂଶଧାରା ନଦୀ ଅତିକ୍ରମ କରି ଓଡ଼ିଶାର ଜନଵସତି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବିଚରଣ କରୁଛନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରି କହିଛନ୍ତି ଏହି ଚାରିଟିକିଆ ହାତୀପଲ ବର୍ତ୍ତମାନ ଏବେ ଉପରୋକ୍ତ ଗ୍ରାମ ନିକଟସ୍ଥ ବାଉଁଶ ଜଙ୍ଗଲରେ ରହିଥିବାରୁ ଅଞ୍ଚଳର 5//7 ଗୋଟି ଗ୍ରାମବାସୀ ଆତଙ୍କିତ ହୋଇ ରହିଛନ୍ତି। ଘଟଣା ନେଇ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା କାଶୀନଗର ରେଞ୍ଜ ଅଧିକାରୀ ବ୍ର୍ମହାନନ୍ଦ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି ଏହି ଚାରିଟିକିଆ ହାତୀପଲ ଗତକାଲି ସନ୍ଧ୍ୟାରେ ଗଜପତି ଜିଲ୍ଲା ଛାଡି ବଂଶଧାରା ନଦୀ ଅତିକ୍ରମ କରି ପୁଣି ଆନ୍ଧ୍ର ଚାଲି ଯାଇଛନ୍ତି. ତଥାପି ଜନ ସାଧାରଣଙ୍କ ଧନ ଜୀବନର ସୁରକ୍ଷା ପାଇଁ ବନ ବିଭାଗ ହାତୀପଲଙ୍କ ଗତିବିଧି ଉପରେ ସମ୍ପୂର୍ଣ ନଜର ରଖିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ