ଢେଙ୍କାନାଳକୁ ଦେଶର ସୁନ୍ଦର ସହର ଭାବେଗଢିବା ଆମର ଲକ୍ଷ୍ୟ – ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ, – ଢେଙ୍କାନାଳକୁ ଦେଶର ସୁନ୍ଦର ସହର ଭାବେ ଗଢିବା ପାଇଁ ଆମର ପ୍ରୟାସ । ଢେଙ୍କାନାଳ ଜିଲ୍ଲାକୁ ଅଧିକ ସମ୍ପନ୍ନ କରିବା ପାଇଁ ଆମର ଉଦ୍ୟମ ଜାରୀ ରହିବ ବୋଲି ଜିଲ୍ଲାର ସର୍ବ ପୂରାତନ ଜବାହାରଚୌକ ଗଜଲକ୍ଷ୍ମୀ ପ୍ରତିଷ୍ଠାନର ପ୍ଲାଟିନମ୍ ଜୟନ୍ତୀ ସମାରୋହ ତଥା ୭୫ ବର୍ଷ ପୂର୍ତି ଓ ସ୍ୱପ୍ନେଶ୍ୱର ବଜାରର ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ତଥା ୫୦ ବର୍ଷ ପୂର୍ତି ସମାରୋହ ପାଳନ କରିବା ଅବସରରେ ଆୟୋଜିତ ପୃଥକ ପୃଥକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ  କହିଛନ୍ତି ଯେ ଓଡିଶା ବିଶେଷ ଭାବରେ ଢେଙ୍କାନାଳ ଜିଲ୍ଲାରେ ମାଁ ଲକ୍ଷ୍ମୀଙ୍କ ପୂଜା ଭାରତବର୍ଷରେ ପ୍ରସିଦ୍ଧି ଲାଭ କରିବା ସହ ଜନସାଧାରଣଙ୍କ ମନରେ ଆଦୃତ ଲାଭ କରିପାରିଛି  ଓଡିଶାର କୋଣ ଅନୁକୋଣରେ ସଂସ୍କୃତି ପ୍ରେମୀ ଜନତାଙ୍କ ହୃଦୟରେ ଆକର୍ଷଣୀୟ ପୂଜା ପାଇଁ ଢେଙ୍କାନାଳ ବେଶ୍ ଗୌରବର ଅଧିକାରୀ । ଭାରତବର୍ଷରେ ଓଡିଶା ବହୁତ ଆଗକୁ ଯାଇଥିବା ବେଳେ ଧୀରେ ଧୀରେ ଢେଙ୍କାନାଳର ମଧ୍ୟ ପ୍ରଗତି ହୋଇଛି । ଚାଷ,ଜଙ୍ଗଲ, ପାହାଡ, ଖଣି ଓ ଖାଦାନରେ ଭରପୁର ଏହି ଜିଲ୍ଲାକୁ ଆଗକୁ ନେବାର ଆବଶ୍ୟକତା ରହିଛି । ଭାରତରେ ଏହାକୁ ଏକ ଅଗ୍ରଣୀ ଅଂଚଳ ବନାଇବାର ଆବଶ୍ୟକତା ରହିଛି । ଦେଶର ପ୍ରାୟ ୬୦୦ ଜିଲ୍ଲା ମଧ୍ୟରୁ ଢେଙ୍କାନାଳ ସହରକୁ ଗୋଟିଏ ଅଗ୍ରଣୀ ଅଂଚଳ କରାଯିବାର ଆବଶ୍ୟକତା ରହିଛି ଏବଂ ଏଥିପାଇଁ କାମ କରିବାକୁ ପଡିବ ବୋଲି ମତବ୍ୟକ୍ତ କରିଛନ୍ତି  । ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ଢେଙ୍କାନାଳରେ ଗୁଡିଆନାଲି ଗଜଲକ୍ଷ୍ମୀ ପୂଜା ମଣ୍ଡପ ବୁଲିବା ସହ ଅନ୍ୟାନ୍ୟ ମଣ୍ଡପ ଦର୍ଶନ କରି ଓଡିଶା ତଥା ଦେଶବାସୀଙ୍କୁ ଲକ୍ଷ୍ମୀପୂଜାର ଅଭିନନ୍ଦନ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ