ସ୍ୱାଧୀନତା କଣ ଓ କେଉଁଠି

ସଞ୍ଜୟ କୁମାର ଚୌଧୁରୀ

ଦେଖୁନ ଦେଖ ଯେଉଁଠି ତମ ଇଚ୍ଛା
ଆମେ କିନ୍ତୁ ନୀରବ କେବେଠୁ ଏ ବାବଦେ!
ଜାଣିଛୁ ପାଇବୁନି ଉତ୍ତର ସବୁ ଉକୁଟୁଥିବା କୋଟିକୋଟି
ଜନତାଙ୍କ ଅସମାପିତ ପ୍ରଶ୍ନମାନଙ୍କ!
ତଥାପି ଏଇ ତ ନାଚୁଥିବା ଚିତ୍ର ଆମ ପୂର୍ବଜଙ୍କ ତ୍ୟାଗ ଓ
ଆତ୍ମୋତ୍ସର୍ଗର ଇତିହାସ
ଯେଉଁଠି ଶେଷ ପ୍ରାୟ ହୋଇଯାଏ ଫୁଲମାଳେ – ସ୍ଲୋଗାନେ
କର୍ତ୍ତବ୍ୟବୋଧ ଓ ସବୁ ନାଗରିକତ୍ୱର
ଦେଶ ପାଇଁ, ଜାତି ପାଇଁ, ମା’ ପାଇଁ ହଁ ମାଟି ପାଇଁ
ଆଉ ଗାଁଠୁ ସହର
ଖୋଜିବାକୁ ପଡ଼େ କେଉଁଠି କାହିଁ ଅଛି – ଲୁଚିଛି
ଏଇ ସ୍ୱାଧୀନତା
ଦୀର୍ଘ ବର୍ଷର ବେଦନା-ଯାତନା-କ୍ଲେଶ
କଣ ଆଜି
ଏକ କଥାକୁହା ନୀରବ ଇତିହାସ
ଗାଁ କରିଥାଏ ବିଦ୍ରୁପ -ତିରସ୍କାର ଆମକୁ, ଆମ ପୌରୁଷକୁ
ଯେତେବେଳେ ମୂକ-ବାକ୍‌ହୀନ ତୁଣ୍ଡ ସହ
ସ୍ୱାଗତ କରୁ ମୁଦି ଆଖି ଜାତୀୟ ପତାକା ତଳେ
ଲମ୍ବାଲମ୍ବା ବାକ୍ୟପୂର୍ଣ୍ଣ ପାଇ ପ୍ରତିଶ୍ରୁତି – ହେଉଥାଉ କୋଳାଗ୍ରତ
ପାଟି ମିଠାକରି
କିଛି ନ ବୁଝି ହସୁଥାଏ ଦିବସଟା କିରିକିରି
ବ୍ୟର୍ଥତାର ପ୍ରୟାସରେ ବର୍ବରତାର ଶେଷ ସୀମା ଚିରି
କରିଥାଉ ନାରାବାଜି ଆମେ
ଆମ ପାରିଲାପଣର ସାହିବକ୍ତା ନେତା ଏବଂ ଆମେ-
ଜନତା
ତା’ଠାରୁ ନିଜକୁ ଶାସନ-ପ୍ରଶାସନର ଅର୍ଥ
କେତେ ପବିତ୍ର – ସ୍ୱଚ୍ଛ ଏଇ ଆମ ଗଣତନ୍ତ୍ର
ଯେଉଁଠି ଦୌଡ଼ିବାକୁ ପଡ଼େ ଅଣନିଶ୍ୱାସୀ ହୋଇ-
କଣ ସ୍ୱାଧୀନତା ଓ କେଉଁଠି କମ୍ପ୍ୟୁଟର
ଉଡ଼େ ପ୍ରଗତିର ନେତ!

ସମ୍ପାଦକ – “ବୋଉ’, ମାନସିଂପାଟଣା,କଟକ-୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ