ବରିଷ୍ଠ ଶିକ୍ଷାବିତ ବୀରଭଦ୍ର ବେହେରାଙ୍କ ପରଲୋକ

ହାଟଡିହି,(ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ବିଷ୍ଟ ଶିକ୍ଷାବିତ ବୀରବର ବେହେରାଙ୍କ ୯୫ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ୧୯୫୦ମସିହାରେ ସୋସୋ ଏମ.ଇ ସ୍କୁଲରୁ ଶିକ୍ଷକତା ଭାବେ କାର୍ଯ୍ୟକରି ୧୯୯୦ରେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ସେ ଏ ଅଞ୍ଚଳର ଶିକ୍ଷାର ବିକାଶ ପାଇଁ ଆଲୋକ ବର୍ତ୍ତିକା ସାଜିଥିଲେ । ତାଙ୍କ ପରଲୋକରେ ସମଗ୍ର ସୋସୋ ପଞ୍ଚାୟତରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ପରଲୋକ ଖବରପାଇ ସୋସୋ ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ମୃତ୍ୟୁଶଯ୍ୟା ନିକଟରେ ପୁଅ ଜଗନ୍ନାଥ, ରଘୁନାଥ, ଝିଅ ହେମଲତା, କମଳିନୀ, ମନ୍ଦାକିନୀ, ଜ୍ୱାଇଁ ପ୍ରମୋଦ, ସୁଦର୍ଶନ, ପୁତୁରା ଅକ୍ଷୟ, ଗୋପ, ବୁଲା, ନବ, କୁଶ, ହରଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଶାଳନ୍ଦୀ ନଦୀକୁଳରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବଡପୁଅ ଜଗନ୍ନାଥ ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ