କଂଗ୍ରେସର ସାଧାରଣ ବୈଠକ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରାଜୀବ ଭବନ ଠାରେ କଂଗ୍ରେସର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ଯୋଗଦେଇ ବିଭିନ୍ନ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାଛଡା ଆସନ୍ତା ୨୪ତାରିଖ ଦିନ ରଣଜିତ ପଞ୍ଚାୟତ ବଳଦେବ ଜୀଉ ପୀଠରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେବେ ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ । ବୈଠକରେ ବରିଷ୍ଠ କଂଗ୍ରେସ ନେତା ଗୋଲକ ଚନ୍ଦ୍ର ବେହେରା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ପିତାମ୍ବର ନାୟକ, ନରନାରାୟଣ ଜେନା, ଅକ୍ଷୟ ତ୍ରିପାଠୀ, ସରପଞ୍ଚ ପ୍ରଶାନ୍ତ ସାହୁ, ବିଜୟଶଙ୍କର ମହାନ୍ତି, ମନୋଜ ନାୟକ, ନାରାୟଣ ବେହେରା, ନାରାୟଣ ଘଡାଇ, ରଞ୍ଜନ ବେହୁରିଆ, ଜୟଦେବ ସାମଲ, ରମେଶ ଭାରତୀ, ବିନୋଦ ପଲେଇ, ନଟବର ରାଉଳ, ଶ୍ୟାମସୁନ୍ଦର ମହାପାତ୍ର ମହେଶ୍ୱର ଦାସ, ନିଗମାନନ୍ଦ ଜେନା, ଯତିନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ