ପଥପ୍ରାନ୍ତ ନାଟକ ମାଧ୍ୟମରେ ସଡ଼କ ସୁରକ୍ଷା ସଚେତନତା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଚଳିତ ମାସ ୧୮ ତାରିଖ ଠାରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ୧ମାସକୁ ଜାତୀୟ ସଡ଼କ ସୁରକ୍ଷା ମାସ ଭାବେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଆଂଚଳିକ ପରିବହନ ଅଧିକାରୀ ବିକାଶ ଚୌଧୁରୀଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ଅପରାହ୍ନରେ ଥାନା ହିଞ୍ଜିଳି ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ୱାବଧାନରେ ସ୍ଥାନୀୟ ପୌରାଂଚଳ ବସ ଟିର୍ମନାଲ ପରିସରରେ ୩୨ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଇଛି । ଅତିଥି ଭାବେ ପୌର କାର୍ଯ୍ୟ ନିର୍ବାହୀ ଅର୍ଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ କୁମାର ପାତ୍ର ଉପସ୍ଥିତ ଥିଲେ । ଏହି ଅବସରରେ ଭୂବନେଶ୍ୱର ସ୍ଥିତ ମିରର୍ ଥିଏଟର ପକ୍ଷରୁ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ସଡ଼କ ସୁରକ୍ଷାର ନିୟମାବଳୀକୁ ଗୁରୁତ୍ୱ ପ୍ରଦାନ କରିବା ସହ ସମସ୍ତ ପ୍ରକାର ମୋଟର ଯାନ ଆଇନକୁ ମାନି ଚଳିବା ସକାଶେ ପରାମର୍ଶ ଦିଆଯାଇଥିଲା । ଗାଡ଼ି ଚାଳନା ସମୟରେ ହେଲମେଟ ପରିଧାନ, ମୋବାଇଲ ବ୍ୟବହାର ନକରିବା, ସିଲ୍ଟ ବେଲ୍ଟ ବ୍ୟବହାର, ମଦ୍ୟପାନ କରି ଗାଡ଼ି ଚାଳନା ନକରିବା ସହ ଅନ୍ୟାନ ନିୟମାବଳୀକୁ ଗୁରୁତ୍ୱ ପ୍ରଦାନ କରିବା ସକାଶେ ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ହିଞ୍ଜିଳି ଥାନା ଏସ. ଆଇ. ରାଘବ ପ୍ରଧାନ, ଗୋପାଳ ଚନ୍ଦ୍ର ଅଗୁ ପାତ୍ର, ଏଏସଆଇ ରାଜନ ବିଷୋୟୀ, ପ୍ରକାଶ ଚନ୍ଦ୍ର ବେହେରା, କନେଷ୍ଟବଳ ବସନ୍ତ ଉପାଧ୍ୟୟ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳକୁ ସଡ଼କ ସୁରକ୍ଷା ସଚେତନତା ସକାଶେ ପରିକ୍ରମା କରୁଥିବା ସଚେତନ ରଥରେ ୧୮ ଜାନୁୟାରୀ ଠାରୁ ୧୭ ଫେବୃୟାରୀ ୨୦୨୦ ଲେଖା ଉଦ୍ଧିଷ୍ଠ ରହିଥିବାରୁ ସାଧାରଣରେ ଭ୍ରମ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ