ଗତ ମାର୍ଚ୍ଚ ମାସରେ କୋଭିଡ ସଂକ୍ରମଣ ପରେ ଏହା ହେଉଛି ପ୍ରଥମ ଆନ୍ତର୍ଜାତିକ ପ୍ରତିଯୋଗିତା

ନୂଆଦିଲ୍ଲୀ: ୨୪ଜଣ କୁସ୍ତି ପ୍ରତିଯୋଗୀ, ୯ ଜଣ ପ୍ରଶିକ୍ଷକ, ୩ ସହାୟକ ଓ ୩ ରେଫେରିଙ୍କ ସମେତ ଏକ ୪୨ଜଣିଆ ଦଳ ଆସନ୍ତା ୧୨ ରୁ ୧୮ ତାରିଖ ମଧ୍ୟରେ ହେବାକୁ ଥିବା ବରିଷ୍ଠ କୁସ୍ତି ବିଶ୍ଵ କପ ନିମନ୍ତେ ସର୍ବିୟାର ବେଲଗ୍ରେଡ ଯାତ୍ରା କରିବେ । କରୋନା ବୈଶ୍ଵିକ ମହାମାରୀ ଯୋଗୁଁ ଦେଶବ୍ୟାପୀ ହୋଇଥିବା ଲକଡାଉନ ପରେ ଭାରତର ଏହି କୁସ୍ତି ପ୍ରତିଯୋଗୀ ମାନେ ପ୍ରଥମ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭାଗନେବେ । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମନ୍ତେ ସରକାର ୯୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ ବିମାନ ଯାତ୍ରା, ରହିବା ଓ ଖାଦ୍ୟପେୟ ଖର୍ଚ୍ଚ ଅନ୍ତର୍ଭୁକ୍ତ । ଏହା ସହିତ ମିଳିତ ବିଶ୍ଵ କୁସ୍ତି ଲାଇସେନ୍ସ ଫି, ଭିସା ଦେୟ, ଖେଳାଳି, ପ୍ରଶିକ୍ଷକ ଓ ରେଫରିମାନଙ୍କ ପକେଟ ଖର୍ଚ୍ଚ ମଧ୍ୟ ଅନ୍ତର୍ଭୁକ୍ତ । ନିମ୍ନଲିଖିତ ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ପୁରୁଷ ଫ୍ରୀ ଷ୍ଟାଇଲ ରବି କୁମାର – ୫୭ କେଜି, ରାହୁଲ ଆବାରେ – ୬୧ କେଜି, ନବୀନ – ୭୦ କେଜି, ଗୌରବ ବାଲିୟାନ – ୭୯ କେଜି, ଦୀପକ ପୁନିଆ – ୮୬ କେଜି, ସତ୍ୟବ୍ରତ କାଡିୟାନ – ୯୭ କେଜି, ସୁମିତ – ୧୨୫ କେଜି ପୁରୁଷ ଗ୍ରେକୋ-ରୋମାନ ଅର୍ଜୁନ ହାଳାକୁର୍କୀ – ୫୫ କେଜି, ଜ୍ଞାନେନ୍ଦ୍ର – ୬୦ କେଜି, ସଚିନ ରାଣା – ୬୩ କେଜି, ଆଶୁ – ୬୭ କେଜି, ଆଦିତ୍ୟ କୁଣ୍ଡୁ – ୭୨ କେଜି, ସାଜନ – ୭୭ କେଜି, ସୁନୀଲ କୁମାର – ୮୭ କେଜି, ହରଦୀପ – ୯୭ କେଜି, ନବୀନ – ୧୩୦ କେଜି ,ମହିଳାନିର୍ମଳା ଦେବୀ – ୫୦ କେଜି, ପିଙ୍କି – ୫୫ କେଜି, ଅଂଶୁ – ୫୭ କେଜି, ସରିତା – ୫୯ କେଜି, ସୋନମ – ୬୨ କେଜି, ସାକ୍ଷୀ ମଲ୍ଲିକ – ୬୫ କେଜି, ଗୁରସରଣ ପ୍ରୀତ କୌର – ୭୨ କେଜି, କିରଣ – ୭୬ କେଜି ଭାରତ କୁସ୍ତିରେ ମୋଟ ୪ଟି ଅଲିମ୍ପିକ କୋଟା ହାସଲ କରିଛି । ସେମାନଙ୍କ ମଧ୍ୟରେ ବଜରଙ୍ଗ ପୁନିଆ (ପୁରୁଷ ଫ୍ରୀଷ୍ଟାଇଲ – ୬୫ କେଜି), ଭିନେଶ ଫୋଗତ (ମହିଳା – ୫୩ କେଜି), ରବି କୁମାର ଏବଂ ଦୀପକ ପୁନିଆ ଅନ୍ତର୍ଭୁକ୍ତ । ଏହାଛଡା ଆସନ୍ତା ବର୍ଷ ମାର୍ଚ୍ଚରେ ଏସିଆ ଯୋଗ୍ୟତା ପ୍ରତିଯୋଗିତା ଓ ଏପ୍ରିଲ ୨୯ ରୁ ମେ ୨ ମଧ୍ୟରେ ହେବାକୁ ଥିବା ବିଶ୍ଵ ଯୋଗ୍ୟତା ପ୍ରତିଯୋଗିତାରେ ସେମାନେ ୨ଟି ଅଧିକ କୋଟା ହାସଲ କରିବା ପାଇଁ ସୁଯୋଗ ପାଇବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ