ବିଶ୍ୱ ମୃତ୍ତିକା ଦିବସ ପାଳିତ

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ): ତିର୍ତୋଲ ବ୍ଲକ ଅନ୍ତର୍ଗତ ନିମକଣାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସର ମଧ୍ୟରେ ଚଳିତ ଡ଼ିସେମ୍ବର ମାସ ୦୫ତାରିଖରେ ବିଶ୍ଵ ମୃତ୍ତିକା ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର୪୦ଜଣ କୃଷକ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ତିର୍ତ୍ତୋଲ ବ୍ଲକ ର ଚେୟାରମ୍ୟାନ ମହୋଦୟା ମୁଖ୍ୟ ଅଥିତି ରୂପେ ଯୋଗଦାନ କରି ମାଟି ମା ର ସୁରକ୍ଷା ପାଇଁ ପରାମର୍ଶ ଦେଇଥିଲେ, ଜିଲ୍ଲାର ସରକାରୀ ଉଦ୍ୟାନ ନିର୍ଦେଶକ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଜୈବିକ କୃଷିର ଉପଦେୟତା ଏବଂ ନିରନ୍ତର କୃଷିରେ ଏହାର ଉପଯୋଗିତା ସମ୍ପର୍କରେ ଅବଗତ କରାଇଥିଲେ | କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ଼ ବିଶ୍ୱରଞ୍ଜନ ପଟନାୟକ ମୂର୍ତ୍ତିକା ଓ ପ୍ରଦୂଷଣ ର ଭୟାବହତା ଏବଂ ଆଗାମୀ ଦିନରେ କିପରି ଅଧିକ ରୁ ଅଧିକ ମୃତ୍ତିକା ପରୀକ୍ଷା କରାଯାଇ ପାରିବ ଏହା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କେନ୍ଦ୍ରର ମୃତ୍ତିକା ବିଶେଷଜ୍ଞ ଡ଼ ପ୍ରଦୀପ୍ତ ମାଝୀ ତାଙ୍କ ଅଭିଭାଷଣରେ ମୃତ୍ତିକା ପରୀକ୍ଷାର ଉପାଦେୟତା ,ମୃତ୍ତିକା ପରୀକ୍ଷା ନିମନ୍ତେ ମାଟି ସଂଗ୍ରହ ପ୍ରଣାଳୀତଥା ମୃତ୍ତିକା ସ୍ୱାସ୍ଥ୍ୟ କାଡ଼ ର ବ୍ୟବହାର ସମ୍ପର୍କ ରେ ଆଲୋକ ପାତ କରିଥିଲେ।କେନ୍ଦ୍ର ର ଉଦ୍ୟାନ ବିଭାଗର ବୈଜ୍ଞାନିକ ଶ୍ରୀଯୁକ୍ତ ଆଶିଷ ମହାନ୍ତି, ଗୃହ ବିଜ୍ଞାନୀ ସସ୍ମିତା ପୁରହିତ ମଧ୍ୟ ମୃତ୍ତିକାର ସଦୁପଯୋଗ କରିବାକୁ ଆଲୋକପାତ କରିଥିଲେ | ଏହି ଅବସରରେ ୨୦ ଜଣ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ
error: Content is protected !!