ମୋହନା ବ୍ଲକରେ ବିଏସଏନ୍‌ଏଲ୍ ସେବା କାମ କରୁନି 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକରେ ବିଏସ୍‌ଏନ୍‌ଏଲ୍ ସେବା ଅପହଞ୍ଚ ହୋଇଥିବା ଦାବୀ ହୋଇଛି । ଲୋକେ ଯେତେ ଅଭିଯୋଗ କଲେ ମଧ୍ୟ ସେଠାରେ କୌଣସି ପଦାଧିକାରୀ ଶୁଣୁ ନାହାନ୍ତି । କୌଣସି କାରଣରୁ ମୋବାଇଲ ହଜିଗଲେ କିମ୍ବା ସିମ କାର୍ଡ ଖରାପ ହେଲେ କାର୍ଡ ବଦଳାଇବା ପାଇଁ ମୋହନା ବ୍ଲକରେ ବସବାସ କରୁଥିବା ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ସ୍ଥାନୀୟ କାର୍ଯ୍ୟାଳୟରେ ସିମ କାର୍ଡ ମିଳିବା ସୁବିଧା ନଥିବାରୁ ଲୋକେ ବ୍ୟବହାର କରୁଥିବା ସିମ କାର୍ଡ କାର୍ଯ୍ୟାଳୟ ଠାରୁ ୪୦ କିମି ଦୂର ଦିଗପହଣ୍ଡି ଗ୍ରାହକ ସେବା କେନ୍ଦ୍ରକୁ ଯିବାକୁ ପଡୁଛି । ଯାହା ଫଳରେ ଅଯଥା ଲୋକମାନେ ଖର୍ଚ୍ଚାନ୍ତ ହେଉଛନ୍ତି । ଅପରପକ୍ଷେ ମୋହନା କାର୍ଯ୍ୟାଳୟ ଠାରୁ ୮କିମି ଦୂର ଲୁହାଗୁଡି ମଧ୍ୟରେ ରହିଥିବା ଲୁଡୁରୁ, କିରାମା, ମେରାପଲ୍ଲୀ ଆଦି ଗ୍ରାମରେ ନେଟୱାର୍କ ନଥିବାରୁ ସାଧାରଣ ଉପଭକ୍ତା ସେବାରୁ ବଞ୍ôଚତ ହେଉଥିବା ଅଭିଯୋଗ ହେଉଛି । ସେହିପରି ଅନ୍ତରବା କରଚାବାଡି, ଚୁଡଙ୍ଗପୁର, ଡେଙ୍ଗେସଖାଲ ଆଦି ପଞ୍ଚାୟତରେ ଟାୱାର ନଥିବାରୁ ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ସହ ମୌଳିକ ସେବାରୁ ବଞ୍ôଚତ ହେଉଥିବା ସରପଞ୍ଚ ସେବତୀ ଗମାଙ୍ଗ, କାମ୍ବି ମଳିକ ପ୍ରମୁଖ ଅଭିଯୋଗ କରିଛନ୍ତି । ସେହିପରି ବିରିକୋଟରେ ମଧ୍ୟ ବି.ଏସ୍‌.ଏନ୍‌.ଏଲ୍‌.ର ସେବା ମାସକୁ ୧୫ରୁ ୨୦ଦିନ ମିଳୁଛି । ଏ ସମ୍ପର୍କରେ ବ୍ରହ୍ମପୁର ବିଏସ୍‌ଏନ୍‌ଏଲ୍ ଡେପୁଟୀ ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ସାହୁଙ୍କୁ ପଚାରିବାରୁ ଏହି ସମସ୍ୟା ଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ