ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ସମ୍ବିଧାନ ଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ସମ୍ବିଧାନିକ ଦିବସ ଓସ୍ତପୁର ପଂଚାୟତର ବୀରସ୍ୱତୀସ୍ଥିତ ଓମ ପ୍ୟାଲେସ ପରିସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ମାଧବ ଚରଣ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବିରୋଧୀଦଳ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଇଥିବା ବେଳେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ବିଭୁ ପ୍ରସାଦ ତରାଇ, ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ବିଜେପି ନେତା ବିଷ୍ଣୁ ପ୍ରସାଦ ଦାସ, ଉମାକାନ୍ତ ପଟ୍ଟନାୟକ, ବିଜୟ ପ୍ରଧାନ, ସୁନାକର ବେହେରା, ମାନସ ମହାନ୍ତି, ଭକ୍ତବନ୍ଧୁ ମିଶ୍ର, ନେହେରୁ କୁମାର ସାହୁ, ଉପୀନ ରାଉତ, ନାରଦ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗଦେଇ ସମ୍ବିଧାନ ପ୍ରଣେତା ଡଃ. ଆମ୍ବେଦକରଜୀଙ୍କ ଜୀବନୀ ତଥା ଦେଶ ପାଇଁ ତାଙ୍କର ବଳିଷ୍ଠ ଅବଦାନ ନିମନ୍ତେ ଉତ୍ସର୍ଗୀକୃତ ସେବା ସମ୍ପର୍କରେ ଆଲୋକପାତ କରିଥିଲେ । ବର୍ତ୍ତମାନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବିଧାନର ସୁରକ୍ଷା, ଦେଶର ଅଖଣ୍ଡତା ଓ ସର୍ବଭୈାମତା ବଜାୟ ରଖିବା ପାଇଁ ବିଭିନ୍ନ ଲୋକାଭିମୁଖି ଯୋଜନା ଗୁଡିକର ପ୍ରଣୟନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଆଇଟି ସେଲ ସଂଯୋଜକ ଅଭିମନ୍ୟୁ ଗୋଛାୟତ ଅତିଥି ପରିଚୟ ପ୍ରଦାନ ସୁନାକର ବେହେରା ସ୍ୱାଗତ ଭାଷଣ ଓ ସୁଦାମ ଚରଣ ମଳିକ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ନାୟକଙ୍କୁ ବିଜେପିର କାର୍ଯ୍ୟକର୍ତ୍ତାମାନେ ଛଗରିଆ ଛକରେ ଭବ୍ୟ ସ୍ୱାଗତ କରିବା ସହ ଏକ ମଟରସାଇକେଲ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ । ପ୍ରଥମେ ବିରୋଧୀଦଳ ନେତା ଶ୍ରୀ ନାୟକ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କୁ ସିଂହଦ୍ୱାର ନିକଟରେ ଦର୍ଶନ କରିବା ପରେ ଉତ୍ସବସ୍ଥଳକୁ ଶୋଭାଯାତ୍ରାରେ ଯାଇଥିଲେ । ସେଠାରେ ଶ୍ରୀଜୀଉଙ୍କ ସେବାୟତମାନେ ମନ୍ଦିର ସର୍ବସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ କରିବାକୁ ଦାବୀ ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ଉମାକାନ୍ତ ନାୟକ, ବାସୁଦେବ ତ୍ରିପାଠୀ, ଭ୍ରମରବର ସ୍ୱାଇଁ, ଲଲାଟକେଶରୀ ସାମଲ, ବଳରାମ ବେହେରା, ହରେକୃଷ୍ଣ ରାୟ, ମୁକ୍ତିକାନ୍ତ ସ୍ୱାଇଁ, ପ୍ରଭାତୀ ସେଠୀ, ପ୍ରଶାନ୍ତ ସେଠୀ, ଗୋପାଳ ବେହେରା, ବାବୁଲି ଚରଣ ଲେଙ୍କା, ସୁବାଷ ଜେନା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ