ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

ହାଟଡ଼ିହି : ନନ୍ଦିପଦା ଥାନା ଅଧିନସ୍ଥ ଇଛାପୁର ଗ୍ରାମର ଜଣେ ଯୁବକଙ୍କ ସନ୍ଦେହ ଜନକ ଜନକ ମୃତ୍ୟୁ ଘଟିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ରାଜେନ୍ଦ୍ର ସାହୁ (୩୪) ନାମକ ଜଣେ ଯୁବକ ଗତକାଲି ଅପରାହ୍ନରେ ବିଲକୁ ବିଷ ପକାଇବାକୁ ଯାଇ ଘରକୁ ଫେରିବାପରେ ମୁଣ୍ଡ ବୁଲାଉଥିବା କହିଥିଲା । ପରିବାର ଲୋକେ ତାକୁ ତୁରନ୍ତ ଶାଳଣିଆଁ ଡାକ୍ତରଖାନା ନେଇଯାଇଥିଲେ । ମାତ୍ର ସେଠାରେ ଡାକ୍ତର ନଥିବାରୁ ତାକୁ ଭଦ୍ରକ ଡାକ୍ତରଖାନାକୁ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଭଦ୍ରକ ଡାକ୍ତରଖାନାରୁ ଶବକୁ ପୋଷ୍ଟମଟମ କରି ଅଣାଯିବା ପରେ ଗାଁରେ ଏକ ଶୋକାକୁଳ ପରିବେଶରେ ଶବ ସକ୍ରାର କରାଯାଇଥିଲା । ଶେଷକୃତ୍ତ୍ୟ ସମୟରେ ଆଖ ପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ବିଷ ପକାଇବା ସମୟରେ କୌଣସି ବିଷାକ୍ତ ସାପ କାମୁଡିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଗ୍ରାମବାସୀ ମାନେ ଅନୁମାନ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ