କୁଚିଣ୍ଡା ଠାରେ ବିଜୁ ଜନତା ଦଳ ପକ୍ଷରୁ ଜୀବନ୍ ବିନ୍ଦୁ କାର୍ଯ୍ୟକ୍ରମ

ସମ୍ବଲପୁର, (ନୃପଲାଲ ଦେବ):ଆଜି କୁଚିଣ୍ଡା ଏନ.ଏ. ସି ୱାର୍ଡ ନଂ ୬ ଠାରେ ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ହୋଇଯାଇଛି l କୁଚିଣ୍ଡା ଟାଉନ ସଭାପତି ସଞ୍ଜୟ ବେହେରା ଙ୍କ ନେତୃତ୍ୱ ରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ବିଜୁ ଜନତା ଦଳ ର ବରିଷ୍ଠ ନେତା ଭୀମରାଜ ପ୍ରସାଦ ଶିବିର କୁ ଉଦଘାଟନ କରିଥିଲେ l ଏହି ଶିବିର ରେ ୧୬ ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ର ମୋ ପରିବାର ସଂଯୋଜକ ଅଜିତ ମହାପାତ୍ର, କୁଚିଣ୍ଡା ବ୍ଲକ୍ ସଭାପତି ଅମୂଲ୍ୟ ମିଶ୍ର, ଛାତ୍ର ସଭାପତି ଅଭିଳାଷ ଅଗ୍ରୱାଲ, ପ୍ରଶାନ୍ତ ସାହୁ, ବିଜୁ ସାହୁ, ପ୍ରମୁଖ ସହଯୋଗ କରିଥିଲେ lକୁଚିଣ୍ଡା ଡାକ୍ତର ଖାନା ରକ୍ତ ଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ