ପଞ୍ଚୁଗୋଛିଆରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ, ଦୁଇ ଆହତ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ପଞ୍ଚୁଗୋଛିଆ ଗ୍ରାମରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ଦୁଇଜଣ ଆହତ ହୋଇଥିବା ଜଣାଯାଇଛି । ଅଭିଯୋଗରୁ ଜଣାଯାଇଛି ଯେ ଗ୍ରାମର ଉତ୍ତମ ନାୟକଙ୍କ ସହିତ ଗ୍ରାମର କିଛି ବ୍ୟକ୍ତିଙ୍କ ମଧ୍ୟରେ ଗତ କିଛିଦିନ ହେଲା ଗାଁରେ ପଡିଆ ନିର୍ମାଣକୁ କେନ୍ଦ୍ରକରି ବିବାଦ ଲାଗି ରହିଛି । ବେନିୟମ ଭାବେ ଖେଳପଡିଆ ନାଁରେ ଗଛ ହାଣିବା, ବାଉର୍ଶ ବୁଦାକୁ ହାଣିଦେବା ଭଳି ଅଭିଯୋଗ ମାନ ହୋଇଥିଲା । ଏହି ବିବାଦକୁ ନେଇ ଅଭିରାମ ନାୟକ ଓ ଉତ୍ତମ ନାୟକ ପରିବାର ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଆଜି ସକାଳୁ ଅଭିରାମଙ୍କ ଏକ ବାଛୁରୀ ଉତ୍ତମଙ୍କ ବାଡି ଆଡେ ପଳାଇଥିବା ବେଳେ ଅଭିରାମଙ୍କ ଝିଅ ମାଳତୀ ବାଛୁରୀଟିକୁ ଗୋଡାଇ ଆଣିବାକୁ ଯାଇଥିଲା । କାହିଁଁକି ବାଛୁରୀ ଛାଡୁଛ ବୋଲି ଉତ୍ତମଙ୍କ ପରିବାର ଲୋକେ ଅଭିରାମଙ୍କ ପରିବାର ଲୋକଙ୍କୁ ଗାଳି ଗୁଲଜ କରିବାରୁ ମାଳତୀ ଏହାର ପ୍ରତିବାଦ କରିବାରୁ ଉତ୍ତମଙ୍କ ପରିବାର ଲୋକେ ମାଳତୀକୁ ପିଟାପିଟି କରିଥିଲେ । ମାଳତୀଙ୍କ ପାଟିଶୁଣି ଅଭିରାମଙ୍କ ପରିବାର ଲୋକେ ଦଉଡି ଆସିବାରୁ ଉଭୟ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଏହି ଘଟଣାରେ ମାଳତୀ ଓ ଉତ୍ତମ ଆହତ ହୋଇଛନ୍ତି । ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଉତ୍ତମ ଆନନ୍ଦପୁର ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ସେ ଏନେଇ ଅନନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି । ମାଳତୀ ଆନନ୍ଦପୁର ଥାନାରେ ଏନେଇ ଅଭିଯୋଗ କରିଥିବାବେଳେ ଉତ୍ତମ ମଧ୍ୟ ତାଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି । ପୁଲିସ ଉଭୟ ପକ୍ଷରୁ ଅଭିଯୋଗ ପାଇବାପରେ ପୁଲିସ ଘଟଣା ସ୍ଥଳକୁ ଯାଇ ଉଭୟ ପକ୍ଷଙ୍କୁ ପଚରା ଉଚୁରା କରି ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ