ଶଙ୍ଖଧ୍ୱନି

ଦୀନବନ୍ଧୁ ନାୟକ

ଶଙ୍ଖଧ୍ୱନି ପବିତ୍ର ଧ୍ୱନି । ଏହାକର୍ଣ୍ଣକୁହରରେ ପ୍ରବେଶକରିବାମାତ୍ରେସମସ୍ତ ନକାରାତ୍ମକଭାବନା ଦୂରହୋଇଯାଏ । ଯେତେକମ୍‌ସମୟ ପାଇଁହେଉ ପଛକେ ଏକ ସକାରାତ୍ମକଭାବନାଜାଗିଉଠେ । ମନେ ହୁଏ, ଏହାର ଏକ ସୂକ୍ଷ୍ମକାରଣରହିଛି । କ୍ଷିତି-ଅପ୍‌-ତେଜ-ମରୁତ୍‌-ବ୍ୟୋମ- ଏହି ପଂଚମହାଭୂତ ହେଉଛନ୍ତି ସମସ୍ତ ଶରୀରଧାରୀ ମାନଙ୍କର ପ୍ରଧାନ ଉପାଦାନ । ବିଭିନ୍ନସୃଷ୍ଟି ନିମନ୍ତେ ଏଗୁଡିକ ପରଷ୍ପରସହିତ ପ୍ରପଂଚିକୃତହୋଇବାସମସ୍ତେସମସ୍ତଙ୍କସହିତ ଏକ ନିର୍ଦ୍ଦିଷ୍ଟ ଭାଗମାପରେ ମିଳିତ ହୋଇ ଶରୀରସୃଷ୍ଟି କରିଥାଆନ୍ତି । ସବୁଠାରୁସୂକ୍ଷ୍ମମହାଭୂତହେଉଛିବ୍ୟୋମବା ଆକାଶ । ଏହାରଏକମାତ୍ରଗୁଣଶଦ୍ଦବା ଧ୍ୱନି । ଆକାଶସୂକ୍ଷ୍ମତମହୋଇଥିବାରୁ ଯେ କୌଣସି ଶରୀରର ସର୍ବତ୍ରବିଦ୍ୟମାନ ଥାଏ । ତାହାରଗୁଣଶଦ୍ଦକୁଗ୍ରହଣକରିବା ପାଇଁ ପ୍ରଥମ ଜ୍ଞାନେନ୍ଦ୍ରିୟକର୍ଣ୍ଣସମର୍ଥ । ତେଣୁ ଯେ କୌଣସିଶଦ୍ଦବା ଧ୍ୱନିବା ସ୍ପନ କର୍ଣ୍ଣ ଗ୍ରହଣକରିବା ମାତ୍ରେ ତାହା ସାରା ଶରୀରରେସଂଚରିତହୋଇଯାଇଥାଏ । ଶଦ୍ଦ-ସ୍ପର୍ଶ-ରୂପ-ରସ-ଗନ୍ଧ ବା ପଂଚତନ୍ମାତ୍ରାହିଁବିଷୟ ଅଟନ୍ତି । ଏହାକୁକ୍ରମାନ୍ୱୟେ ପଂଚଜ୍ଞାନେନ୍ଦ୍ରିୟକର୍ଣ୍ଣ-ଚର୍ମ-ଚକ୍ଷୁ-ଜିହ୍ୱା-ନାସିକାଗ୍ରହଣକରନ୍ତି । ଶଙ୍ଖଧ୍ୱନିଶଦ୍ଦହୋଇଥିବାରୁଏହାକର୍ଣ୍ଣ ଦ୍ୱାରାଗୃହିତହୋଇଶରୀରର ପ୍ରଧାନ ସ୍ନାୟୁକେନ୍ଦ୍ରକୁସଂଚରିତହୋଇଯାଏ । ଶଦ୍‌ଦର ଭେଦ ଅନୁସାରେ ମନରେ ବିଭିନ୍ନ ଭାବ ଜାଗ୍ରତ ହୋଇଥାଏ । ଅବୋଧ ଶିଶୁଟିଏକୋମଳବାକ୍ୟରେ ଆହ୍ଲାଦିତ ହେବା ସଂଗେ ସଂଗେ କଠୋର ଭୟଭୀତ ହୋଇପଡେ ।ଶଙ୍ଖଧ୍ୱନି ଏକ ଆହ୍ଲାଦିତ ପବିତ୍ରଭାବଜାଗ୍ରତକରାଇଥାଏ । ଆମଭାରତୀୟସଂସ୍କୃତିଶଦ୍ଦକୁ ‘ଶଦ୍ଦବ୍ରହ୍ମ’ ଆଖ୍ୟା ଦେଇଛି । ଶଦ୍ଦହିଁଶରୀରରେ ଆହ୍ଲାଦ ଓ ଭୟ ଉତ୍ପନ୍ନକରିଥାଏ । ବେଦର ଉଚା, ମନ୍ତ୍ର, ଶ୍ଳୋକ, ସଂଗୀତସବୁଗୁଡିକଶଦ୍ଦମୟ । ବିଭିନ୍ନବାଦ୍ୟଯନ୍ତ୍ରଗୁଡିକ ମଧ୍ୟ ଶଦ୍ଦମୟ । କିନ୍ତୁଏକମାତ୍ରଶଙ୍ଖହିଁବାଦ୍ୟଯନ୍ତ୍ର ନୁହେଁ । ଏହା ଏକ ବ୍ୟତିକ୍ରମ । ଏହା ପବିତ୍ର, ଶୁଦ୍ଧ, ସାତ୍ୱିକତାର ପ୍ରତୀକ । ଯଜ୍ଞ, ବିବାହ, ବ୍ରତ, ଏପରିକି ସାଧାରଣ କୌଣସି ଘରୋଇ ପୂଜାପାଠ, ବ୍ରତ ଅନୁଷ୍ଠାନରେଶଙ୍ଖଧ୍ୱନି ଅପରିହାର୍ଯ୍ୟ । ପବିତ୍ର ମନ୍ତ୍ର ଉଚ୍ଚାରଣ ସହିତ ଶଙ୍ଖଧ୍ୱନି ଆହୁରିମହିମାବନ୍ତ ହୋଇଯାଏ ।ଲକ୍ଷ୍ୟକଲେଜା ଣିହେବ ଯେ, ଯେତେଗୁଡିଏବାଦ୍ୟଯନ୍ତ୍ର ରହିଛି, ସେଗୁଡିକ ଧାତୁ, କାଷ୍ଟ, ଚର୍ମଇତ୍ୟାଦି ଦ୍ୱାରା ନିର୍ମିତ । କିନ୍ତୁଶଙ୍ଖସେଗୁଡିକ ଦ୍ୱାରା ନିର୍ମିତ ନୁହେଁ । ଏହା ଏକ ଜୀବନ୍ତ ପ୍ରାଣୀରବାହ୍ୟ ଆବରଣମାତ୍ର । ଏଥିରେ ଅନ୍ୟ କିଛିଯୋଗକରାଯାଏ ନାହିଁ । ପୌରାଣିକମତରେ, ସୃଷ୍ଟିରେ ଆଦ୍ୟ କାଳରେଭଗବାନ ତାଙ୍କର ନାଭିକମଳରୁବ୍ରହ୍ମାଙ୍କୁ ପ୍ରକଟକରିତାଙ୍କୁବେଦ ପ୍ରଦାନ କରିଥିଲେଏବଂବେଦାନୁସାରେସୃଷ୍ଟିସର୍ଜନାକରିବାକୁଉପଦେଶ ଦେଇଥିଲେ । ସେତେବେଳେ ପ୍ରଳୟଜଳରେରହୁଥିବାଶଙ୍ଖାସୁର ନାମକ ଏକ ଦୈତ୍ୟବ୍ରହ୍ମାଙ୍କଠାରୁବେଦ ଚୋରିକରିନେଇଥିଲା । ବେଦର ଅର୍ଥ ଜ୍ଞାନ । ବେଦ ହରାଇ ଥିବାରୁ ବ୍ରହ୍ମା ସୃଷ୍ଟି ସର୍ଜନାକରି ନ ପାରିଭଗବାନଙ୍କୁ ପ୍ରାର୍ଥନାକଲେ । ଭଗବାନ ବୃହତ୍‌ଜଳଚରରୂପ ଧରିଶଙ୍ଖାସୁରକୁ ବଧ କରିବେଦ ଉଦ୍ଧାରକରିଥିଲେ । ତା’ ଭିତରେ ଥିବା ନକାରାତ୍ମକ ଶକ୍ତିର ବିିନାଶ ହୋଇଯାଇଥିଲା ।ପୁରାଣରେ ନାନାମୁନିଙ୍କର ନାନାମତ ଥିବାର ଦେଖିବାକୁମିଳେ । କିନ୍ତୁ ଆମଭାରତୀୟସାମାଜିକ ପୂଜାପାଠ, ବ୍ରତ, ବିବାହଇତ୍ୟାଦି ବେଳେ ଲକ୍ଷ୍ୟକଲେ ଜାଣିପାରିବା ଯେ, ଶଙ୍ଖରବ୍ୟବହାରବାଶଙ୍ଖଧ୍ୱନିସବୁ ଅନୁଷ୍ଠାନରେ ଏକ ଅପରିହାର୍ଯ୍ୟ ଅଙ୍ଗ ରୂପେ ରହିଥାଏ । ଆମଓଡିଶାର ଅନୁଷ୍ଠାନ ଗୁଡିକୁ ବିଶେଷକରି ମଙ୍ଗଳକର୍ମ, ଯଥା- ବିବାହ, ବ୍ରତରେଶଙ୍ଖଧ୍ୱନିସହିତ ସଧବା ନାରୀମାନଙ୍କର ‘ହୁଳହୁଳି’ ଧ୍ୱନିମଣିକାଂଚନ ଯୋଗ ପରିହୋଇଥାଏ । ଶୁଭମଙ୍ଗଳକର୍ମବେଳେ ସଧବା ନାରୀମାନଙ୍କର ଅନ୍ତରରେଯେଉଁ ଆହ୍ଲାଦ, ଆନନ୍ଦ, ଖୁସିଉଚ୍ଛୁଳିଉଠେ, ତାହା ଅବ୍ୟକ୍ତ ଆନ୍ତରିକହୋଇଥାଏ, କୌଣସିଔପଚାରିକବାହ୍ୟ ଧ୍ୱନି ନୁହେଁ । ଅନ୍ତରରଉଛ୍ୱାସସ୍ୱରରୂପେ କଣ୍ଠରୁ ନିର୍ଗତହେବାସଂଗେସଂଗେଏହାଏତେ ଘନ ହୋଇଯାଏ ଯେ ବାକ୍ୟରେ ପ୍ରକାଶକରିବା ପୂର୍ବରୁ ଆନନ୍ଦ ଆତିଶଯ୍ୟରେଜିହ୍ୱାରକ୍ଷିପ୍ରଚାଳନାହେତୁଏହି ‘ହୁଳହୁଳି’ ଶଦ୍ଦ ଉଦ୍‌ଭୂତହୋଇଥାଏ । ଏହାକୁ ଆମଓଡିଶାରେ ଅତ୍ୟନ୍ତ ଶୁଭସୂଚକ, ମଙ୍ଗଳସୂଚକ ଧ୍ୱନିବୋଲିମାନ୍ୟକରାଯାଏ । ଦୂରରୁଭାସି ଆସୁଥିବାଶଙ୍ଖହୁଳହୁଳି ଧ୍ୱନିଶ୍ରୋତାରମନରେ ଏକ ଶୁଭମଙ୍ଗଳଭାବନାଜାଗ୍ରତକରାଏ । ଏହାସହିତ ପୁରୁଷକଣ୍ଠ ଶଦ୍ଦ ‘ହରିବୋଲ’ ଯୁକ୍ତହୋଇଗଲେ, ତାହା ଆନନ୍ଦର ଚରମସୀମାକୁନେଇଯାଏ ।‘ହରିବୋଲ’କୁ ଆମଓଡିଶାରେ ଅତ୍ୟନ୍ତ ପବିତ୍ରଧ୍ୱନିବୋଲିମାନ୍ୟକରାଯାଏ । ପୁରୁଖାବ୍ୟକ୍ତିମାନେ ଆମରଲୋକକଳା ‘ପାଲା’ ଦେଖିଥିବେ । ‘ପାଲା’ ସମାପ୍ତିବେଳେଗାୟକଙ୍କ ଅନୁରୋଧ କ୍ରମେ ହୁଳହୁଳି ଶଦ୍ଦକିସୁନ୍ଦର ପରିବେଶସୃଷ୍ଟିକରେ, ସ୍ମରଣକଲେଏବେବି ଆସ୍ପାଦନ କରିପାରିବେ । ଏବେ ମଧ୍ୟ ଦେଖାଯାଏ ଯେ, କୌଣସି ସମ୍ମାନୀୟ ମହାନୁଭବଙ୍କ ସ୍ୱାଗତବେଳେ ଶଙ୍ଖ-ହୁଳହୁଳିକରାଯାଏ, ଯାହା ଅତିଥିଙ୍କହୃଦୟରେ ଏକ ସକାରାତ୍ମକଭାବନାଜାଗ୍ରତକରାଇଥାଏା ମନୁଷ୍ୟରଶେଷ ଯାତ୍ରାରେ ‘ହରିବୋଲ’ ଭାଦ୍ଦସହିତ ତାକୁ ଶ୍ମଶାନକୁ ନିଆଯାଏ । ଏବେ ଅବଶ୍ୟ ଆଧୁନିକଶ୍ମଶାନଯାତ୍ରୀମାନେ ‘ରାମ ନାମସତ୍ୟହୈ’ ଉଚ୍ଚାରଣକରୁଛନ୍ତି । ଏହାଓଡିଆଙ୍କ ‘ଦେଖାଶିଖାଓଡିଶା’ ପ୍ରବାଦକୁ ପ୍ରମାଣକରେ । ଏହା ଯେ ଖରାପ, ଏକଥା କହୁନାହିଁ; କିନ୍ତୁଏହା ନକଲ ପ୍ରିୟତାକୁ ଇଙ୍ଗିତ କରେ ମାତ୍ର ।ଏହିଶଙ୍ଖଧ୍ୱନି ଆନନ୍ଦ ପରିବର୍ତେଭୟ, ବ୍ୟାକୁଳତା, ଚଂଚକତା ମଧ୍ୟ ଉତ୍ପନ୍ନକରେବୋଲି ପୁରାଣରେବର୍ଣ୍ଣିତହୋଇଛି । ଧର୍ମକ୍ଷେତ୍ରକୁରୁକ୍ଷେତ୍ରରେ ଧର୍ମଯୁଦ୍ଧ ଆରମ୍ଭର ପୂର୍ବରୁଶଙ୍ଖଧ୍ୱନିହୋଇଥିବାରବର୍ଣ୍ଣନାରହିଛି । ଶ୍ରୀକୃଷ୍ଣଙ୍କର ‘ପାଂଚଜନ୍ୟ’, ଧନଞ୍ଜୟଙ୍କ ‘ଦେବଦତ’, ଭୀମକର୍ମାଭୀମଙ୍କର ‘ପୌଣ୍ଡ’, ଯୁଧିଷ୍ଠିରଙ୍କର ‘ଅନନ୍ତବିଜୟ’, ନକୁଳଙ୍କର ‘ସୁଘୋଷ’ ଓ ସହଦେବଙ୍କର ‘ମଣିପୁଷ୍ପକ’ ନାମକଶଙ୍ଖଧ୍ୱନିସହିତ ପାଣ୍ଡବସେନାର ଅନ୍ୟ ସେନାନାୟକମାନଙ୍କରଶଙ୍ଖ ଏକ ସଂଗେବାଜିଉଠିଥିଲା । ଏହାସହିତ ଅନ୍ୟାନ୍ୟବୀରବାଦ୍ୟ ସମ୍ମିଳିତ ହୋଇଏପରିଭୟଙ୍କରଶଦ୍ଦ ପୃଥିବୀ ଓ ଆକାଶରେ ପ୍ରତିଧ୍ୱନିତହୋଇଥିଲା ଯେ କୌରବ ପକ୍ଷର ବୀରମାନଙ୍କର ବକ୍ଷ ବିଦାରଣ ପରିଲାଗିଥିଲା । ସେ ଯୁଗରେକେବଳ ପ୍ରସିଦ୍ଧ ବୀରମାନଙ୍କରଶଙ୍ଖଧ୍ୱନିଏତେ ସ୍ପଷ୍ଟ ଓ ଅନନ୍ୟ ଥିଲା ଯେ ଧ୍ୱନିଶ୍ରବଣମାତ୍ରକେସଂପୃକ୍ତବୀରଯୋଦ୍ଧାଙ୍କବୀରତ୍ୱମନରେ ଆଙ୍କିହୋଇଯାଇଭୟଜାତକରାଉଥିଲା । ତତ୍‌ସହିତ ନିର୍ଦ୍ଦିଷ୍ଟବୀରଙ୍କରଉପସ୍ଥିତ ମଧ୍ୟ ଜଣାଇ ଦେଇଥିଲା । ଉଭୟ ଯୁଦ୍ଧ ଆରମ୍ଭ ଓ ବିଜୟରେଶଙ୍ଖଧ୍ୱନିକରାଯାଉଥିଲା ।ଶଙ୍ଖଧ୍ୱନିବିଶେଷତଃଶୁଭମଙ୍ଗଳ ଧ୍ୱନିବୋଲି ପ୍ରସିଦ୍ଧ । ଅନ୍ତସ୍ଥହୋଇଶଙ୍ଖଧ୍ୱନିଶ୍ରବଣକଲେ ‘ଓଁ’ରଉଚ୍ଚାରଣ ଅନ୍ତରରେଜାଗିଉଠିବ ।

ସା :ତରାପୁର, ପୋ.ଅ.: ଲକ୍ଷ୍ମୀନଗର
ଜିଲ୍ଲା : ଯାଜପୁର
ମୋ : ୯୯୩୭୫୯୩୪୯୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ