ଜାତୀୟ ସଡକ ସୁରକ୍ଷା ଦିବସ ପାଳିତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଜାତୀୟ ସଡକ ସୁରକ୍ଷା ଦିବସ ପାଳିତ ହୋଇଛି । ଭାରପ୍ରାପ୍ତ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଞ୍ଚଳର ଜନସାଧାରଣ ମାନେ ଯୋଗଦେଇଥିଲେ । ଟ୍ରାଫିକ ନିୟମ ମାନିବା ସହିତ ଦୁର୍ଘଟଣା ମୁକ୍ତ ଗାଡି ଚାଳନା ପାଇଁ ସମସ୍ତେ ଚିନ୍ତା କରିବା ଉଚିତ ବୋଲି କାର୍ଯ୍ୟକ୍ରମରେ ପୁଲିସ ଅଧିକାରୀ ମତ ଦେଇଥିଲେ । ଚଳିତମାସ ୧୮ତାରିଖ ଠାରୁ ୧୭ ଫେବୃଆରୀ ଯାଏଁ ଜାତୀୟ ସଡକ ସୁରକ୍ଷା ମାସ ଭାବେ ପାଳନ ହେଉଥିବାବେଳେ ଥାନା ପକ୍ଷରୁ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯାଇଛି । ଏହି ଅବସରରେ ଥାନା ପରିସରରୁ ଏକ ସଚେତନାତ୍ମକ ମୋଟରସାଇକେଲ ରାଲି ବାହାରି ବଜାର ପରିକ୍ରମା କରିଥିଲା । ରାଲିରେ ଥାନା କର୍ମଚାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ, ଯୁବକ ବନ୍ଧୁ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ