ଦୁର୍ନୀତି ନିବାରଣରେ ଲେଖକ ମାନଙ୍କର ଭୂମିକା

ମାୟାଧର ନାୟକ

ଦୁର୍ନୀତି ସାହିତ୍ୟକୁବି ଗ୍ରାସିଛି । ସରକାରୀ ସ୍ୱୀକୃତି, ମାନପତ୍ର, ପୁରଷ୍କାରର ପାଲାରେ ନିଜେ ଲେଖକ ଗୋଷ୍ଠୀର ବହୁଳାଂଶଲବି କରିବାରେ ବ୍ୟସ୍ତ । ଏପରିକି ରାଜ୍ୟ ସରକାର କିଣୁଥିବା ଲେଖକମାନଙ୍କର ବହି ସିଲେକ୍‌ସନ୍‌ରେ ଲାଂଚ କାରବାର ଚାଲିଛି । ଯାହା ଫଳରେ ଭଲ ଭଲ ପୁସ୍ତକବାଦ୍ ପଡିଯାଉଛି । ଦୁର୍ନୀତିର ଦାଶକାଠିଆ ଖାଲି ରାଜନୀତିର ରଣଭୂଇଁରେ ନୁହେଁ, ସାହିତ୍ୟର ସରହଦରେ ମଧ୍ୟ ବଜାୟରହିଛି ।ବର୍ତମାନ ସମୟରେ ଯେଉଁଠି ସାହିତ୍ୟ ସଭାଗୁଡିକ ଆୟୋଜିତ ହେଉଛି, ସେଠାକୁମନ୍ତ୍ରୀ ଏମ୍‌.ଏଲ୍‌.ଏ., ଏମ୍‌.ପି., ଆଇ.ଏ.ଏସ୍‌., ଆଇ.ପି.ଏସ୍‌. ମାନଙ୍କୁ ଫୁଲମାଳ ପିନ୍ଧାଇ ପାଛୋଟି ଅଣାନଗଲା ଯାଏ ଆମ ସାହିତ୍ୟ ସଭା ଅଚଳ ହୋଇ ରହୁଛି! ଯେମିତି ଏମାନଙ୍କ ବିନା ସାହିତ୍ୟ ସଭାସବୁ ଶୋକସଭା ।ସାହିତ୍ୟରେ ଅଙ୍ଗୀକାର ନାହିଁ – ଅନୁରାଗ ନାହିଁ – ସାମ୍ନା କରିବାର ସାହସିକସ୍ୱର ନାହିଁ – ଏଭଳି ସାହିତ୍ୟ କେବଳ ବିଳାସଛଡା ଆଉ କ’ଣ ହୋଇପାରେ ? ସେଇ ପାଣିଚିଆପ୍ରେମ, ଜାନ୍ତବଯୌନତା ।ଶସ୍ତା ଆମୋଦର ଚିତ୍ର ଆଙ୍କିବାରେ ସାହିତ୍ୟ ଆଜିବିସନ୍ତୁଷ୍ଟ ।ଅସନ୍ତୋଷ, ଅଦମ୍ୟ ପ୍ରତିବାଦର ଅଗ୍ରଦୂତ ଭାବରେ ସାବ୍ୟସ୍ତ ନହେଲେ ଦୁର୍ନୀତି ନିବାରଣ ଦିଗରେଲେଖକମାନେ ଭୂମିକା ନିର୍ବାହକରିପାରିବେକି ? ଏ ପ୍ରଶ୍ନରଉତରଲେଖକମାନେ ନିଜେ ନିଜକୁ ପଚାରନ୍ତୁ ପ୍ରଥମେ । ସଭାରେ ଦୁର୍ନୀତିରଶ୍ରାଦ୍ଧ କରିସାହିତ୍ୟରେ ନୈତିକତାହୀନ ନିର୍ଲଜକସରତ ଦେଖାଇବାରମାନେ କିସହୁଏ ?ହତାଶାରହାହତୋସ୍ମିମଧ୍ୟରେ ଆଶାର ଅଙ୍କୁରଲୁଚିରହିଛି । ଯେଉଁଯେଉଁଭୂଇଁରେ ଅନ୍ୟାୟ ଅତ୍ୟାଚାରଶୋଷଣବିରୁଦ୍ଧରେସଂଗ୍ରାମଜାରିରହିଛି; ସାହିତ୍ୟରଭୂମିକାସେଠିକିଛିକମ୍ ନୁହେଁ । ଗର୍କୀଙ୍କରମା’ ବିପ୍ଳବର ପ୍ରଚାରପତ୍ରବାଂଟୁଥିଲା, ଏଠିକିନ୍ତୁକଳାହାଣ୍ଡିରମା’ ବିକ୍ରିକରୁଛିତାରକ୍ଷୀରଖିଆଛୁଆଟିକୁ । ଏ ଦୁଃଖରହେତୁକେଉଁଠି ? ଲେଖକମାନେ ବିଚାରକରନ୍ତିକାହିଁକିକିଏ ଅବ୍ୟବସ୍ଥାରବ୍ୟବସ୍ଥାସୃଷ୍ଟିକରିଛି ।ଦୁର୍ନୀତିସଂପ୍ରତି ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପୀ ଯାଇଛି । ପ୍ରଧାନମନ୍ତ୍ରୀଠାରୁ ଆରମ୍ଭକରିଚପରାଶୀ ପର୍ଯ୍ୟନ୍ତ ଦୁର୍ନୀତିକରିଚାଲିଛନ୍ତି । ଲେଖକମାନେ ମଧ୍ୟ ବାଦ୍ ନୁହଁନ୍ତି । ଲେଖକମାନେ ଯଦି କୌଣସି ନା କୌଣସିକାମରେ ଦୁର୍ନୀତିରେଲିପ୍ତ ଥାଆନ୍ତି – ସେମାନେ କେବେହେଲେଲଢି ପାରିବେ ନାହିଁ । ଦୁର୍ନୀତିକେବଳଲାଂଚନେବାକୁବୁଝାଏ ନାହିଁ – ଯେତେ ପ୍ରକାର ଅନୀତିକାର୍ଯ୍ୟକୁ ଦୁର୍ନୀତିକୁହାଯାଏ ।ଦୁର୍ନୀତିରମୂଳୋତ୍ପାଟନ ନ ହେଲେସମାଜ ଧ୍ୱଂସମୁଖୀହେବାକୁବାଧ୍ୟ, ଦୁର୍ନୀତିବିରୋଧି ଲେଖା ଆଉଲେଖକଙ୍କକଲମମୁନରୁବାହାରୁ ନାହିଁ, ଲେଖକମାନଙ୍କ ନାଡିନକ୍ଷତ୍ରଠିକ୍‌ଠାକ୍ ଅଛ ବୋଲିବିଶ୍ୱାସହେଉନାହିଁ । ବର୍ତମାନ ଆଖିଆଗରେ ଯାହାସବୁ ଦିଶିଯାଉଛି, ସେଥିରେଜଳକାହେବାଛଡା ଅନ୍ୟଗତି ନାହିଁଲେଖକମାନଙ୍କର । ପତ୍ରପତ୍ରିକାଠାରୁ ପୁସ୍ତକ ପର୍ଯ୍ୟନ୍ତ ଯାହାସବୁ ପଠନୀୟସାମଗ୍ରୀମିଳୁଛି, ସେଥିରେ ଅଧିକାଂଶ ନିମ୍ନରୁଚିର ନିନ୍ଦନୀୟ ପ୍ରଦର୍ଶନ । ବ୍ଲୁ ଫିଲ୍ମରକୁତ୍ସିତକାମୋଦୀପକ ଆଭିମୁଖ୍ୟ ଏ ଏଲୋଜର୍ଣ୍ଣାଲିଜିମ୍‌ରହୋ-ହାଲ୍ଲାଧର୍ମୀହଟଚମଟସହିତତାଳ ଦେବାକୁବସିଛି ଆଜିରଲେଖକ । ଜ୍ଞାନ, ଅଭିଜ୍ଞାନ ଓ ଆଭିମୁଖ୍ୟର ପ୍ରଚଣ୍ଡ ଦୁର୍ବଳତାହେତୁଓଡିଶାରଯୋଗ୍ୟଲେଖକବାହାରି ପାରୁନାହାନ୍ତି ।ସବୁ ଯୁଗରେ, ସାହିତ୍ୟରଭିଡଭିତରେ ‘ପ୍ରତିବାଦ’ର ବିରଳସ୍ୱରଯେତେକ୍ଷୀଣଭାବରେହେଉସୁଦ୍ଧା – ଉଚ୍ଚାରିତହୋଇ ଆସିଛି, ନିର୍ଭୀକଭାବରେ । ଏ ସ୍ୱର ଦାଇତ୍ୱରସ୍ୱର, ଦାୟବଦ୍ଧତାରସ୍ୱର, ଦୁର୍ବାର ଅଙ୍ଗୀକାରର ଦୁର୍ଦ୍ଦଶଇସ୍ତାହାର । ମେଣ୍ଢାମାନଙ୍କମେଳରେଭେଣ୍ଡାପରି ପ୍ରତ୍ୟେକ ଯୁଗରସୁବିଧାବାଦୀ, ନିରାପତାପ୍ରେମୀଚାରଣ, ଚାଟୁକାରଲେଖକମାନଙ୍କରଭିଡଭିତରେବି ମେଲକ୍ଷକରିଛିଜଣେଜଣେସଂକଳ୍ପବଦ୍ଧ, ଶଙ୍କାହୀନ ସାହିତ୍ୟକାରକୁ – ଯେଉଁମାନଙ୍କଲେଖାସବୁସାହିତ୍ୟର ଦାଇତ୍ୱତୁଲାଇ ଆସିଛି ପ୍ରାଣପଣେ । ସେମାନେ ମୃତ୍ୟୁକୁଭୟକରିନାହାନ୍ତି, ଯନ୍ତ୍ରଣାର ଯୁପକାଠକୁଡରିନାହାନ୍ତି, ରାଜଦଣ୍ଡ ଓ ଫାଶିମଂଚକୁଖାତିରକରି ନାହାନ୍ତିମୋଟେ ।ଯୁଗ ବଦଳିଲା – ବଦଳିଲାସାହିତ୍ୟର ସ୍ୱଧର୍ମ । ପ୍ରାଚୀନ ଓ ମଧ୍ୟଯୁଗରସମାଧି ଉପରେଜନ୍ମନେଲା ନୂତନ ସାହିତ୍ୟ । ପ୍ରାଚୀନ ସାହିତ୍ୟରସରଳସ୍ୱଚ୍ଛନ୍ଦ ଭାବଧାରା, ମଧ୍ୟଯୁଗରଶରୀରସର୍ବସ୍ୱବର୍ଣ୍ଣନା-ବିଳାସ ପରିବର୍ତେସାହିତ୍ୟରେମୁହଁ ଦେଖାଇବାକୁ ଆରମ୍ଭ କଲାବିଭକ୍ତବ୍ୟକ୍ତିତ୍ୱ, ସ୍ୱବିରୋଧ, ଆତ୍ମଦ୍ୱନ୍ଦ ଓ ଜର୍ଜରିତଜୀବନଯନ୍ତ୍ରଣା ।ଶିଳ୍ପବିପ୍ଳବ ପରେ ନୂତନ ପୃଥିବୀରମଣିଷକୁନେଇଯେଉଁସାହିତ୍ୟସୃଷ୍ଟିହେଲା, ତା’ରଚିତ୍ର ଓ ଚରିତ୍ରଏକବାରେ ଅଲଗା । ନୂଆଯେତିକି, ନିଆରାବିସେତିକି । ଅରଣ୍ୟ, ନଗର, ରାଜସଭାର ପୃଷ୍ଠଭୂମି ପରିତ୍ୟାଗକରି ଯନ୍ତ୍ରସଭ୍ୟତାରଜଟିଳଜୀବନବୋଧକୁନେଇରଚିତହେଲା ନୂତନ ସାହିତ୍ୟ । କ୍ରମେସାମୂହିକସ୍ୱାର୍ଥ ବାସାମାଜିକମାଙ୍ଗଳିକତାର ମନ୍ତ୍ର ଭାବରେ ନୁହେଁ, ବରଂବ୍ୟକ୍ତିବାଦର ବିଜ୍ଞପ୍ତିଭାବରେମୁଣ୍ଡଟେକିଲାସାହିତ୍ୟ ।ଶିଳ୍ପବିପ୍ଳବ ପୂର୍ବରୁକୃଷିଭିତିକସଂସ୍କୃତିରେ ପରିପୁଷ୍ଟ ହୋଇଥିବା ସାହିତ୍ୟକୁ ନିୟନ୍ତ୍ରଣକରୁଥିଲେସାମନ୍ତବାଦୀ ଶ୍ରେଣୀ । ରାଜାଜମିଦାରମାନଙ୍କ ପୃଷ୍ଠପୋଷକତାକିନ୍ତୁସାହିତ୍ୟରସ୍ୱାଧୀନତାକୁ ପହରଣକରିନେଇଥିଲାସେଦିନ । ଦରିଦ୍ର ଲେଖକ ବଂଚିବାର ଦାୟରେଜୟଗାନ କରୁଥିଲାରାଜାରାଜୁଡାଙ୍କର, ଅତ୍ୟାଚାରୀଜମିଦାରଶ୍ରେଣୀର । ଏପରିକିରାଜାମାନଙ୍କ ନାମରେବହୁକବି, ଲେଖକ ‘ଭଣିତା’ କରି ଯାଉôତଲେ ନିଜସ୍ୱସାରସ୍ୱତସୃଷ୍ଟିସମ୍ଭାର । ମାତ୍ରଶିଳ୍ପବିପ୍ଳବ ପରେସାହିତ୍ୟକ୍ରମେ ପାଲଟିଲାବଣିକର ପଣ୍ୟ… ପୁଞ୍ଜିବାଦୀ ଶିଳ୍ପପତିରବିଳାସସାମଗ୍ରୀ । ଶସ୍ତା ଆମୋଦ ହୋଇପଡିଲାସାହିତ୍ୟର ଆଭିମୁଖ୍ୟ ।ଆଧୁନିକସାହିତ୍ୟଉପରୋକ୍ତ ନୂତନ ସାହିତ୍ୟରଉତର-ପର୍ବ । ରାଜା, ଜମିଦାର, ସାମନ୍ତ, ଶିଳ୍ପପତିଙ୍କ ପରେଏବେଶାସକବର୍ଗର ନିର୍ଲଜଚାଟୁକାରସାଜୁଛନ୍ତି ଅଧିକାଂଶକବିଲେଖକ । ନିଜକୁ ନିଲାମ୍‌କରୁଛନ୍ତି ନାମମାତ୍ରମୂଲ୍ୟରେ । ସାହିତ୍ୟର ନାଡିନକ୍ଷତ୍ରଠିକ୍‌ଠାକ୍ ଅଛିବୋଲିବିଶ୍ୱାସହେଉ ନାହିଁମୋଟେ । ଅରଣ୍ୟର ନିର୍ଜନତାମଧ୍ୟରେଯେଉଁସାହିତ୍ୟମହାଜୀବନର ପଥ ସନ୍ଧାନ କରୁଥିଲା ଦିନେ, ସେସାହିତ୍ୟ ଆଜି ପଂଚତାରକାହୋଟେଲ୍‌ର ପ୍ରମୋଦ ଆସରମଧ୍ୟରେ ନିଜକୁଉନ୍ମୋଚିତକରାଇ, ହରାଇବସିଛି ନିଜସ୍ୱ ଅସ୍ତିତ୍ୱ । କୁତ୍ରିମ ପ୍ରସାଧନରେ ସଜ୍ଜିତକରିଛି ନିଜକୁ ।ଏଇଠିହିଁ ପ୍ରଶ୍ନଉଠୁଛିସାହିତ୍ୟର ଦାୟିତ୍ୱସମ୍ପର୍କରେ । ସାହିତ୍ୟତା’ର ଦାୟିତ୍ୱତୁଲାଇ ପାରୁଛିକିସଠିକ୍‌ଭାବରେ ?ବର୍ତମାନ ଆଖି ଆଗରେ ଯାହା ଦିଶି ଯାଉଛି, ସେଥିରେଜଳକାହେବାଛଡା ଅନ୍ୟଗତି ନାହିଁ ଆମର । ପତ୍ରପତ୍ରିକାଠାରୁ ପୁସ୍ତକ ପର୍ଯ୍ୟନ୍ତ ଯାହାସବୁ ପଠନୀୟସାମଗ୍ରୀମିଳୁଛି, ସେଥିରୁ ଅଧିକାଂଶ ନିମ୍ନରୁଚିର ନିନ୍ଦନୀୟ ନିଦର୍ଶନ । ବ୍ଲୁ ଫିଲ୍ମରକୁତ୍ସିତକାମୋଦ୍ଦୀପକ ଆଭିମୁଖ୍ୟ ଓ ଏଲୋଜର୍ଣ୍ଣାଲିଜମ୍‌ରହୋ-ହଲ୍ଲାଧର୍ମୀହଟଚମଟସହିତତାଳ ଦେବାକୁବସୁଛି ଆଜିରଲେଖକ ।ଏଇଠିସେଇ ପ୍ରଶ୍ନ – ଏସବୁଲେଖା କ’ଣ ସାହିତ୍ୟ ? ଅତିକଠୋରଉତରହେଉଛି – ନା, ନା, ନା !ସବୁ ଯୁଗରେ, ସାହିତ୍ୟରଭିଡଭିତରେ, ଏଇ ‘ନା-ନା-ନା’ରବିରଳସ୍ୱରଯେତେକ୍ଷୀଣଭାବରେହେଉସୁଦ୍ଧା – ଉଚ୍ଚାରିତହୋଇ ଆସିଛି, ନିର୍ଭୀକଭାବରେ, ଏ ସ୍ୱର ଦାୟିତ୍ୱରସ୍ୱର, ଦାୟବଦ୍ଧତାରସ୍ୱର, ଦୁର୍ବାର ଅଙ୍ଗୀକାରର ଦୁର୍ଦ୍ଧର୍ଷଇସ୍ତାହାର ! ମେଣ୍ଢାମାନଙ୍କମେଳରେଭେଣ୍ଡା ପରି ପ୍ରତ୍ୟେକ ଯୁଗରସୁବିଧାବାଦୀ ନିରାପତା ପ୍ରେମୀ ଚାରଣ ଚାଟୁକାର ଲେଖକ ମାନଙ୍କ ଭିଡଭିତରେ ବି ଆମେଲକ୍ଷ୍ୟକରିଛେଜଣେଜଣେସଂକଳ୍ପବଦ୍ଧ ଶଙ୍କାହୀନ ସାହିତ୍ୟକାରକୁ – ଯେଉଁମାନଙ୍କଲେଖାସବୁସାହିତ୍ୟର ଦାୟିତ୍ୱତୁଲାଇ ଆସିଛି ପ୍ରାଣପଣେ । ସେମାନେ ମୃତ୍ୟୁକୁଭୟକରି ନାହାନ୍ତି, ଯନ୍ତ୍ରଣାର ଯୂପକାଠକୁଡରି ନାହାନ୍ତି, ରାଜଦଣ୍ଡ ଓ ଫାଶିମଂଚକୁଖାତିର୍‌କରି ନାହାନ୍ତିମୋଟେ ।ପ୍ରାଚୀନ ଗ୍ରୀକ୍‌ ସମାଜର ତରୁଣ ମାନଙ୍କୁ ସଚେତନ କରିବାର ‘ଅପରାଧ’ରେସେଦିନରଶାସନତନ୍ତ୍ର ବିଷ ପିଇବାର ‘ଶାସ୍ତି’ ଦେଇଥିଲାସକ୍ରେଟିସ୍‌ଙ୍କୁ । ସକ୍ରେଟିସ୍ ନିଜ ଆଦର୍ଶରୁବିଚ୍ୟୁତହୋଇବଂଚିରହିବା ଅପେକ୍ଷାବିଷ ପିଇମରିଯିବାକୁ ଅଧିକଶ୍ରେୟସ୍କରମଣିଥିଲେସେଦିନ ।ଆଜି ପ୍ରତ୍ୟେକସଚେତନ ସାହିତ୍ୟିକଙ୍କୁ ଏ ପ୍ରଶ୍ନରଉତର ଦେବାକୁ ପଡିବ ନିଶ୍ଚୟ । ସନ୍ତୁଷ୍ଟଶୂକରର ପୂତିଗନ୍ଧମୟଜୀବନ ନା ଅସନ୍ତୁଷ୍ଟସକ୍ରେଟିସ୍‌ର ଆଦର୍ଶ ଆତ୍ମବଳିଦାନ – କେଉଁଟାସେମାନଙ୍କ ପାଇଁସ୍ପୃହଣୀୟ ?ସାହିତ୍ୟର ଆତ୍ମାକୁଉଦ୍ଧାରକରାଯିବାର ଅଭିଯାନ ଆରମ୍ଭ ହେଉଏବଠୁ । ସାହିତ୍ୟକୁ ବାରବଧୂ ନ କରିସୁଗୃହିଣୀର ସମ୍ମାନ ଓ ସାଂଭ୍ରାନ୍ତ୍ୟରେଭୂଷିତକରିବାର ଦାୟିତ୍ୱସାହିତ୍ୟିକମାନଙ୍କର । ବିରାଟବୁଭୁକ୍ଷୁସମାଜର ର୍ଘଶ୍ୱାସକୁଉପେକ୍ଷାକରିମୁଷ୍ଟମେୟମାନସଭୋଜ୍ୟ ନହେଉସାହିତ୍ୟିକରସୃଷ୍ଟି ।ଅଥଚ ଆମଲେଖକମାନଙ୍କର ଆଦର୍ଶହେବାଉଚିତ୍ – ସନ୍ତୁଷ୍ଟଶୂକର ନୁହେଁ, ଅସନ୍ତୁଷ୍ଟସକ୍ରେଟିସ୍‌! ଏ କଥା ଭୁଲିଗଲେଚଳିବ ନାହିଁ ।
ଯାଜପୁରରୋଡ, ଯାଜପୁର
ମୋ: ୯୮୬୧୦୩୪୧୬୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ