ଟଙ୍କା ମାଗିବାରୁ ଦାଦନ ଶ୍ରମିକର ୮ ଆଙ୍ଗୁଳି କାଟିଦେଲା ଦଲାଲ !

ନୂଆପଡ଼ା: ଜଣେ ଓଡ଼ିଆ ଦାଦନ ଶ୍ରମିକ ମହାରାଷ୍ଟ୍ରରେ ନିର୍ଯାତନାର ଶିିକାର ହୋଇଛନ୍ତି । ଶ୍ରମିକଙ୍କୁ ଦଲାଲ ନୃଶଂସ ଭାବେ ଆଙ୍ଗୁଳି କାଟିଥିବା ଅଭିଯାଗ ହୋଇଛି । କାମ କରିଥବା ବାକି ଟଙ୍କା ମାଗିବାରୁ ନୂଆପଡ଼ା ଜିଲ୍ଲାର ଜଣେ ଦାଦନ ଶ୍ରମିକର ୮ଟି ଆଙ୍ଗୁଳି କାଟି ଦେଇଛି ଦଲାଲ । ଦଲାଲ ଅତି ନୃଶଂସତାର ସହ ହାତର ୩ଟି ଆଙ୍ଗୁଳି ଓ ଗୋଡ଼ର ୫ଟି ଆଙ୍ଗୁଳି କାଟିବା ପରେ ଷ୍ଟେସନରେ ଫିଙ୍ଗି ଦେଇ ଚାଲିଯାଇଥିଲା । ପରେ ରେଳବାଇ ପୁଲିସ ପୀଡ଼ିତ ଦାଦନଙ୍କୁ ଉଦ୍ଧାର କରି ନୂଆଁପଡ଼ା ପଠାଇଛି । ପରିବାର ଲୋକଙ୍କ ପକ୍ଷରୁ ଏହି ଅଭିଯୋଗ ଅଣାଯାଇଥିବା ଶନିବାର ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ