ଦଶହରାରେ ଯାଦବ ସେନା ଆଖଡା ପ୍ରଶଂସିତ

ବାଲେଶ୍ୱର, (ଯୁଗାବ୍ଦ ନୁୂ୍ୟଜ୍‌): ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବାଲେଶ୍ୱର ଜିଲା ଯାଦବ ମହାସଭା ଦ୍ୱାରା ଆୟୋଜିତ ‘ଯାଦବ ସେନା’ ଆଖଡା ପବିତ୍ର ଦଶହରା ଉତ୍ସବରେ ନିଜର ପାରଦର୍ଶିତା ଦେଖାଇ ଉଚ୍ଚ ପ୍ରଶଂସିତ ଲାଭ କରିଛନ୍ତି । ଯାଦବ ସେନା ଆଖଡାରେ ଜିଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ଯାଦବ ଅଂଶଗ୍ରହଣ କରି ଯାଦବଙ୍କର ପାରମ୍ପାରିକ ଦଉଡି ଖେଳ ସହିତ ଲାଠି ଓ ଖଣ୍ଡା ସାହାଯ୍ୟରେ ବିଭିନ୍ନ ପ୍ରକାର ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରି ବେଶ୍ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ସନ୍ଧ୍ୟା ୬.୩୦ରେ ସୁନହଟସ୍ଥିତ ହନୁମାନ ମନ୍ଦିର ନିକଟରୁ ପୂଜାର୍ଚ୍ଚନା ସାରି ଏକ ବିରାଟ ପଟୁଆରରେ ଯାଦବମାନେ ମୁଣ୍ଡରେ ପଗଡି ବାନ୍ଧି ଲାଠି ଓ ଖଣ୍ଡା ଧରି ସହର ପରିକ୍ରମା କରିଥିଲେ । ଏହା ସହିତ ଦୁଇଟି ମେଢରେ ଭଗବାନ କୃଷ୍ଣ ଓ ହନୁମାନଙ୍କ ବେଶରେ ତିନିଜଣ ବାଳକ ଏହି ପଟୁଆରକୁ ଅଧିକ ସୁନ୍ଦର କରିଥିଲେ । ବିଭିନ୍ନ ସାହି ବସ୍ତି ଅତିକ୍ରମ କଲା ବେଳେ ରାସ୍ତାରେ ଶଙ୍ଖ ବଜାଇ ମାଆ-ଭଉଣୀମାନେ ସ୍ୱାଗତ କରୁଥିବାର ଦେଖିବାକୁ ମିଳିଥିଲା । ବିଭିନ୍ନ ଛକମାନଙ୍କରେ ନିଜ ନିଜର କଳା କୌଶଳ ପ୍ରଦର୍ଶନ କରି ସିନେମା ଛକ ଓ ମୋତିଗଞ୍ଜ ଦେଇ ଯାଦବ ସେନା ଆଖଡା ଅତିକ୍ରମ କରିଥିଲା । ସଭାପତି ରାଜକିଶୋର ଦାସ, ସର୍ଦ୍ଦାର ତପନ ଦାସ, ବରିଷ୍ଠ କାର୍ଯ୍ୟକର୍ତ୍ତା ବିଶ୍ୱନାଥ ଦାସ, ମିହିର ବାରିକ, ପୂର୍ଣ୍ଣଚନ୍ଦ୍ର ଦାସ, ଶମ୍ଭୁନାଥ ଯାଦବ, ମନୋଜ ଦାସ ଓ ବହୁ ସଂଖ୍ୟାରେ ଯୁବ କାର୍ଯ୍ୟକର୍ତ୍ତାମାନେ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ