ଚତୁର୍ଥ ଦିନରେ ଚାଷୀଙ୍କ ଧାରଣା ଜାରି

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ସରସଦା ସମିତି ଠାରେ ଆଜି ଚତୁର୍ଥ ଦିନରେ ଚାଷୀମାନଙ୍କ ଧାରଣା ଅବ୍ୟାହତି ରହିଛି । ମୋଟ ୩୧୪ଜଣ ଚାଷୀଙ୍କ ପଞ୍ଜିକରଣ ହୋଇନଥିବାରୁ ଧାରଣା ଚାଲିଥିବାବେଳେ ସମିତି ଚାରିଦିନ ହେବ ବନ୍ଦ ରହିଛି । ତେଣୁ ଯେଉଁ ଚାଷୀମାନେ ଧାନ ବିକ୍ରୟ କରିବା ପାଇଁ ଟୁକନ ପ୍ରାପ୍ତ ହୋଇଛନ୍ତି । ସେମାନେ ଏବେ ଅଡୁଆରେ ପଡିଯାଇଛନ୍ତି । ଧାରଣା ଯୋଗୁ ଟୁକନପ୍ରାପ୍ତ ସମୟ ସରିଗଲେ ସେମାନେ ମଧ୍ୟ ଧାନ ବିକ୍ରୟରୁ ବଞ୍ଚିତ ହେବେ ବୋଲି ଜଣାପଡିଛି । ପୂର୍ବରୁ ଚାଷୀମାନେ ସମସ୍ତ ବିଷୟରେ ଜିଲ୍ଲାପାଳଙ୍କୁ ଜଣାଇଥିଲେ ସୁଦ୍ଧା ଆଜି ମଧ୍ୟ ତହସିଲଦାର, ବିଡିଓ ଓ ଥାନା ଅଧିକାରୀଙ୍କୁ ଅବଗତ କରାଯାଇଛି । ଏତଦବ୍ୟତୀତ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ସମସ୍ତ ବିଷୟରେ ଜଣାଯାଇଥିଲେ ସୁଦ୍ଧା ଏଯାଏଁ କୌଣସି ନିଷ୍ପତ୍ତି ହୋଇପାରିନଥିବାରୁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଧାରଣା ସ୍ଥଳରେ ଆଜି ଚାଷୀ ପିତାମ୍ବର ନାୟକ, ନରନାରାୟଣ ଜେନା, ରାମଚନ୍ଦ୍ର ସେନାପତି, ଦେବେନ୍ଦ୍ର ଷେଣ୍ଢ, ରବିନ୍ଦ୍ର ନାୟକ, ଗଙ୍ଗାଧର ସେନାପତି, ବାବାଜୀ ତ୍ରିପାଠୀ, ଅଶୋକ ନାୟକ, ଚକ୍ରଧର ଭଞ୍ଜ, ସରୋଜ ସ୍ୱାଇଁ, ଭାଗବତ ସେନାପତି, ରବିନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ