ହାଟଡିହିରେ ସମ୍ବାଦ ଆମ ଓଡିଶା ପ୍ରତିଯୋଗୀତାରେ ଭାଗନେଲେ ୪୨୧ଛାତ୍ରଛାତ୍ରୀ

ହାଟଡ଼ିହି,  (ଓ୍ବାଇଏନଏସ) :  ସମ୍ବାଦ ଆମ ଓଡିଶା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗୀତା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଭୁତପୁର୍ବ ଉତ୍ସାହ ଦେଖିବାକୁ ମିଳିଛି । ଆଜିର ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।  ଆଜି ଚିତ୍ରାଙ୍କନ ପ୍ରତିଯୋଗୀତାରେ ୧୧୬ଜଣ, ସୁନ୍ଦର ହସ୍ତାକ୍ଷରରେ ୧୭୩ଜଣ ଭାଷାଜ୍ଞାନ ପ୍ରବନ୍ଧରେ ୧୩୨ଜଣ  ପ୍ରତିଯୋଗୀ ଭାଗ ନେଇଥିଲେ । ଏହି ପ୍ରତିଯୋଗୀତାରେ ଚିତ୍ରାଙ୍କନରେ କେନ୍ଦ୍ରୀୟ ବିଦ୍ୟାଳୟର ଦେବୀ ପ୍ରସାଦ ସାମଲ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପନ୍ଦାଡୋର ଛାତ୍ର ଅପୂର୍ବ ରଞ୍ଜନ ଜେନା   ଦ୍ୱିତୀୟ , ସରକାରୀ ପ୍ରାଥମିକ ବିଦ୍ୟାଳୟ ସୁଲଣର ଛାତ୍ରୀ ସାଇ ସମ୍ପୂର୍ଣ୍ଣା ଧଳ ତୃତୀୟ ସ୍ଥାନ ହାସଲ କରିଥିଲେ । ସେହିପରି ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗୀତାରେ ପଞ୍ଚାୟତ ଉଚ୍ଚ  ବିଦ୍ୟାଳୟ ଶାସଙ୍ଗର ଛାତ୍ରୀ ରାଜଶ୍ରୀ ରାଜଲକ୍ଷ୍ମୀ ରଣା  ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋପାଳପୁରର ଛାତ୍ରୀ ଅନୁଷ୍କା ରାଉତ  ଦ୍ୱିତୀୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ମୁଗୁପୂରର ଛାତ୍ରୀ ନିବେଦିତା ସାହୁ ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ଓଡିଆ ଭାଷାଜ୍ଞାନ ଓ ପବନ୍ଧ ପ୍ରତିଯୋଗୀତାରେ ବାରାହୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରୀୟାନସୀ ପ୍ରିୟଦର୍ଶନୀ ରାଉତ  ପ୍ରଥମ, ବାରାହୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଇତିଶ୍ରୀ ପ୍ରୀୟ ଦର୍ଶନୀ ଜେନା  ଦ୍ଵିତୀୟ ଓ ଗୋପାଳ ଚନ୍ଦ୍ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓରାଳିର ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ ତୃତୀୟସ୍ଥାନ ହାସଲ କରିଛନ୍ତି ।  ହାଟଡିହି ବ୍ଲକର ସମ୍ବାଦ ପ୍ରତିନିଧି କିଶୋର ଆଚାର୍ଯ୍ୟଙ୍କ ସଂଯୋଜନାରେ ଶାସଙ୍ଗ ହାଇସ୍କୁଲରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ପତି, ପରିଚାଳନା କରିଥିବାବେଳେ  ପୁର୍ବତନ ପ୍ରଧାନ ଶିକ୍ଷକ ସନାତନ ଓଝା, ହରମୋହନ ପଣ୍ଡା, ମୋହନ କୁମାର ମହାନ୍ତି,  ମହେନ୍ଦ୍ର କୁମାର ଜେନା , ଅନିରୁଦ୍ଧ ସେଠୀ, ଶ୍ରୀକାନ୍ତ ପଟ୍ଟନାୟକ, ଶରତ କୁମାର ଶାସିନି, ଦିପ୍ତିମୟୀ ସେଠୀ, ନବଘନ ନାୟକ, ଅଞ୍ଜନ କୁମାର ଦାସ, ପ୍ରଫୁଲ କୁମାର ସାହୁ, ଘନଶ୍ୟାମ ଓଝା, ପ୍ରଭାକର ବେହେରା,  ଜନ୍ମେଜୟ ବେହେରା , ସତ୍ୟନାରାୟଣ ଗିରି , ନବଘନ ନାୟକ, ରଞ୍ଜନ କୁମାର ପଣ୍ଡା, ଲଳିତ କୁମାର ବିଶ୍ୱାଳ,  ଆକାଶ କୁମାର ସାହୁ, ଆଲୋକ କୁମାର ନାଥ, ଆଲୋକ ସାହୁ, ଭଗବାନ ବେହେରା, ମାନସ କୁମାର ନାୟକ,  ଦେବାଶିଷ ରାଉତ ,  ଚିନ୍ମୟୀ ପଣ୍ଡା, ଦେବେନ୍ଦ୍ର ସାହାଣୀ, ନିତ୍ୟାନନ୍ଦ ବେହେରା, ଅନ୍ତର୍ଯ୍ୟାମୀ ରାଉତ, ଅନ୍ତର୍ଯ୍ୟାମୀ ବିଶ୍ଵାଳ, ନରେନ୍ଦ୍ର ପ୍ରସାଦ ବେହେରା, ପ୍ରଦୀପ ଦେହୁରୀ, ପରେଶ କୁମାର ପରିଡା , ଶଙ୍କର୍ଷଣ ମାରାଣ୍ଡି , ଶିଶିର କୁମାର ବିଶ୍ୱାଳ, ମାଧବାନନ୍ଦ ଜେନା,  ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ ପ୍ରମୁଖ ପରୀକ୍ଷା ପରିଚାଳନା ସହିତ ମୁଲ୍ୟାୟନ କରିଥିଲେ । ସାମ୍ବାଦିକ  ପାର୍ଥ ସୌରଭ ସା,  ମନମୋହନ ନାୟକ, ବିକାଶ ବିଶ୍ୱାଳ, ବିଭୂତି ଭୂଷଣ ଜେନା, ପର୍ଶୁରାମ ନାୟକ, ତପନ ବିଶ୍ଵାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ