ଜନସ୍ୱାସ୍ଥ୍ୟ ବିଭାଗର ମନମୁଖୀ କାର୍ଯ୍ୟକୁ ନେଇ ଅସନ୍ତୋଷ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜନସ୍ୱାସ୍ଥ୍ୟ ବିଭାଗର ମନମୁଖୀ କାର୍ଯ୍ୟକୁ ନେଇ ଅସନ୍ତୋଷ ବଢୁଥିବାର ଲକ୍ଷ୍ୟ କରାଯାଇଛି । ବିଭାଗ ପକ୍ଷରୁ ନୂତନ ପାଇପ ଲାଇନ ଦେବା ଏବଂ ପୁରୁଣା କନେକ୍ସନ ଆଦିକୁ ମରାମତି କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ରାସ୍ତା ଖୋଳି ଛାଡିଦେଇଛନ୍ତି । ଫଳରେ ରାସ୍ତା ଗୁଡିକ ମରଣଜନ୍ତା ପାଲଟିବାସହ ଲୋକମାନଙ୍କ ପାଇଁ ଗମନାଗମରେ ବିଶେଷ ସମସ୍ୟା ସୃଷ୍ଟି ହେଉଛି । ଏପରି ଏକ ନମୁନା ଦେଖିବାକୁ ମିଳିଛି ସହରର ପ୍ରମୁଖ ସାହି ମଧ୍ୟରେ କରଣ ସାହି ଠାରେ । ମରାମତି କାମରେ ପ୍ରାୟ ଏକ ମାସ ସମୟରୁ ଉର୍ଦ୍ଧ ହେବ ୫ଫୁଟରୁ ଉର୍ଦ୍ଧ ଗର୍ତ୍ତ ଖନନ କରିଛାଡି ଦିଆଯାଇଛି । ଫଳରେ ଯାତାୟତରେ ବିଭିନ୍ନ ସମସ୍ୟା ଉପୁଜୁଥିବାବେଳେ ଯାହାର ବାସଗୃହ ସମ୍ମୁଖରେ ଖୋଳା ଯାଇଛି ସେହି ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାସହ ବୁଲା ଗାଇ, ଗରୁ, କୁକୁର ଆଦି ଏହି ଗର୍ତ୍ତରେ ପଡି ଯାଇ ଆଘାତ ପ୍ରାପ୍ତ ହୋଇ ମୃତ୍ୟୁମୁଖରେ ପଡୁଥିବାବେଳେ ଲୋକେ ମଧ୍ୟ ଏହି ଗର୍ତ୍ତରେ ପଡି ଆହାତ ପ୍ରାପ୍ତ ହେଉଥିବାର ନଜିର ରହିଛି । ଏତଦ୍ ବ୍ୟତୀତ ଗର୍ତ୍ତ ଖୋଳାଯାଇଥିବା ସ୍ଥାନକୁ ଏକ ବିଦ୍ୟୁତ ଖମ୍ବ ଲାଗି ରହିଛି ଏବଂ ଏହି ଗର୍ତ୍ତ ଖୋଲିବା ଯୋଗୁଁ ତାହା ଧିରେ ଧିରେ ଢଳିବା ଅବସ୍ଥାରେ ରହିଥିବାର ମଧ୍ୟ ଦେଖିବାକୁ ମିଳୁଛି । ତେବେ ସହରର ଏପରି ଗୋଟିଏ ସ୍ଥାନ ନୁହେଁ ବିଭିନ୍ନ ସ୍ଥାନରେ ମରାମତି ବା ନୂତନ ପାଇପ ଲାଇନ ଦେବା ନାମରେ ଗର୍ତ୍ତ ଖନନ କରି ଛାଡି ଦେଇ କାର୍ଯ୍ୟ ସମାପନ କରୁନଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏହି ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ନିବେଦନ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ