କୃଷକ ସଂଘତି ଦିବସ ପାଳିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅଲ ଇଣ୍ଡିଆ କିଷାନ କ୍ଷେତମଜଦୂର ସଂଗଠନ ପକ୍ଷରୁ କୃଷକ ସଂଘତି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସଂଗଠନର ବ୍ଲକ କମିଟି ସଭାପତି କମ୍ରେଡ ରାମଚନ୍ଦ୍ର ଶଙ୍ଖୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଦିଗମ୍ବର ସ୍ୱାଇଁ, ପର୍ଶୁରାମ ଲେଙ୍କା, ଉଦ୍ଧବ ଜେନା, କିର୍ତ୍ତନ ମଲ୍ଲିକ, ହରେକୃଷ୍ଣ ଜେନା, ଅନାମ ସାମଲ, ପ୍ରଶନ୍ନ ମିଶ୍ର ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ତିନିଗୋଟି ଚାଷୀ ବିରୋଧି ଆଇନକୁ ବାତିଲ କରିବା ପାଇଁ ସଭ୍ୟମାନେ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଥିରେ ଆଜମଲ ହୁସେନ, ମଧୁସୁଦନ ଓଝା, ସୁରେନ୍ଦ୍ର ଜେନା, ବାସୁଦେବ ଜେନା, ବାଇଧର ମହାନ୍ତି, ପ୍ରଶନ୍ନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ