ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ସଦଭାବନା ପଦଯାତ୍ରା

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି,ଜିଲ୍ଲା ପ୍ରଶାସନ (ସଂସ୍କୃତି ବିଭାଗ) ଓ ଗାନ୍ଧୀ ପଦଯାତ୍ରା ପରିଷଦର ମିଳିତ ଆନୁକୁଲ୍ୟରେ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ସଦଭାବନା ପଦଯାତ୍ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ରା ଦୁହୁରିଆସ୍ଥିତ ରତ୍ନାକର ହାଇସ୍କୁଲ ନିକଟରୁ ବାହାରି କଟକ – ଚାନ୍ଦବାଲି ରାସ୍ତାରେ ତିନିମୁହାଣି ଛକ,ଗୁଲନଗର ଛକ ଦେଇ ଗରାପୁର ଡାକବଙ୍ଗଳା ଛକରେ ପହଁଚିବା ପରେ ସେଠାରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ପଦଯାତ୍ରାରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ଜିଲ୍ଲାପାଳ ସମର୍ଥ ବର୍ମା, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ବରିଷ୍ଠ ବିଜେଡି ନେତା ଭଜକୃଷ୍ଣ ରାଉତ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, କେନ୍ଦ୍ରାପଡା ପୈାରସଂସ୍ଥା ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ସହକାରୀ ଅଗ୍ନିଶମ ଅଧିକାରୀ ବୀରଭଦ୍ର ଟୁଡୁ, ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଜନ୍ମେଜୟ ନାୟକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା,ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ,ସଦର ଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ, କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା, ପ୍ରଫେସର ନନ୍ଦ କିଶୋର ପରିଡା, ପ୍ରଫେସର ଅଜୟ କୁମାର ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ପ୍ରଦୀପ୍ତ ମହାନ୍ତି, ଶକ୍ତିକାନ୍ତ ପାତ୍ର, ସାମ୍ବାଦିକ ଚିତ୍ତରଞ୍ଜନ ଦାସ,ଯୁବନେତା ରାଜେଶ ପଣ୍ଡା ଙ୍କ ସମେତ ବହୁ ବୁଦ୍ଧିଜୀବି, ସାହିତ୍ୟିକ, ଶିକ୍ଷାବିତ, ସମାଜସେବୀ, ବିଦ୍ୟାଳୟ ଓ ମହାବବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରମୁଖ ଯୋଗଦେଇ ପଦଯାତ୍ରାରେ ସାମିଲ ହୋଇଥିଲେ । ଗରାପୁରଛକରେ ଥିବା ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯିବା ପରେ ଗରାପୁର ଡାକବଙ୍ଗଳା ପରିସରରେ ଏକ ସଦଭାବନା ପଦଯାତ୍ରା ସମିତିର ସଭାପତି ଭଜକୃଷ୍ଣ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ବେହେରା ଯୋଗଦେଇ ମହାତ୍ମାଗାନ୍ଧୀ କେନ୍ଦ୍ରାପଡାରେ ୧୯୩୪ମସିହା ମଇମାସ ୨୭,୨୮ ଓ ୨୯ତାରିଖରେ କରିଥିବା ପଦଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ଇଶ୍ୱର ଚନ୍ଦ୍ର ସାହୁ,ଡଃ.ବାସୁଦେବ ଦାସ,ପଣ୍ଡିତ ହୃଷିକେଶ ରଥ,ଡାକ୍ତର ବିଶ୍ୱ ପ୍ରକାଶ କାନୁନଗୋ, ପ୍ରଫେସର ଅଜୟ କୁମାର ସାମଲ,ପୂର୍ବତନ ପୈାରାଧ୍ୟକ୍ଷ ଧିରେନ ସାହୁ, ଗାନ୍ଧିବାଦୀ ନେତା ଗଦାଧର ମଲ୍ଲିକ,ଶିକ୍ଷାବୀତ ଦିବାକର ଜେନା,ରମଣୀରଞ୍ଜନ ରାଉତରାୟ,ସରକାରୀ ଓକିଲ ସଞ୍ଜୟ କୁମାର ଜେନା,ରବିନ୍ଦ୍ର ପରିଡା,ଧିରେନ୍ଦ୍ର କୁମାର ଦାସ,ନାରାୟଣ ବିଶ୍ୱାଳ,ଅବନ୍ତୀ ବେହେରା,ଆଦିକନ୍ଦ ରାଉଳ,ଫକିର ଚରଣ ଓଝା,ପ୍ରେମାନ୍ଦ ପତି,ରବିନ୍ଦ୍ର ପଣ୍ଡା,ତଥାଗତ ସ୍ୱାଇଁ,ଶିକ୍ଷାବୀତ କାର୍ତ୍ତିକ ଚରଣ ନାୟକ,ନିରଞ୍ଜନ ମେକାପ,ଯୁବନେତା ରାଜେଶ ପଣ୍ଡା, ସମାଜସେବୀ ଅଭିମନ୍ୟୁ ରାଉତ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସକାଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହରରେ ଡାକବାଜି ଯନ୍ତ୍ର ଯୋଗେ ରାମଧୂନ ପ୍ରଚାର କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ