ଇଫକୋ ସାର ବିକ୍ରେତାଙ୍କ ପ୍ରଶିକ୍ଷଣ ଶିବିର

 

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଗଙ୍ଗାରାମପୁର ପଞ୍ଚାୟତ ଅନ୍ତର୍ଗତ ମା’ଛୁଆଳିଆପୀଠରେ ଇଫକୋ ସାର ବିକ୍ରେତାଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଶୋକ କୁମାର ମହାସୁଆର ସଭାପତିତ୍ୱ କରିଥିବା ବେଳେ କୃଷି ବିଭାଗର କର୍ମଚାରୀ ଓ ଇଫକୋ ସାର କମ୍ପାନୀର କର୍ମଚାରୀ ପ୍ରଫୁଲ୍ଲ କୁମାର ମହାରଣା, ସତ୍ୟବ୍ରତ ସାହୁ, ସୌମ୍ୟରଞ୍ଜନ ହାତୀ, ଦିବ୍ୟରଞ୍ଜନ ଓତା, ପ୍ରଶାନ୍ତ କୁମାର ରାଉତ ପ୍ରମୁଖ ଯୋଗଦେଇ ଇଫକୋ ସାରର ଉପଯୋଗୀତା, ବ୍ୟବହାର ଓ ପ୍ରଣାଳୀ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । କୋଭିଡ-୧୯ ନିୟମ ଅନୁଯାୟୀ ସଭାରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ସମସ୍ତଙ୍କୁ ମାସ୍କ ଓ ସାନିଟାଇଜର ପ୍ରଦାନ ସହ କେତେକ ଚାଷୀଙ୍କୁ ଚାରା ପ୍ରଦାନ କରାଯାଇଥିଲା । ପର୍ସ ମେସିନ ମାଧ୍ୟମରେ ସାର ପ୍ରୟୋଗ କରିବା, କୀଟନାଶକ ସାରର ପ୍ରୟୋଗ ତଥା ଠିକ୍ ସମୟରେ ଚାଷ କରିବା, ଜଳ ଯୋଗାଣ ଏବଂ ଧାଡିରୁହା ସମ୍ପର୍କରେ ବିସ୍ତୁତ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦୁଇଶହରୁ ଅଧିକ ଚାଷୀ ଯୋଗଦେଇଥିବା ବେଳେ ୪୦ରୁ ଅଧିକ ରିଟେଲର୍ ଯୋଗଦେଇଥିଲେ । ଶ୍ରୀ ହାତୀ ସଭାପରିଚାଳନା କରୁଥିବା ବେଳେ ନିର୍ମଳ କୁମାର ନାୟକ ଓ ସୌଭାଗ୍ୟ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ