ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କପା ବିକ୍ରି ନିମନ୍ତେ ପ୍ରଚାର ଅଭିଯାନ

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ବଜାର ପ୍ରାଙ୍ଗଣ ଠାରେ ଚାଷୀଙ୍କ ଉତ୍ପାଦିତ କପା ବିକ୍ରି ନିମନ୍ତେ ଏକ କପା ଚାଷୀ ସଚେତନତା ଓ ପ୍ରଚାର ରଥର ଶୁଭାରମ୍ଭ ହୋଇଛି । ଏହି ପ୍ରଚାର ଅଭିଯାନ ରଥକୁ ଜିଲ୍ଲାପାଳ ଅନୁପମ ସାହା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଇରେନିୟସ ପ୍ରଧାନ ଏବଂ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଲାଡି ରଘୁବାବୁ ସମେତ ବହୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତଥିଲେ । ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଏହି ପ୍ରଚାର ଅଭିଯାନ ମୁଖ୍ୟତଃ କପା ଚାଷ ହେଉଥିବା ଜିଲ୍ଲାର ୪ଗୋଟି ବ୍ଲକ ଯଥା କାଶୀନଗର ଗୁମ୍ମା, ଗୋଷାଣୀ ଓ ରାୟଗଡ ବ୍ଲକର ପ୍ରାୟ ୫୦ଟି ଗ୍ରାମ ପରିକ୍ରମା କରି ୧୨ଶହ କପାଚାଷୀଙ୍କ ସଚେତନ କରାଇବ । ସଚେତନ କରାଇବା ମଧ୍ୟରେ ଆସନ୍ତା ୦୯.୧୨.୨୦୨୦ ତାରିଖ ଦିନ କମିଟି ପ୍ରାଙ୍ଗଣରେ ସରକାରଙ୍କ ଧାର୍ଯ୍ୟ ଦରର ସି.ସି.ଆଇ. ମାଧ୍ୟମରେ କିଣିବା ବ୍ୟବସ୍ଥା, କପା ବିକ୍ରି ନିମନ୍ତେ ଚାଷୀମାନେ କିପରି ନାମ ପଞ୍ଜିକରଣ କରିବେ, ଅଗ୍ରିମ ଟୋକେନ କିଭଳି ନେବେ, ଜମିର ପ୍ରମାଣ ପତ୍ର କେଉଁଠାରୁ ଆଣିବେ ସେ ବିଷୟରେ ବୁଝାଯିବ । ଜଣେ ଚାଷୀଙ୍କ ଠାରୁ ସର୍ବାଧିକ ୪୦ କୁଇଣ୍ଟାଲ ପର୍ଯ୍ୟନ୍ତ କପା କ୍ରୟ କରିବା ଏବଂ କପାମଣ୍ଡି ସପ୍ତାହରେ ଦୁଇ ଦିନ ଅର୍ଥାତ ମଙ୍ଗଳବାର ଓ ବୁଧବାର ଦିନ ଦୁଇ ଘଣ୍ଟା ପର୍ଯ୍ୟନ୍ତ ବିକ୍ରି ହେବ, କପା ବିକ୍ରି ପାଇଁ ୨୦୨୦-୨୧ ବର୍ଷ ପାଇଁ ନିର୍ଦ୍ଧାରିତ କପାର ଗୁଣାତ୍ମକ ମାନ ଓ ସରକାରଙ୍କ ସର୍ବନିମ୍ନ କୁଇଣ୍ଟାଲ ପ୍ରତି ସହାୟକ ମୂଲ୍ୟ ଏବଂ କପାର ଉଚିତ ମୂଲ୍ୟ ପାଇବା ପାଇଁ ଶୁଖିଲା ଓ ପରିଷ୍କା କପା ମଣ୍ଡିକୁ ବିକ୍ରି ନିମନ୍ତେ ଆଣିବା ପାଇଁ ପ୍ରଭୃତି ଉପରେ କପାଚାଷ ହେଉଥିବା ବିଭିନ୍ନ ଗ୍ରାମାଞ୍ଚଳକୁ ଯାଇ କପାଚାଷୀ ମାନଙ୍କୁ ସଚେତନ କରାଇବ ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ