ଜାତିସଂଘରେ ଇମ୍ରାନଙ୍କ ଘୃଣାଭରା ଭାଷଣ, ପାକକୁ ଜବାବ ମାଗିଲା ଭାରତ

ନିୟର୍କ: ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଉତ୍ତେଜନା ସୃଷ୍ଟିକାରୀ ଭାଷଣକୁ ସବୁ ମହଲରେ କଡ଼ା ସମାଲୋଚନା କରାଯାଉଛି । ଇମ୍ରାନ୍ ତାଙ୍କ ଭାଷଣରେ ବିଶ୍ୱ ନେତାଙ୍କୁ ବିଭ୍ରାନ୍ତ କରିବାକୁ ପ୍ରୟାସ କରି ଦୟନୀୟ ଭାବେ ବିଫଳ ହୋଇଛନ୍ତି । ତାଙ୍କର ପରମାଣୁ ଯୁଦ୍ଧ ଧମକ ମଧ୍ୟ ପାକିସ୍ତାନକୁ ଏକ ଆତଙ୍କବାଦୀ ରାଷ୍ଟ୍ର ଭାବେ ଉପସ୍ଥାପନ କରିଛି । ଏବେ ଏହି ଭାଷଣକୁ ହିଁ ଅସ୍ତ୍ର କରି ଭାରତ ଆଜି ପାକିସ୍ତାନକୁ ଘେରିଛି । ଆଜି ଜାତିସଂଘରେ ରାଇଟ୍ ଟୁ ରିପ୍ଲାଇ (ଜବାବ ଦେବାର ଅଧିକାର) ଅଧୀନରେ ବିଦେଶ ମନ୍ତ୍ରାଳୟର ପ୍ରଥମ ସଚିବ ବିଦିଶା ମିତ୍ରା ଇମ୍ରାନଙ୍କ ଘୃଣା ଏବଂ ଉନ୍ମାଦନା ସୃଷ୍ଟିକାରୀ ଭାଷଣକୁ ନେଇ ପାକିସ୍ତାନକୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି । ଜାତିସଂଘରେ ମିତ୍ରା ଜବାବ ରଖି ପାକିସ୍ତାନକୁ ୫ଟି ପ୍ରଶ୍ନ କରିଥିଲେ ।ଜାତିସଂଘ ଦ୍ୱାରା ଘୋଷିତ ୧୩୦ ଆତଙ୍କବାଦୀ ଏବଂ ଆତଙ୍କବାଦୀ ସଂଗଠନ ପାକିସ୍ତାନରେ ନାହାନ୍ତି ବୋଲି ପାକିସ୍ତାନ ସରକାର କହିପାରିବେ କି ?

ପାକିସ୍ତାନ ହେଉଛି ବିଶ୍ୱର ଏକମାତ୍ର ରାଷ୍ଟ୍ର ଯିଏ କି ଆଇଏସ୍ ଏବଂ ଅଲକାଏଦା ଆତଙ୍କବାଦୀ ସଂଗଠନର ଆତଙ୍କବାଦୀଙ୍କୁ ପେନସନ ପ୍ରଦାନ କରୁଛି । ପାକିସ୍ତାନ ଏହାକୁ ଅସ୍ୱୀକାର କରିପାରିବ କି?
ନ୍ୟୁୟର୍କରେ ପାକିସ୍ତାନର ପ୍ରିମିୟର ବ୍ୟାଙ୍କ ହବିବ୍ ବ୍ୟାଙ୍କକୁ ଟେରର୍ ଫଣ୍ଡିଂ ପାଇଁ ବନ୍ଦ କରାଯାଇଥିଲା । ଏ ବାବଦରେ ପାକିସ୍ତାନ ପାଖରେ କିଛି ସଫେଇ ଅଛି କି ?
ଫାଇନାନସିିଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫ୍ଏଟିଏଫ୍) ଏହାର ୨୭ଟି ମାନଦଣ୍ଡରୁ ୨୦ଟି ଉଲ୍ଲଂଘନ କରିଥିବାରୁ ପାକିସ୍ତାନକୁ ନୋଟିସରେ ରଖିଛି ଏବଂ ଯେ କୌଣସି ମୁହୂର୍ତ୍ତରେ ଏହା କଳାତାଲିକା ଭୁକ୍ତ ହେବ । ପାକିସ୍ତାନ ଏହାକୁ ଅସ୍ୱୀକାର କରିପାରିବ କି ?
ନ୍ୟୁୟର୍କରେ ବିଶ୍ୱର ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ (୯/୧୧)କୁ କାର୍ଯ୍ୟକାରୀ କରିଥିବା ଓସାମା ବିନ୍ ଲାଦେନ ନିପାତ ହେବା ପର୍ଯ୍ୟନ୍ତ ତା’କୁ ପାକିସ୍ତାନ ନିଜ ଛତ୍ରଛାୟାରେ ରଖିଥିଲା? ପାକିସ୍ତାନ ପାଖରେ ଏହାର କି ଜବାବ ରହିଛି?
ଜାତିସଂଘରେ ଆଜି ଭାରତ ତା’ର ଜବାବରେ ପାକିସ୍ତାନର ମୁଖା ଖୋଲି ଦେବା ସହ ଏହି ରାଷ୍ଟ୍ର ଆତଙ୍କବାଦୀଙ୍କୁ କିଭିଳ ସୁରକ୍ଷା, ଆଶ୍ରୟ, ତାଲିମ ଏବଂ ଆର୍ଥିକ ସହାୟତା ପ୍ରଦାନ କରୁଛି ତାହାର ଦଲିଲ୍ ଉପସ୍ଥାପନ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ