କୋର୍ଟ ଷ୍ଟେସନ କାଳୀମନ୍ଦିର ପରିଚାଳନା ନିମନ୍ତେ ନୂତନ ଟ୍ରଷ୍ଟ ଗଠନ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର କୋର୍ଟ ଷ୍ଟେସନ ନିକଟ କାଳୀମନ୍ଦିର ଠାରେ ନବରାତ୍ରୀ ପୂଜା ମହାଆଡମ୍ବର ସହକାରେ ପୂଜା ଅର୍ଚ୍ଚନା କରାଯାଉଥିବା ବେଳେ ଆସନ୍ତା ଦୀପାବଳୀରେ ମାଙ୍କ ପୂଜା ମଧ୍ୟ ଧୁମଧାମରେ କରିବା ନିମନ୍ତେ ଆଜି ଏକ ପସ୍ତୁତି ବୈଠକ ସରେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହା ସହ ମନ୍ଦିର ପରିଚାଳନା ନିମନ୍ତେ ମନ୍ଦିର ଜମି ର ସତ୍ୱାଧିକାରୀ ଅଜିତ୍ କୁମାର ହୋତାଙ୍କ ଉପସ୍ଥିତରେ ଏକ ନୂତନ ଟ୍ରଷ୍ଟ ଗଠନ କରାଯାଇଛି । ଟ୍ରଷ୍ଟର ଚ୍ୟାୟରମ୍ୟନ ଭାବେ ଅଜିତ୍ କୁମାର ହୋତା ରହିଥିବା ବେଳେ ସଭାପତି ଭାବେ ଆଇନଜିବୀ ବିଜୟକୃଷ୍ଣ ପଟ୍ଟନାୟକ, ଉପସଭାପତି ଯୁବନେତା ସଂଜିତ୍ କୁମାର ରାଉଳ(ସନ୍ତ) , ସଂପାଦକ ସନ୍ତୋଷ କୁମାର ଗୈାଡ, ସହ-ସଂପାଦକ ଜି.ଶ୍ରୀନିବାସ ରାଓ, କୋଷାଧ୍ୟକ୍ଷ କେ.ନାର୍ଶୁ ମୂର୍ତୀ , ସଭ୍ୟ ଦିବ୍ୟସିଂହ ମହାରଣା ଭାବେ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ