କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

କୁଚିଣ୍ଡା,(ୱାଇଏନ୍ଏସ୍): ଉପଖଣ୍ଡ ଚିକିତ୍ସାଳୟ କୁଚିଣ୍ଡା ରୁ ଶିଶୁ ରୋଗ ବିଶେଷଜ୍ଞ ଚାଇଲଡ଼ ଲାଇନକୁ ଏକ ଶିଶୁକନ୍ୟାକୁ ପାଇ ଚିକିତ୍ସା ପାଇଁ ଆଣିଥିବା ସୂଚନା ଦେଇଥିଲେ। ଏହି ଶିଶୁଟିକୁ କେହି ଜନ୍ମକରି କୁଚିଣ୍ଡା ଘୋଶା ରାସ୍ତାର ଏକ ବରଗଛତଳେ ଶୋଆଇ ଚାଲିଯାଇଥଲେ। ଶିଶୁ ର ଉପଯୁକ୍ତ ଯତ୍ନ ଓ ଥଇଥାନ ପାଇଁ ଚାଇଲଡ଼ ଲାଇନ ତରଫରୁ ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କ ପରାମର୍ଶ କ୍ରମେ ପୋଲିସ କୁଚିଣ୍ଡା ଙ୍କୁ ଜଣାଇଥିଲେ। ଏହି ଶିଶୁଟିର ସମ୍ପର୍କରେ କୌଣସି ତଥ୍ୟ ନ ମିଳିବାରୁ ତାକୁ ସମ୍ବଲପୁର ଶିଶୁ କଲ୍ୟାଣ ସମିତି ଠାରେ ଉପସ୍ଥାପନ ପାଇଁ ସ୍ଥିର କରାଯାଇଛି। ଏହା ପରେ ଶିଶୁ ଟିର ଟୀକାକରଣ ଓ ପ୍ରାଥମିକ ଚିକିତ୍ସା ପରେ ଶିଶୁଟି ସୁସ୍ଥ ଥିବାରୁ ହସ୍ପିପିଟାଲ କତ୍ତୃପକ୍ଷ ଚାଇଲଡ଼ ଲାଇନ କୁ ଶିଶୁ ଟିକୁ ହସ୍ତାନ୍ତର କରିଥିଲେ ।ଚାଇଲଡ଼ ଲାଇନ ତରଫରୁ ଶିଶୁ ଟିକୁ ଶିଶୁ କଲ୍ୟାଣ ସମିତି ସମ୍ବଲପୁରଠାରେ ଉପସ୍ଥାପନ ପାଇଁ ନିଆଯାଇଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ