ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମ ଦିନରେ ୮୪ ଜଣ ଟିକା ନେଲେ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କରୋନା ପ୍ରତିରୋଧ ଟିକାକରଣ କାର୍ଯ୍ୟକ୍ରମ ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷୀକ ଡା. ସୁନନ୍ଦନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ନାଉଗାଁ ବିଡିଓ ରଶ୍ମୀରେଖା ମଲ୍ଲିକ ଯୋଗ ଦେଇ କରୋନା ଟିକାକେନ୍ଦ୍ରକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ଏଡିଏମଓ ପ୍ରମୋଦ କୁମାର ବାରିକ ସାମିଲ ଥିଲେ । ଉକ୍ତ ଗୋଷ୍ଠୀ କେନ୍ଦ୍ରକୁ ୨୦୨ଟି ଟିକା ଆସିଥିବା ବେଳେ ଆଜି ଦିନରେ ୮୪ଜଣ ଟିକା ନେଇଛନ୍ତି । ଆଗକୁ ପ୍ରର୍ଯ୍ୟାୟ କ୍ରମେ ଅନ୍ୟମାନଙ୍କୁ ଟିକା ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡା. ମହାନ୍ତି ସୂଚନା ଦେଇଛନ୍ତି । ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୪ ଜଣ ଡାକ୍ତର ,ଷ୍ଟାପ ନର୍ସ, ଆଟେଣ୍ଡାଂଟ, ଅଫିସ ଷ୍ଟାଫ, ୨୪ ଆଶା ଓ ଅଙ୍ଗନୱାର୍ଡି କର୍ମୀ ଓ ସହାୟକମାନଙ୍କୁ ଟିକା ଦିଆଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମାନସ ମହାପାତ୍ର, ଡାକ୍ତର ଅନୁଭବ ଦାଶ, ଫାର୍ମାସିଷ୍ଟ ଅରବିନ୍ଦ ସାହୁ ପ୍ରମୁଖ ଟିକାକରଣରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ