ସାପ କାମୁଡ଼ାରେ ଯୁବକ ମୃତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳି ଥାନା ଅନ୍ତର୍ଗତ ରାଳବ ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁବକର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ପରିଚୟ ରାଳବ ଗ୍ରାମର କାମନା ପାଣ୍ଡି (୩୯)ବୋଲି ଜଣାପଡିଛି । ଯୁବକ ଜଣକ ଧାନ କ୍ଷେତରୁ କାମ ସାରି ଘରକୁ ଫେରୁଥିବା ସମୟରେ ବିଲ ମଧ୍ୟରେ ଏକ ବିଷଧର ସାପ ଯୁବକଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା । ଯୁବକ ଜଣକ ଘଟଣା ନେଇ ପରିବାର ସଦସ୍ୟଙ୍କୁ ଜଣାଇବା ପରେ ଚିକିିତ୍ସା ସକାଶେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ପ୍ରାଥମିକ ଚିକିିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧିନ ସମୟରେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଏ ନେଇ ବ୍ରହ୍ମପୁର ମେଡ଼ିକାଲ ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶକୁ ଜବତ କରିବା ସହ ବ୍ୟବଛେଦ କରାଯାଇଥିଲା । ବ୍ୟବଛେଦ ପରେ ମୃତ ଶରୀରକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ