ଥାନାରେ ହାଜର ହେଲେ ବଲିଉଡ୍ କୁଇନ୍ କଙ୍ଗନା ରାଣାୱତ

ନୂଆଦିଲ୍ଲୀ: ବାନ୍ଦ୍ରା ପୁଲିସ ନିକଟରେ ହାଜର ହେଲେ ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲୀ । ଦେଶଦ୍ରୋହ ମାମଲାରେ ଜେରା ପାଇଁ ଆଜି ଏମାନେ ଥାନାରେ ହାଜର ହୋଇଥିଲେ । ୱାଇ ଶ୍ରେଣୀ ସୁରକ୍ଷା ଭିତରେ କଙ୍ଗନା ଓ ରଙ୍ଗୋଲୀ ବାନ୍ଦ୍ରା ପୁଲିସ ଥାନାରେ ପହଞ୍ଚିଥିଲେ । ପୂର୍ବରୁ ବାନ୍ଦ୍ରା ପୁଲିସ ଜେରା ପାଇଁ ୩ ଥର ସମନ ଦେଇଥିଲେ ସୁଦ୍ଧା ଏମାନେ ହାଜର ହୋଇ ନଥିଲେ । ଅନ୍ୟପଟେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କଙ୍ଗନା । ଆବେଦନ ଉପରେ ଶୁଣାଣି କରି କୋର୍ଟ ଏମାନଙ୍କୁ ଆଗୁଆ ଜାମିନ ପ୍ରଦାନ କରିଥିଲେ ଓ ଜାନୁଆରୀ ୮ରେ ପୁଲିସ ନିକଟରେ ହାଜର ହେବାକୁ କହିଥିଲେ । କାଷ୍ଟିଂ  ଡିରେକ୍ଟର ତଥା ଫିଟନେସ ଟ୍ରେନର ମୁନ୍ନର ଅଲ୍ଲୀ ସୟଦ ଅକ୍ଟୋବର ମାସରେ ଏକ ଅଭିଯୋଗ କରିବା ପରେ ବାନ୍ଦ୍ରା ପୁଲିସ ମାମଲା ଦାଏର କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ