ଆବାସ ଯୋଜନାର ମନରେଗା ଅନୁଦାନ ହଡପ, ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ହିତାଧିକାରୀ

ହାଟଡିହି,(ବିକାଶ ବିଶ୍ୱାଳ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର କେ.ବାଲିପାଳ ପଞ୍ଚାୟତରେ ଆବାସ ଯୋଜନାରେ ଦିଆଯାଉଥିବା ମନରେଗା ଯୋଜନା ଅନୁଦାନ ହଡପ ହୋଇଥିବା ଅଭିଯୋଗ କରି ଆଜି ୨୦ରୁ ଉର୍ଦ୍ଧ ହିତାଧିକାରୀ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ସେମାନଙ୍କ ଅଭିଯୋଗ ଅନୁଯାଇ ୨୦୧୫/୧୬ ଓ ୨୦୧୬/୧୭ଆର୍ôଥକ ବର୍ଷରେ ଏହି ପଞ୍ଚାୟତରେ ୪୦୦ରୁ ଉର୍ଦ୍ଧ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଥିଲା । ଇତିମଧ୍ୟରେ ୪ବର୍ଷ ବିତି ଯାଇଥିବା ବେଳେ ପାଖାପାଖି ୩୦୦ରୁ ଉର୍ଦ୍ଧ ଘର ଆଜି ପର୍ଯ୍ୟନ୍ତ ପୁର୍ଣ୍ଣାଙ୍ଗ ହୋଇପାରି ନାହିଁ । ହିତାଧିକାରୀ ମାନେ ନିଜେ କରିଥିବା ଘରଗୁଡିକ କିଛି ମାତ୍ରାରେ ସମ୍ପୁର୍ଣ୍ଣ କରିଥିବାବେଳେ ମଧ୍ୟସ୍ଥିଙ୍କ ଜରିଆରେ କରାଯାଇଥିବା ଘର ଗୁଡିକ ଅସମ୍ପୁର୍ଣ୍ଣ ହୋଇ ପଡି ରହିଛି । ପରବର୍ତ୍ତୀ ସମୟରେ ୪୦ଟି ଘର ଡିପାଟମେଣ୍ଟଲିଂ କନିଷ୍ଠଯନ୍ତ୍ରୀ ମାନଙ୍କ ଦ୍ୱାରା ସମ୍ପୁର୍ଣ୍ଣ କରିବାକୁ ପ୍ରୟାସ କରାଯାଇଥିଲା । ପରବର୍ତ୍ତୀ ସମୟରେ ଜିନ୍ଦଲ କଂପାନି ମାଧ୍ୟମରେ ୧୦୦ଟି ଘର ସାରିବାକୁ ପ୍ରଶାସନ ଦାୟିତ୍ୱ ଦେଲା । ସେତେବେଳେ ଗରିବ ଆଦିବାସୀ ମାନଙ୍କୁ କୁହାଗଲା କି ମନରେଗା ଯୋଜନାରେ ଯେଉଁ ଅନୁଦାନ ଟଙ୍କା ପାଇବ ସେଥିରେ ଘରର ପ୍ଲାଷ୍ଟର, ଫ୍ଲୋରିଂ ଓ ରଙ୍ଗ ଦେବାକାର୍ଯ୍ୟ କରିବ । ହିତାଧିକାରୀ ମାନେ ସେହିଦିନ ଠାରୁ ମନରେଗା ଯୋଜନା ପଇସା ପାଇବାକୁ ଜିଆରଏସଙ୍କ ପଛରେ ଗୋଡାଇ ଗୋଡାଇ ନିରାଶ ହେବାପରେ ବିଡିଓଙ୍କୁ ଦେଖାକରି ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିଲା ନାହିଁ । କିନ୍ତୁ ଅଧିକାଶଂ ହିତାଧିକାରୀଙ୍କ ମନରେଗା ଯୋଜନା ଅନୁଦାନ ଟଙ୍କା ହିତାଧିକାରୀଙ୍କ ଏକାଉଣ୍ଟକୁ ଯିବା ପରିବର୍ତ୍ତେ କିଛି ନିର୍ଦ୍ଦିଷ୍ଟ ଏକାଉଣ୍ଟ ମାଧ୍ୟମରେ ଟଙ୍କାକୁ ଉଠାଇ ନିଆଯାଇଛି ବୋଲି ଦୁର୍ଗା ହୋ, ଚୁଳିଆ ହୋ, ବାଜୁଆ ହୋ, ବାଲିଙ୍ଗା ହୋ, ରଇବରି ହୋ, ମାକି ହୋ, ଆନନ୍ଦ ପ୍ରଧାନ, କୁଳମଣି ବିଶ୍ୱାଳ, ସୁଧିର ପ୍ରଧାନ, ସୁନିଲ ପ୍ରଧାନ, ରମଣ ବିଶ୍ୱାଳ, ସହଦେବ ବିଶ୍ୱାଳ ପ୍ରମୁଖ ହିତାଧିକାରୀ ମାନେ ଅଭିଯୋଗ କରି ଆଜି ସକାଳ ୧୦ଟାରୁ ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ । ଶହ ଶହ ଆଦିବାସୀ ହିତାଧିକାରୀଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କର ମନରେଗା ଯୋଜନାକୁ ଅନ୍ୟ ଏକାଉଣ୍ଟମାଧ୍ୟମରେ ଉଠାଇ ନିଆଯାଇଛି ବୋଲି ସେମାନେ କହିଛନ୍ତି । ଦୀର୍ଘସମୟ ଧାରଣାରେ ବସିବାପରେ ବିଡିଓ ଜୟଦେବ ଦାସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ଅଭିଯୋଗ ଶୁଣିବାପରେ ଏକମାସ ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେବାପରେ ହିତାଧିକାରୀ ମାନେ ଧାରଣରୁ ହଟିଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ