‘ଦିଲ୍ଲୀ ଚଲୋ’ ଆନ୍ଦୋଳନକୁ ସମର୍ଥନ ଜଣାଇ ଓଡ଼ିଶାରେ ନବନିର୍ମାଣ କୃଷକ ସଂଗଠନର ଦସ୍ତଖତ ସଂଗ୍ରହ ଅଭିଯାନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍‌କୁ ବିରୋଧ କରି ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ଅଷ୍ଟମ ଦିନରେ ପହଞ୍ôଚଥିଲା ବେଳେ ଏହାକୁ ସମର୍ଥନ ଜଣାଇ ରାଜ୍ୟର ପ୍ରମୁଖ କୃଷକ ସଂଗଠନ ନବନିର୍ମାଣ କୃଷକ ସଂଗଠନ ତରଫରୁ ଲଗାତର କାର୍ଯ୍ୟକ୍ରମ ଜାରି ରହିଛି । ସୂଚନାଯୋଗ୍ୟ ଯେ, ସରକାରଙ୍କ ସହିତ ଚାଷୀ ସଂଗଠନମାନେ କେନ୍ଦ୍ରସ୍ତରରେ ଚଳାଇଥିବା ଆନ୍ଦୋଳନ ବିଫଳ ହେବା ପରେ ଆନ୍ଦୋଳନ ତେଜୁଛି । ଦିଲ୍ଲୀ ଚଲୋ ଆନ୍ଦୋଳନକାରୀଙ୍କ ନୈତିକ ମନୋବଳ ବଢାଇବା ପାଇଁ ଆଜି ଆନ୍ଦୋଳନର ଚତୁର୍ଥ ଦିନରେ ସଂଗଠନ ତରଫରୁ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଚାଷୀନେତାମାନେ ଖାରବେଳ ନଗର, ପୁରୁଣା ବସ୍‌ଷ୍ଟାଣ୍ଡ, ଏକନମ୍ବର, ଚାରିନମ୍ବର ଆଦି ଅଞ୍ଚଳରେ ବୁଲି ବୁଲି ଚାଷୀ ଆନ୍ଦୋଳନ ଉଦ୍ଦେଶ୍ୟ ସମ୍ବନ୍ଧରେ ବ୍ୟବସାୟୀ ଓ ସାଧାରଣ ଜନତାଙ୍କୁ ବୁଝାଇବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲିଖିତ ସ୍ମାରକପତ୍ରରେ ଦସ୍ତଖତ କରିଥିଲେ । ଏହି ଅଭିଯାନରେ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ କମିଟି ସଭ୍ୟ ସଂଗ୍ରାମ କିଶୋର, ସାମାଜିକ କର୍ମୀ ମନୋଜ ସ୍ୱାଇଁ, ସୂଚନାଧିକାର କର୍ମୀ ଶ୍ରୀକାନ୍ତ ପାକଳ ପ୍ରମୁଖ ସାମିଲ୍ ହୋଇଥିଲେ । ଆସନ୍ତାକାଲି ସାରା ଭାରତବର୍ଷରେ ହେବାକୁ ଥିବା ଚାଷୀ ଧର୍ମଘଟରେ ବିପୁଳ ସଂଖ୍ୟାରେ ଯୋଗ ଦେବାକୁ ରାଜ୍ୟ ସଂଯୋଜକ ଓଡ଼ିଶାର କୃଷକମାନଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ