ଜିଲ୍ଲା ସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଓଡିଶା ବିକଳାଙ୍ଗ ମଞ୍ଚ ଭଦ୍ରକ ଶାଖା ଓ ଉମିଦ ସ୍ୱେଚ୍ଛାସେବୀ ସଂଗଠନ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମକୁ ବିଡିଓ ବିଜୟ କୁମାର ସାହୁ ଉଦଘାଟନ କରିଥିଲେ । ପ୍ରାରମ୍ଭରେ ଷୋଳମପୁର ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ଧରିତ୍ରୀ ବାରିକ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ଅକ୍ଷୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଭରତ ଚନ୍ଦ୍ର କରଣ, ମୁଖ୍ୟବକ୍ତା ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ପୁରୁଷୋତ୍ତମ ଧଳ, ସହକାରୀ ଥାନା ଅଧିକାରୀ ଅନୁରାଗ ମହାନ୍ତି, ବିଜୟାନନ୍ଦ ରାଉତ, ଭାରପ୍ରାପ୍ତ ଗ୍ରାମ ସଂପ୍ରସାରଣ ଅଧିକାରୀ ମୀନକେତନ ବାରିକ, ସୁଧାଂଶୁ ପାଢୀ ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ସମାଜସେବୀ ଲଳିତ କୁମାର ରାଉତ, ଉତ୍କଳ କେଶରୀ ମହାନ୍ତି, ସ୍ୱର୍ଣ୍ଣଲତା ନାୟକ, ଓଡିଶା ବିକଳାଙ୍ଗ ମଞ୍ଚ ଭଦ୍ରକ ଜିଲ୍ଲାର ସଭାପତି ଯଦୁମଣୀ ଦାସ, ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ବିଶ୍ୱ ଭିନ୍ନକ୍ଷମ ଦିବସ ବିଶେଷତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଉମିଦ ସାମାଜିକ ସଂଗଠନର କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରସଂଶା କରିଥିଲେ । ଏହି ଅବସରରେ ବିଭିନ୍ନ ବ୍ଲକରୁ ଆସିଥିବା ପ୍ରତିଭାଧାରୀ ଭିନ୍ନକ୍ଷମ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧନା କରିଥିଲେ । ସମ୍ପାଦକ ରାଜେଶ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସଂଗଠନର ସଦସ୍ୟ ବିଶ୍ୱମ୍ବର ରାଉତ ଅତିଥିପରିଚୟ ପ୍ରଦାନ ଓ ରାଜକିଶୋର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଦୁଇଜଣ ଭିନ୍ନକ୍ଷମଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଉମିଦ ସେବା ସଂଗଠନର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ