ବୌଦ୍ଧିକ ସମ୍ପଦର ସୁରକ୍ଷା ପାଇଁ ୱେବସାଇଟ ଓ ମୋବାଇଲ ଆପ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀଠାରେ ବୌଦ୍ଧିକ ସମ୍ପଦ ଅଧିକାର ପାଇଁ ଏକ ୱେବସାଇଟ ଓ ମୋବାଇଲ ଆପ୍ଲିକେସନର ଶୁଭାରମ୍ଭ କରିଛନ୍ତି । ଆଇପିଆରର ପ୍ରସାରଣ ଓ ପରିଚାଳନା ପାଇଁ କ୍ୱାଲକମ ଓ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ସହିତ ମିଶି ସେଲ ମିଳିତ ଭାବେ ଏହି ୱେବସାଇଟ ଓ ଆପ୍‌ର ନିର୍ମାଣ କରିଛି । ଏହି ଅବସରରେ ଡିପିଆଇଆଇଟିର ସଚିବ କହିଛନ୍ତି, “ଏହା ବିଭାଗ ଦ୍ୱାରା ଗ୍ରହଣ କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ । ଭାରତ ଓ ଏହାର ଅର୍ଥନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ଷ୍ଟାର୍ଟଅପ ଉଦ୍ୟୋଗ ଲାଗି ଏହି ୱେବସାଇଟ ଓ ଆପ୍ ଅତ୍ୟନ୍ତ ଉପଯୋଗୀ ହୋଇପାରିବ । ସାଧାରଣତଃ ଷ୍ଟାର୍ଟଅପ ଗୁଡ଼ିକ ନିବେଶ ଓ ସାହସିକ ପଦକ୍ଷେପ ନେବା ପ୍ରତି ସଚେତନ ଥିଲାବେଳେ ସେମାନଙ୍କର ଆଇନଗତ ଜ୍ଞାନର ଅଭାବ ରହୁଛି । ଦେଶ ସମ୍ପ୍ରତି ଚତୁର୍ଥ ଶିଳ୍ପ ବିପ୍ଳବର ଦ୍ୱାରଦେଶରେ ଥିବାରୁ ପ୍ରଯୁକ୍ତି ଓ ଆଇନଗତ ଜ୍ଞାନ ମଧ୍ୟରେ ଦୂରତା ବୃଦ୍ଧି ପାଉଛି । ଏହାକୁ ଦୂର କରିବା ପାଇଁ ସ୍ୱତନ୍ତ୍ର ୱେବସାଇଟ ଓ ଆପ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ।” ନିଜର ମାଲିକାନା ସମ୍ବନ୍ଧରେ ବୁଝିବା ଓ ଏହାର ସୁରକ୍ଷା କରିବା, ବୌଦ୍ଧିକ ସମ୍ପଦକୁ ବ୍ୟବସାୟିକ ମଡେଲ ସହିତ ସମନ୍ୱିତ କରିବା ତଥା ଗବେଷଣା ଓ ବିକାଶର ମୂଲ୍ୟ ବୃଦ୍ଧି କରିବା ଲାଗି ଏହି ଇ-ଲର୍ଣ୍ଣିଂ ପ୍ଲାଟଫର୍ମ ମଡ୍ୟୁଲ ଯୁବବର୍ଗ, ନବୋନ୍ମେଷୀ, ଉଦ୍ୟୋଗୀ ଏବଂ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ସହାୟକ ହେବ । ଏଲଟୁ ପ୍ରୋକୁ ଜର୍ମାନୀ, ଇଂଲଣ୍ଡ, ଇଟାଲୀ ଓ ଫ୍ରାନ୍ସରେ ସଫଳତାର ସହିତ ପ୍ରୟୋଗ କରାଯାଇଛି ଏବଂ ଏହାଦ୍ୱାରା ବୌଦ୍ଧିକ ସମ୍ପଦ ସଂଗଠନ ଓ ସାର୍ବଜନୀନ ଗବେଷଣା ଅନୁଷ୍ଠାନଗୁଡ଼ିକ ବିଶେଷ ଭାବେ ଲାଭବାନ ହୋଇଛନ୍ତି । ଷ୍ଟାର୍ଟଅପ୍ସ ଗୁଡ଼ିକର ମୂଳଦୁଆକୁ ସୁରକ୍ଷିତ, ସୁଗମ ଓ ବ୍ୟବସାୟିକ କରିବା ପାଇଁ ଏହି ଲର୍ଣ୍ଣିଂ ଆପ୍‌କୁ ଭାରତ ପାଇଁ ପ୍ରସ୍ତୁତ କରାଯାଇଛି । ପ୍ରାରମ୍ଭିକ, ମଧ୍ୟମ ଓ ଉନ୍ନତ ଆଦି ତିନୋଟି ସ୍ତର ପାଇଁ ଏଲଟୁପ୍ରୋ ଇଣ୍ଡିଆ ଇ-ଲର୍ଣ୍ଣିଂ ପ୍ଲାଟଫର୍ମର ୧୧ଟି ମଡ୍ୟୁଲ ରହିବ । ୱେବସାଇଟ ଓ ମୋବାଇଲ ଆପ୍‌ର ଶୁଭାରମ୍ଭ ହେବା ଅବସରରେ କ୍ୱାଲକମର କାର୍ଯ୍ୟକାରୀ ଉପ-ସଭାପତି ଆଲେକ୍ସ ରୋଜର୍ସ, ଏନଏଲୟୁ, ଦିଲ୍ଲୀର ଉପ-କୁଳପତି ପ୍ରଫେସର ରଣବୀର ସିଂ ଏବଂ ଡିପିଆଇଆଇଟି ଓ ସିଆଇପିଏଏମର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ