ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ ପ୍ରକଳ୍ପର ସମୀକ୍ଷା କଲେ ପର୍ଯ୍ୟଟନ ମନ୍ତ୍ରୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଶୁକ୍ରବାର ଦିନିକିଆ ଦାରିଙ୍ଗବାଡ଼ି ଗସ୍ତ କରି ଏଠାରେ ହେବାକୁ ଥିବା ଇକୋ ରିଟ୍ରିଟ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମନ୍ତ୍ରୀ ଇକୋ ରିଟ୍ରିଟ ରିସର,କଟେଜ୍, କ୍ୟାଣ୍ଟିନ୍, ଡାଇନିଂ ହଲ୍ ଆଦି ବୁଲି ଦେଖିବା ସହ ବିଜୁଳି, ପାନୀୟ ଜଳ, ମୁଖ୍ୟ ରାସ୍ତାରୁ ଇକୋ ରିଟ୍ରିଟ୍ କୁ ସଂଯୋଗ କରୁଥିବା ରାସ୍ତା ଆଦି ବୁଲି ଦେଖିଛନ୍ତି । ଏଥିସହିତ କାର୍ଯ୍ୟ କିଭଳି ଶୀଘ୍ର ସରିବ ଏବଂ ପର୍ଯ୍ୟଟକ ଏଠାରେ କିଭଳି ଭଲ ଭାବରେ ସବୁ ସୁବିଧା ପାଇପାରିବେ ସେନେଇ ଦାୟିତ୍ବରେ ଥିବା ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସହ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ୍ ରାମଚନ୍ଦ୍ରନ୍ ଯାଦବ, କନ୍ଧମାଳ ଜିଲ୍ଲାପାଳ ଡ଼ଃ.ବୃନ୍ଦା ଡି, ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡ଼ା ଡିଏଫ୍ଓ ବିଶ୍ବନାଥ ନୀଳନବର, ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ପ୍ରମୁଖ  ସାମିଲ୍ ଥିଲେ । ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୟାସ ଏବଂ ଏହି ଇକୋ ରିଟ୍ରିଟ୍ ମାଧ୍ୟମରେ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଦାରିଙ୍ଗିବାଡ଼ିକୁ ପର୍ଯ୍ୟଟକଙ୍କ ଅଧିକ ଫୋକସ ରହିବ ବୋଲି କହିଛନ୍ତି ମନ୍ତ୍ରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ