୪୧ କିଲୋ ଗଞ୍ଜେଇ ଜବତ, ମାଫିଆ ଚମ୍ପଟ

ମୋହନା (ଅଂଶୁମାନ ପଣ୍ଡା) ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅନ୍ତର୍ଗତ ସୁଲୁବା – ନୂଆସାହି – ବାଘମାରି ରାସ୍ତାରେ ୪୧ କିଲୋ ଗଞ୍ଜେଇ ଜବତ କରିଛି ପୁଲିସ l ତେବେ ଏହି ଗଞ୍ଜେଇ ଚୋରା ଚାଲାଣ କରୁଥିବା ୨ ଜନ ମାଫିଆ ଘଟାନ ସ୍ଥଳରୁ ଚମ୍ପଟ ମାରିଥିବା ଥାନା ଅଧିକାରୀ ବସନ୍ତ ସେଠୀ କହିଛନ୍ତି l ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟାରେ ଥାନା ଅଧିକାରୀଙ୍କ ତତ୍ବାବଧାନରେ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ସୁନିଲ ସେଠୀଙ୍କ ନେତୃତ୍ୱରେ ବାଘମାରି ଅଞ୍ଚଳରେ ପେଟ୍ରୋଲିଂ ଚାଲିଥିଲା l ଏହି ସମୟରେ ସୁଲୁବl- ନୂଆସାହି ଓ ବାଘମାରି ରାସ୍ତାର ଏକ କଲ ଭର୍ଟ ନିକଟରେ ୨ ଜଣ ଯୁବକ ଠିଆ ହୋଇଥିବା ବେଳେ ନିକଟରେ ବଡ ବସ୍ତା ଥିବା ଦେଖି ପୁଲିସ ସନ୍ଦେହ କରି ଚଢ଼ାଉ କରିଥିଲେ l ପୁଲିସ ଦେଖି ୨ ଜଣ ଯୁବକ ଘଟଣା ସ୍ଥଳରୁ ଚଂପଟ ମାରିଥିଲେ l ପୁଲିସ ଉକ୍ତ ବସ୍ତା କୁ ଯାଞ୍ଚ କରିବା ପରେ ୪୧ କିଲୋ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା l ଏହି ଗଞ୍ଜେଇ ଜବତ କରିବା ସହ ତଦନ୍ତ ଚାଲିଛି l ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ l ଖୁବ ଶୀଘ୍ର ଗଞ୍ଜେଇ ଚୋରା ଚାଲାଣ ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ