ସଡକ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ : ଜିଲ୍ଲାପାଳ

ଯାଜପୁର, (ଓ୍ବାଇଏନ୍ଏସ୍) : ସଡକ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ । ତେଣୁ ନିୟମ ଅନୁସାରେ ଗାଡି ଚଳାଇବା ସହ ହେଲମେଟ୍ ଓ ସିଟ୍ ବେଲ୍‌ଟ୍ ବ୍ୟବହାର ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ଅନୁରୋଧ କରିଚ୍ଥନ୍ତି । ଯାଜପୁର ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ପୂର୍ବାହ୍ନରେ ୩୨ ତମ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା । ଏହାକୁ ଊଦ୍‌ଘାଟନ କରି ଜିଲ୍ଲାପାଳ ଶ୍ରୀ ରାଠୋର ଏହି ରଥ ସମଗ୍ର ଜିଲ୍ଲା ପରିକ୍ରମା କରିବା ସହ ସଡକ ସୁରକ୍ଷା ସଂପର୍କରେ ଜନ ଜାଗରଣ ସୃଷ୍ଟି କରାଇବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍‌.ପି. ବାଊରୀବନ୍ଧୁ ବେହେରା, ଯାଜପୁର ଆଞ୍ଚଳିକ ପରିବହନ ଅଧିକାରୀ ସଚିଦାନନ୍ଦ ପଣ୍ଡା, ଏମ୍‌.ଭି.ଆଇ. ଦୀପକ କୁମାର ସେଠୀ, ବରିଷ୍ଠ ସହାୟକ ସୁଦିପ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପରିବହନ ଅଧିକାରୀ ଶ୍ରୀ ପଣ୍ଡା ସୂଚନା ଦେଇ ଚଳିତ ମାସ ୧୮ ରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ସଚେତନତା ସପ୍ତାହ କାର୍ଯ୍ୟକ୍ରମ ଜାରି ରହିବା ସହ ଚଳିତ ମାସ ୧୮ ରୁ ପେଂବୃୟାରୀ ୧୭ ପର୍ଯ୍ୟନ୍ତ ସଡକ ସୁରକ୍ଷା ମାସ ପାଳନ କରାଯାଊଚ୍ଥି ବୋଲି କହିଥିଲେ । ସଡକ ସୁରକ୍ଷାର ବିବିଧ ନିୟମକୁ ଯେପରି ଗାଡି ଚାଳକ ମାନେ ଅନୁପାଳନ କରିବେ ସେଥିପାଇଁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯିବାର ବ୍ୟବସ୍ଥା ହୋଇଚ୍ଥି । ବିଶେଷ କରି ଯୁବ ସମାଜ ସଚେତନ ହେବାକୁ ସେ ଅନୁରୋଧ କରିଥିଲେ । ପରେ ଏହି ସଚେତନତା ରଥ ଯାଜପୁର ସହର ପରିକ୍ରମା କରି ଜନ ସଚେତନତା ସୃଷ୍ଟି କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ