ସ୍ବର୍ଗତ ଲକ୍ଷ୍ମଣ ମହାପାତ୍ର ଙ୍କ ୪୨ତମ ଶ୍ରାଦ୍ଧ ଦିବସ ପାଳିତ
ଛତ୍ରପୁର ,(ଓ୍ବାଇଏନଏସ): ପୂର୍ବତନ ରାଜ୍ୟ ସଭା ସାଂସଦ ତଥା ପୂର୍ବତନ ବିଧାୟକ ସ୍ବର୍ଗତ ଲକ୍ଷ୍ମଣ ମହାପାତ୍ର ଙ୍କ ୪୨ତମ ଶ୍ରାଦ୍ଧ ବାର୍ଷିକୀ ଅଵସର ରେ ବୁଧବାର ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ସିପିଆଇ ପକ୍ଷରୁ ନବୀନ ଚନ୍ଦ୍ର ମହାନ୍ତି ଙ୍କ ପୌରହିତ୍ୟ ରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି, ଏହି ଅଵସର ରେ ହାଇଦ୍ରାବାଦ ର ଏ ଆଇ ଟି ୟୁସି ନେତା ରାମା ରାଓ, ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ, ସିପିଆଇ ଜିଲ୍ଲା ସହ -ସମ୍ପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଜୋନାଲ ସମ୍ପାଦକ ଡି. ଆଦିନାରାୟଣ ରେଡ୍ଡୀ,ନାରୀନେତ୍ରୀ ଏନ. ଭାନୁମତି ରେଡ୍ଡୀ, ଜିଲ୍ଲା ନେତା ସିଏଚ ଜନାର୍ଦ୍ଦନ ରେଡ୍ଡୀ, ଚମାଖଣ୍ଡି ସହ-ସମ୍ପାଦକ ଗୁରୁନାଥ ପ୍ରଧାନ,ଏସ. କ୍ରିଷ୍ଣା ରେଡ୍ଡୀ, ରାଜୀବ ଲୋଚନ ପଣ୍ଡା, ଆଇନଜୀବି ଆଦିତ୍ୟ ମିଶ୍ର , ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ,ମଥୁରା ଚରଣ ସୁବୁଦ୍ଧି, ଏନ. ମୁନା ପାତ୍ର ଓ ମାଗୁଣି ବିଷୋୟୀ ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଯୋଗଦେଇ ସ୍ବର୍ଗତ ଲକ୍ଷ୍ମଣ ମହାପାତ୍ର ଙ୍କ ଗୁଣଗାନ କରିଥିଲେ,ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଦଳୀୟ ସଂଗଠନ କୁ ମଜବୁତ କରିବା ନିମନ୍ତେ ସମସ୍ତେ ସଂକଳ୍ପ ନେଇଥିଲେ,