ମୋବାଇଲ ଛିନତାଇ ଅଭିଯୋଗରେ ଏକ ନାବାଳକ ଗିରଫ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ସହରର କେଶପୁର ବଜାର ନିକଟରେ ରବିବାର ସକାଳ ପ୍ରାୟ ୯ଟା ସମୟରେ ଜଣେ ଲୋକ ଠାରୁ ମୋବାଇଲ ଛଡାଇ ନେଉଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଦ୍ୱାରା ଜଣେ ନାବାଳକ ଗିରଫ ହୋଇ କିଶୋର ନ୍ୟାୟ ପରିଷଦରେ ଉପସ୍ଥାପନ ହୋଇଥିବା ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ଠାରୁ ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ପଶ୍ଚିମବଙ୍ଗ ରାଜ୍ୟର ବର୍ଦ୍ଧମାନ ଜିଲ୍ଲା ଅନ୍ତର୍ଗତ ସୋଲାମପୁର ଥାନାର ପଳେଶ୍ୱରୀ ଗ୍ରାମର ଜନୈକ ୧୫ବର୍ଷର ନାବାଳକ ରବିବାର ସକାଳ ପ୍ରାୟ ୯ଟା ସମୟରେ ନସଡିପୁର ଗ୍ରାମର ରାଜେନ୍ଦ୍ର ପଲେଇ ସଉଦାପତ୍ର କିଣୁଥିବା ସମୟରେ ତାଙ୍କ ଠାରୁ କେଶପୁର ବଜାର ନିକଟରୁ ଏକ ମୋବାଇଲ ଛଡାଇନେଇ ଦୈାଡିପଳାଉଥିବା ବେଳେ ଧରାପଡିଥିଲା । ଖବରପାଇ ଟାଉନ ଥାନା ସବଇନିସପେକ୍ଟର ପ୍ରଜ୍ଞାଶ୍ରୀ ନାୟକ ଘଟଣାସ୍ଥଳରେ ପହଁଚି ସଂପୃକ୍ତ ମୋବାଇଲଚୋରୀ କରିଥିବା ନାବାଳକକୁ ଗିରଫକରି ଥାନାକୁ ଆଣିଥିଲେ । ତାକୁ କେନ୍ଦ୍ରାପଡା କିଶୋରନ୍ୟାୟ ପରିଷଦରେ ହାଜର କରାଯାଇଥିବା ବେଳେ କୋର୍ଟଙ୍କ ନିର୍ଦେଶରେ ତାକୁ ଅନୁଗୁଳସ୍ଥିତ ବାଳସୂଧାରଗୃହକୁ ପଠାଇଦିଆଯାଇଥିବା ଏସ.ଆଇ.ପ୍ରଜ୍ଞାଶ୍ରୀ ନାୟକଙ୍କ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ