ଭାରତର କରୋନା ସକ୍ରିୟ ମାମଲା ୪.୩୫ ଲକ୍ଷକୁ ହ୍ରାସ

ନୂଆଦିଲ୍ଲୀ: ଭାରତରେ ସକ୍ରିୟ କରୋନା ମାମଲା ଆଜି ୪,୩୫,୬୦୩କୁ ହ୍ରାସ ପାଇଛି, ଯାହାକି ୫ ଲକ୍ଷରୁ କମ୍ । ମୋଟ ପଜିଟିଭ୍ ମାମଲାର ୪.୬୦% ସକ୍ରିୟ ମାମଲା ରହିଛି । ଦୈନିକ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ନୂଆ ପଜିଟିଭ୍ ମାମଲା ତୁଳନାରେ ଅଧିକ ରହୁଥିବାରୁ ସକ୍ରିୟ ମାମଲା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୧୧,୩୪୯ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୧,୧୧୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । କେତେକ ରାଜ୍ୟ (କେରଳ, ଦିଲ୍ଲୀ, କର୍ଣ୍ଣାଟକ, ଛତିଶଗଡ଼ ଇତ୍ୟାଦି)ରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସକ୍ରିୟ ମାମଲା ହ୍ରାସ ପରଲକ୍ଷିତ ହୋଇଥିବା ବେଳେ ଉତ୍ତରାଖଣ୍ଡ, ଗୁଜରାଟ, ଆସାମ ଏବଂ ଗୋଆ ଭଳି ରାଜ୍ୟରେ ପଜିଟିଭ୍ ମାମଲା ବୃଦ୍ଧି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୧,୧୧୮ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୪୧,୯୮୫ ଜଣ ସୁସ୍ଥ ହୋଇଛନ୍ତି ।
ଦେଶରେ ମୋଟ ୮୮,୮୯,୫୮୫ ଜଣ ସୁସ୍ଥ ହୋଇଥିବା ବେଳେ ସୁସ୍ଥତା ହାର ୯୩.୯୪% ରହିଛି । ସୁସ୍ଥ ସଂଖ୍ୟା ଓ ସକ୍ରିୟ ମାମଲାର ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ବଢ଼ି ଚାଲିଛି ଏବଂ ଏବେ ଏହା ୮୪,୫୩,୯୮୨ରେ ରହିଛି । ନୂଆ ସୁସ୍ଥଙ୍କ ମଧ୍ୟରୁ ୭୬.୮୨% ଆସିଛନ୍ତି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।କେରଳରୁ ଗୋଟିଏ ଦିନରେ ସର୍ବାଧିକ ୬,୦୫୫ ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ ଦିଲ୍ଲୀରେ ୫,୮୨୪ ଜଣ ସୁସ୍ଥ ହୋଇଛନ୍ତି । ନୂଆ କରୋନା ମାମଲା ମଧ୍ୟରୁ ୭୭.୭୯% ଆସିଛନ୍ତି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୩,୮୩୭ ମାମଲା ଆସିଛି । ଦିଲ୍ଲୀରେ ୩,୭୨୬ ମାମଲା ଆସିଥିବା ବେଳେ କେରଳରେ ୩,୩୮୨ ମାମଲା ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୮୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ ୮୧.୧୨% ମୃତ୍ୟୁ କେବଳ ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି । ମୋଟ ମୃତ୍ୟୁରୁ ୨୨.୪% ଅର୍ଥାତ ୧୦୮ ଜଣଙ୍କ ମୃତ୍ୟୁ କେବଳ ଦିଲ୍ଲୀରେ ହୋଇଛି । ଏହା ପଛକୁ ମହାରାଷ୍ଟ୍ରରେ ୮୦ ଜଣ ଏବଂ ପଶ୍ଚିମବଙ୍ଗରେ ୪୮ ଜଣଙ୍କ ମୃତ୍ୟୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ