ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ କାରଣରୁ ଭୁବନେଶ୍ୱର ମୁନିସିପାଲିଟି କର୍ପୋରେସନର ମନୋମୁଖୀ କାର୍ଯ୍ୟ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ସମ୍ପ୍ରତି ବିଭିନ୍ନ ମନ୍ଦିର ସୌନ୍ଦର୍ଯ୍ୟକରଣ ଯୋଜାନରେ ରାଜ୍ୟ ସରକାରଙ୍କର ବିଶେଷ ଆଗ୍ରହ ଦେଖାଯାଉଥିବା ବେଳେ ଲିଙ୍ଗରାଜ ମନ୍ଦିର ବିକାଶ କାର୍ଯ୍ୟରେ ଗୋଟିଏ ଦଳିତ ପରିବାର ଜାନୁୟାରୀ ୧୨ ତାରିଖରୁ ରାସ୍ତାକଡ଼ରେ ଅତି ଅସହାୟ ଅବସ୍ଥାରେ ପଡ଼ିରହିଛନ୍ତି । ବିଏମ୍‌ସି କର୍ତ୍ତୃପକ୍ଷ ସେହି ପରିବାର ବାସ କରୁଥିବା ସ୍ଥିତିବାନ ସମ୍ପତ୍ତି ଉପରେ ଥିବା ବାସଗୃହକୁ ରାସ୍ତା ସମ୍ପ୍ରସାରଣ ଉଦ୍ଦେଶ୍ୟରେ ଉଚ୍ଛେଦ କରିଛନ୍ତି; କିନ୍ତୁ ସେହି ପରିବାରକୁ ଥଇଥାନ କରିବା ପାଇଁ କୌଣସି ବ୍ୟବସ୍ଥା କରିନାହାଁନ୍ତି । ଫଳରେ ୩ ଓ ୪ ବର୍ଷ ବୟସର ଦୁଇଟି ଶିଶୁଙ୍କ ସମେତ ୪ଜଣିଆ ପରିବାରଟି ରାସ୍ତା କଡ଼ରେ ଖରା, ଶୀତ କାକରରେ ଓ ଅନ୍ଧକାର ମଧ୍ୟରେ ଦୟନୀୟ ଅବସ୍ଥାରେ ପଡ଼ି ରହିଛନ୍ତି । ବିବରଣୀରୁ ଜଣାପଡ଼େ ଯେ ଭୁବନେଶ୍ୱର ୟୁନିଟ୍‌-୨୮, ମୌଜା ଗୌତମ ନଗର, ଖାତା ନଂ-୧୮୧ ଓ ପ୍ଲଟ ନଂ-୨୨୬୩ ଓ ୨୨୬୦ ଉପରେ ସ୍ୱର୍ଗତ ଜଗନ୍ନାଥ ସେଠୀଙ୍କର ଉତ୍ତରାଧିକାରୀମାନେ ବାସ କରି ଆସୁଥିଲେ । କେଦାରଗୌରୀ ରାସ୍ତା ସମ୍ପ୍ରସାରଣ ନିମନ୍ତେ ଏହି ଉତ୍ତରାଧିକାରୀ ରଜକ ପରିବାର ମଧ୍ୟରୁ ପ୍ରଭାତ ସେଠୀଙ୍କର ବାସଗୃହ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଦ୍ୱାରା ଗତ ଜାନୁୟାରୀ ୧୨ ତାରିଖରେ ଉଚ୍ଛେଦ କରାଯାଇଛି । ପୂର୍ବରୁ ଶ୍ରୀ ସେଠୀଙ୍କୁ ବିକଳ୍ପ ଥଇଥାନ ବ୍ୟବସ୍ଥା ଓ ଆର୍ଥିକ ସହାୟତା ପ୍ରଦାନ କରାଯିବା ନିମନ୍ତେ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ତାଙ୍କ ବାସଗୃହ ଉଚ୍ଛେଦ ହେବାପରେ ବିଏମ୍‌ସି ତରଫରୁ ତତ୍କାଳୀନ ଥଇଥାନ କରାଯାଇ ନାହିଁ । ପ୍ରଭାତ ସେଠୀ, ତାଙ୍କ ସହଧର୍ମିଣୀ ଓ ୫ ବର୍ଷରୁ କମ୍ ଦୁଇଟି ଶିଶୁ ସ୍ଥାନୀୟ ପୂର୍ବତନ କର୍ପୋରେଟଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ଜରିପାଲ ତଳେ ଶୀତ କାକର ସହିତ ମଶା, ମାଛି, ବିଷାକ୍ତ ପୋକଜୋକ ଓ ସାପ ସହିତ ଅତି ଭୟଭୀତ ଅବସ୍ଥାରେ ପଡ଼ି ରହିଛନ୍ତି । ସେହି ପରିବାର ପାଇଁ ଖାଦ୍ୟ, ବସ୍ତ୍ର, ପାନୀୟ ଜଳ ଓ କମ୍ବଳ ଆଦି କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଇତି ମଧ୍ୟରେ ଶିଶୁ ଦୁଇଟି ଅତ୍ୟଧିକ ଥଣ୍ଡା କାକରରେ ଅସୁସ୍ଥ ହୋଇ ପଡିଥିବା ବେଳେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଦ୍ୱାରା ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ । ଏ ସମ୍ପର୍କରେ ଖବର ପାଇ ଆମ୍ବେଦକର ଲୋହିଆ ବିଚାର ମଞ୍ଚ ପକ୍ଷରୁ ଏକ ଦଳ ଘଟଣାସ୍ଥାଳରେ ପହଞ୍ôଚ ତଥ୍ୟ ଅନୁସନ୍ଧାନ କରିଛନ୍ତି । ବିଏମ୍‌ସି କର୍ତ୍ତର୍ୃପକ୍ଷଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିବାରୁ ଜଣା ପଡ଼ିଥିଲା ଯେ ଏହି ଉଚ୍ଛେଦ ଓ ସମ୍ପ୍ରସାରଣ ଦାୟିତ୍ୱରେ ଥିବା ଅଧିକାରୀ ଶ୍ରୀଯୁକ୍ତ କମଳଜିତ ଦାସ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ଅନ୍ୟ କୌଣସି ଅଧିକାରୀ ଏ ସମ୍ପର୍କରେ କିଛି କରିପାରିବେ ନାହିଁ ବୋଲି ଉତ୍ତର ମିଳିଥିଲା । ଚାଇଲ୍‌ଡ଼ ଲାଇନର ଟୋଲ୍ ଫ୍ରି ନଂ-୧୦୯୮ ନମ୍ବରକୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା । ଏ ସମ୍ପର୍କରେ ଏହି ପରିବାରକୁ ବିଏମ୍‌ସି କର୍ତ୍ତୃପକ୍ଷ ତୁରନ୍ତ ସହାୟତା ପ୍ରଦାନ କରି ସେମାନଙ୍କ ପୂର୍ଣ୍ଣାଙ୍ଗ ଥଇଥାନ ହେବା ପର୍ଯ୍ୟନ୍ତ ଉକ୍ତ ପରିବାରର ରହିବା, ଖାଇବା ଓ ଚିକିତ୍ସା ଆଦିର ବ୍ୟବସ୍ଥା କରିବା ପାଇଁ ବିଚାର ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଏ ସମ୍ପର୍କରେ ରାଜ୍ୟର ୫-ଟି ସଚିବ ହସ୍ତକ୍ଷେପ କରି ଯଥାଯଥ ପଦକ୍ଷେପ ତୁରନ୍ତ ନେବାକୁ ନିର୍ଦ୍ଦେଶ ଦେବା ନିମନ୍ତେ ନିବେଦନ କରଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ