ଅଯୋଧ୍ୟା ରେ ଭବ୍ଯ ରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ ସହିତ ପଦଯାତ୍ରା

ଜି. ଉଦୟଗିରି,(ଓ୍ବାଇଏନ୍ଏସ୍) : ଅଯୋଧ୍ୟା ରେ ଦିବ୍ଯ ଭବ୍ଯ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ସାରା ଦେଶରେ ନିଧି ସଂଗ୍ରହ ପ୍ରକ୍ରିୟା ଜୋରଦାର ହୋଇଥିବା ବେଳେ ଜି. ଉଦୟଗିରି ବ୍ଲକ ରେ ମଧ୍ଯ ତ୍ୱରାନ୍ୱିତ ହୋଇଛି ଏହି କାଯ୍ଯକ୍ରମ । ବିଶ୍ୱ ହିନ୍ଦୁ ପରିଷଦ ତତ୍ୱାବଧାନରେ ଆୟୋଜିତ ଏହି କାଯ୍ଯକ୍ରମ ରେ ବ୍ଳକ ର ସବୁ ପଞ୍ଚାୟତ ରେ ଚାଲିଛି ଏହି କାଯ୍ଯକ୍ରମ । ଆଜି କତିଙ୍ଗିଆ ପଞ୍ଚାୟତ ର ନିଧି ସଂଗ୍ରହ ଅଭିଯାନର ସଂଯୋଜକ ଖଗେଶ୍ୱର ପ୍ରଧାନ ଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାଯ୍ଯକ୍ରମ ରେ ଘର କୁ ଘର ବୁଲି ନିଧି ସଂଗ୍ରହ କରିବା ସହିତ ରାମନାମ ସଂକିର୍ତ୍ତନ ସହ ପଦଯାତ୍ରା କରା ଯାଇଛି । ସାହି କୁ ସାହୀ  ପଦଯାତ୍ରା ରେ  ବୁଲି ହୋଇଛି ନିଧି ସଂଗ୍ରହ । ପଦଯାତ୍ରା ରେ ରାମ ଭକ୍ତ ମାନଗୋବିନ୍ଦ ପ୍ରଧାନ, ଅବନେଶ୍ୱର ପ୍ରଧାନ, ସହିତ ବହୁ ଭକ୍ତ ଯୋଗ ଦେଇଥିଲେ ।ନିଧି ସଂଗ୍ରହ କାଯ୍ଯକ୍ରମ କୁ ବନବାସୀ ସନ୍ଥ ସୁଦୟା ବାବା ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି। ଏହି କାଯ୍ଯକ୍ରମ ଚଳିତ ମାସ ୧୫ ତାରିଖ ରୁ ଆରମ୍ଭ ହୋଇଥିବା ବେଳେ ୩୦ ତାରିଖ ରେ ଶେଷ ହେବ ବୋଲି ଆୟୋଜକ ମାନେ କହିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ