ସଂଗ୍ରାମୀ ସ୍ମରଣେ

ରତ୍ନାକର ସ୍ୱାଇଁ
ପୂର୍ବତନ ପ୍ରଧାନ ଗୁରୁଜୀ
ଗୋପବନ୍ଧୁ ମୌଳିକ ବିଦ୍ୟାଳୟ,
ସଠିଲୋ-ଶିଶୁଆ

ସମୟ ଓ ସ୍ରୋତ କାହାରିକୁ ଅପେକ୍ଷା କରେ ନାହିଁ । ୨୦୧୯ ମସିହା ଡିସେମ୍ବର ୮ ତାରିଖ କ୍ରମେ ଅପସରି ଯାଇଁ ୨୦୨୦ ମସିହା ଡିସେମ୍ବର ୮ ତାରିଖରେ ଏକ ବର୍ଷ ପୂରଣ ହେଉଛି । ସଂଗ୍ରାମୀ ଭାଗବତ ମହାନ୍ତିଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସକୁ ତାଙ୍କର ଶ୍ରଦ୍ଧେୟ ଅନୁଗାମୀମାନେ ପାଳନ କରିଛନ୍ତି । ପବିତ୍ର ଗ୍ରନ୍ଥ ଭାଗବତ ସଦୃଶ ଭାଗବତ ବାବୁଙ୍କ ନିର୍ମଳ ଭାବମୂର୍ତି ସମ୍ପନ୍ନ ଜୀବନୀ ଓ ବ୍ୟକ୍ତିତ୍ୱକୁ ଅବତାରଣା କରି ତାଙ୍କର ଅମର ଆତ୍ମାପ୍ରତି ଭକ୍ତି ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଏହି ପ୍ରବନ୍ଧର ଆଭିମୁଖ୍ୟ । ୧୯୨୮ ମସିହା ଜୁଲାଇ ୨୮ ତାରିଖରେ ଅବିଭକ୍ତ କଟକ ଜିଲ୍ଲାରେ ଲୁଣାକରାଣ୍ଡିଆ ନଦୀ ପରିବେଷ୍ଟିତ ଦ୍ୱିପାଂଚଳର ସଠିଲୋ ଗ୍ରାମରେ ତାଙ୍କ ଜନ୍ମ । ପରବର୍ତୀ ସମୟରେ ତାଙ୍କୁ ଲାଠି ପ୍ରହାର ଦେଇଥିବା ପ୍ରଜା ଶୋଷଣକାରୀ ଅତ୍ୟାଚାରୀ ଜମିଦାରଙ୍କ ଘରେ ତାଙ୍କ ବାପା ସାଧାରଣ ଗୁମାସ୍ତା ଚାକିରି କରୁଥିଲେ । ଏଣୁ ତାଙ୍କର ପାରିବାରିକ ଅବସ୍ଥା ସ୍ୱଚ୍ଛଳ ନଥିଲା । ଗ୍ରାମରେ ପ୍ରାଥମିକ ବିଦ୍ୟାଳୟଟିଏ ନଥିବାରୁ ମାମୁ ଘରେ ରହି ପ୍ରାଥମିକ ଶିକ୍ଷା ଶେଷକରି ବର୍ତମାନର ବନମାଳୀ ବ୍ରହ୍ମଚାରୀ ଆଦର୍ଶ ଉଚ୍ଚବିଦ୍ୟାଳୟରେ ଶିକ୍ଷାଗ୍ରହଣ କରିଥିଲେ । ଶିକ୍ଷକ ଗୌରବ ବନମାଳି ବ୍ରହ୍ମଚାରୀଙ୍କର ସେ ଜଣେ ପ୍ରିୟଛାତ୍ରଥିଲେ । ୧୯୪୨ ମସିହାରେ ମହାତ୍ମାଗାନ୍ଧୀଙ୍କର ଭାରତ ଛାଡ଼ ଆନ୍ଦୋଳନ ଦେଶର ପ୍ରତି ଅନୁକୋଣରେ ପ୍ରସାରିତ ହେବା ବେଳେ ଦୋହଳୀ ସ୍କୁଲ ଛାତ୍ରଭାବେ ଆନ୍ଦୋଳନକୁ ସମର୍ଥନ ଓ ସଂଗ୍ରାମୀମାନଙ୍କ ମନବଳକୁ ବୃଦ୍ଧିପାଇଁ ନିଜ ବିଦ୍ୟାଳୟ ଓ ପାଶ୍ୱର୍ବର୍ତୀ ବିଦ୍ୟାଳୟର ଶ୍ରେଣୀ ବର୍ଜନ କରାଇବାରେ ନେତୃତ୍ୱ ନେଇଥିଲେ । ମାଟ୍ରିକ ପାସ୍ ପରେ ଉଚ୍ଚଶିକ୍ଷା ନିମନ୍ତେ ସେ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କଲେ । ନିଜ ଗ୍ରାମର ଗରୀବ ଚାଷୀମାନେ ସ୍ଥାନୀୟ ମଧ୍ୟ ସତ୍ୱାଧୀକାରୀ ଜମିଦାରଙ୍କ ଦ୍ୱାରା ଶୋଷିତ ଓ ନିଷ୍ପେଷିତ ହେଉଥିଲେ । ଚାଷୀମାନଙ୍କୁ ଦେଢ଼ି ଦେଣା ଦେଇ ନାନା ପ୍ରବଂଚନା ବଳରେ ସେମାନଙ୍କର ଜମିକୁ ନିଜସ୍ୱ କରୁଥିଲେ । ସେଇ ଜମିକୁ ଭାଗଦେଇ ଚକ୍ରବୃଦ୍ଧି ସୁଧହାରରେ ସେମାନଙ୍କ ସମସ୍ତ ପ୍ରକାର ଆୟକୁ ନିଜ ଆୟତକୁ ନେଉଥିଲେ । ଚାଷୀମାନେ କେବଳଯେ ଶୋଷିତ ହେଉଥିଲେ ତାହା ନୁହେଁ, ଗୋତି ଶ୍ରମିକ ଭଳି ଦୁସ୍ଥ ଜୀବନଯାପନ କରୁଥିଲେ । ଗରୀବ ପରିବାରରେ ତାଙ୍କ ଜନ୍ମ । ତେଣୁ ଗରୀବ ଚାଷୀମୁଲିଆଙ୍କ ପାଇଁ କିଛି କାର୍ଯ୍ୟ କରିବାକୁ ତାଙ୍କ ମନରେ ଦୃଢ଼ତା ଥିଲା । ଭାରତ ସ୍ୱାଧୀନତା ପରେ ମହାତ୍ମାଗାନ୍ଧୀଙ୍କ ଶିକ୍ଷା ସଂସ୍କାର ନୀତିରେ ଶିକ୍ଷିତ ବ୍ୟକ୍ତି ସ୍ୱାବଲମ୍ବନଶୀଳ ଜୀବନ ଯାପନ ପାଇଁ ମୌଳିକ ବିଦ୍ୟାଳୟମାନ ଖୋଲୁଥାଏ । ୧୯୪୮ ମସିହାରେ କଲେଜରେ ଅଧ୍ୟୟନ କରୁଥିବା ବେଳେ ନିଜ ଗ୍ରାମରେ ପ୍ରାଥମିକ ଶିକ୍ଷା ନିମନ୍ତେ ଗୋଟିଏ ମୌଳିକ ବିଦ୍ୟାଳୟ ଖୋଲିବାକୁ ମନସ୍ଥ କଲେ । ଏଥିପାଇଁ ସ୍ଥାନୀୟ ଜମିଦାରଙ୍କ ଠାରୁ ନାନା ପ୍ରତିବାଦ ଓ ପ୍ରତିରୋଧର ସମ୍ମୁଖିନ ହୋଇ ଗାଁର ଯୁବକମାନଙ୍କ ଦ୍ୱାରା ନିମ୍ବ, ଜାମୁ, ଶିମିଳି କାଠ ଓ ଖରିତାଟିଦିଆ ଚାଳଘର ତିଆରି କରି ଉତ୍କଳମଣି ଗୋପବନ୍ଧୁଙ୍କ ନାମରେ ଗୋପବନ୍ଧୁ ମୌଳିକ ବିଦ୍ୟାଳୟ ପ୍ରତିଷ୍ଠା କଲେ । ସମୟ କ୍ରମେ ସେଠାରେ ଗୋଟିଏ ମି.ଇ. ସ୍କୁଲ,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ