ମାଟିର ଉର୍ବରତା ବୃଦ୍ଧି ପାଇଁ ସ୍ୱଦେଶୀ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗକୁ ଗୁରୁତ୍ବ ଦିଆଯିବା ଦରକାର

           ବିଶ୍ୱ ମୃତ୍ତିକା ଦିବସ-୨୦୨୦ ପାଳିତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ମାଟିର ସ୍ୱାସ୍ଥ୍ୟ କହିଲେ ମାଟିର ଜୀବିତ ରହିବା କ୍ଷମତାକୁ ବୁଝାଇଥାଏ। ଏହି କ୍ଷମତା ମନୁଷ୍ୟ ତଥା ଜୀବଜଗତର ସ୍ୱାସ୍ଥ୍ୟ ଓ ପରିବେଶ ରକ୍ଷା କରିବାରେ ସହାୟକ ହେବା ସହିତ ମାଟିର ଉତ୍ପାଦନ ଶକ୍ତିକୁ ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହାକୁ ଦୃଷ୍ଟିେର ରଖି  କନ୍ଧମାଳ ମୁଖ୍ୟ ଜିଲା କୃଷି ଅଧିକାରୀ-ତଥା-ଆତ୍ମାର ପ୍ରକଳ୍ପ ନିର୍ଦେଶକଙ୍କ ସୌଜନ୍ୟରେ ସ୍ଥାନୀୟ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ସମ୍ମିଳନୀ କକ୍ଷରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ଅଧ୍ୟକ୍ଷତାରେ  ବିଶ୍ୱ ମୃତ୍ତିକା ଦିବସ-୨୦୨୦ ପାଳିତ ହୋଇଯାଇଛି।କୃଷି ବିଶେଷଜ୍ଞମାନଙ୍କ ସୁପରାମର୍ଶ କ୍ରମେ ମାଟିର ଉର୍ବରତା ବୃଦ୍ଧି ପାଇଁ ସ୍ୱଦେଶୀ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗକୁ ଗୁରୁତ୍ବ ଦିଆଯିବା ଦରକାର ବୋଲି ଶ୍ରୀ କହଁର ପ୍ରକାଶ କରିଥିଲେ। ଏହି ଅବସରରେ ବିଭିନ୍ନ ଜୈବିକ ଦ୍ରବ୍ୟ ଯଥା- ଜିଆ ଖତ,ଗୋବର ଖତ, କମ୍ପୋଷ୍ଟ ଆଦିର ବ୍ୟବହାର ଫଳରେ କିପରିମାଟିର ଜଳଧାରଣ କ୍ଷମତା ବୃଦ୍ଧି ହୋଇଥାଏ, ଖାଦ୍ୟସାର ଓ ଅଣୁଜୀବ ମାନଙ୍କର ବହୁଳ ଉପସ୍ଥିତି ଅନୁଭୂତ ହୁଏ ଏବଂ ମାଟିର ଭୌତିକ, ରାସାୟନିକ ଏବଂ ଜୈବିକ ଗୁଣର ସୀମା ବୃଦ୍ଧି ହୋଇ ଫସଲ ଉତ୍ପାଦନ ନିଶ୍ଚିତ ଭାବେ ବଢ଼ିଥାଏ ସେ ବିଷୟରେ ବର୍ଣ୍ଣନା କରିଥିଲେ। ସେହିପରି ସବୁଜ ସାର ଯୋଗାଉଥିବା ଗଛ କିପରି ମାଟିର ଗଠନକୁ ଉନ୍ନତି କରେ, ଫସଲର ଅଦଳ ବଦଳ ଫଳରେ କିପରି ରୋଗ ପୋକ କମିବା ସହିତ ମାଟିର ଭୌତିକ, ରାସାୟନିକ ଏବଂ ଜୈବିକ ଗୁଣ ସୁରକ୍ଷିତ ରହି ଫସଲ ଉତ୍ପାଦନକୁ ନିଶ୍ଚିତ ରୂପେ ବୃଦ୍ଧି କରିଥାଏ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଉକ୍ତ ଆଲୋଚନାଚକ୍ରରେ ଅତିଥିଭବେ କନ୍ଧମାଳ ଜିଲ୍ଲା ପରିଷଦର ଉପ- ସଭାପତି ଶ୍ରୀମତୀ ସାରତୀ ମଲ୍ଲିକ, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଶିବ ପ୍ରସାଦ ତ୍ରିପାଠୀ, ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ମଞ୍ଜୁଲତା କହଁର, ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର, ଉପ-ନିର୍ଦ୍ଦେଶକ ଉଦ୍ୟାନକୃଷି ମନୋଜ କୁମାର ଦାଶ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ଶତପଥି, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶୈଳେନ୍ଦ୍ର ନାରାୟଣ  ନାୟକ, କୃଷି ବୈଜ୍ଞାନିକ, ଫୁଲବାଣୀ ଡଃ ସୁବ୍ରତ କୁମାର ବେହେରା, କୃଷି ବୈଜ୍ଞାନିକ, ଘୁ.ଉଦୟଗିରି ଡ.ଦେବାଶିଶ ମିଶ୍ର, ରସାୟନବିତ୍ ପ୍ରଫୁଲ୍ଲ କୁମାର ସେଠୀ, ଉପ-ପ୍ରକଳ୍ପ ନିର୍ଦେଶକ (ଆତ୍ମା) ଅନୀଲ କୁମାର ପ୍ରହରାଜଙ୍କ ସମେତ ବିଭାଗୀୟ ସରକାରୀ ପଦାଧିକାରୀ, ଜିଲ୍ଲାରୁ ନିମନ୍ତ୍ରତ ମହିଳା ଓ ପୁରୁଷ ଚାଷୀ ଯୋଗଦେଇଥିଲେ। ଏହି ଅବସରରେ ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ